ଫଟୋରେ ଖବର : ଏମିତି ଏକ ସହର, ଯେଉଁଠି ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସ୍

Last Update: Tuesday, 17 January 2023
Coldest City

ବିଶ୍ୱର ଅନେକ ସ୍ଥାନରେ ଥଣ୍ଡାର ପ୍ରକୋପ । ହାଡ଼ଭଙ୍ଗା ଜାଡ଼ରେ ଥରୁଛନ୍ତି ଲୋକେ । ତେବେ ବିଶ୍ୱର ଏପରି ଏକ ସହର ଅଛି, ଯେଉଁଠାରେ ବର୍ତ୍ତମାନ ତାପମାତ୍ରା ରହିଛି ମାଇନସ୍‌ ୫୦ ଡିଗ୍ରୀ ସେଲସିୟସ୍ ।

Coldest City

ପୃଥିବୀର ସବୁଠାରୁ ଥଣ୍ଡା ସହର ୟାକୁସ୍କ । ଚଳିତ ସପ୍ତାହରେ ଏଠାରେ ତାପମାତ୍ରା ମାଇନସ୍ ୫୦ ଡିଗ୍ରୀ ସେଲସିୟସକୁ ଖସି ଆସିଛି ।

Coldest City

ମସ୍କୋଠାରୁ ୫୦୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରର । ଦିନକୁ ଦିନ ଏଠାରେ ତାପମାତ୍ରା କମି କମି ଯାଉଥିବା କହିଛନ୍ତି ଲୋକେ । ଏଠାରେ ବିନା ଫ୍ରିଜରରେ ହିଁ ମାଛ ବିକ୍ରି ହେଉଛି ।

Coldest City

ଥଣ୍ଡାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପରସ୍ତ ପରସ୍ତ ଗରମ ପୋଷାକ ପିନ୍ଧିବା ପାଇଁ ପଡ଼ୁଛି । ଟୋପି ଉପରେ ଟୋପି, ଗ୍ଲୋବସ୍ ଉପରେ ଗ୍ଲୋବସ୍ ପିନ୍ଧୁଛନ୍ତି ଲୋକେ ।

Coldest City

ଏଠାକାର ଲୋକ ଏପରି ପାଣିପାଗ ସହ ଅଭ୍ୟସ୍ତ ଥିଲେ ସୁଦ୍ଧା କେତେକ ଲୋକ ଶୀତରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ପଦକ୍ଷେପ ନେଉଛନ୍ତି । କାରଣ ଜାନୁଆରୀ ମାସ ସେଠାରେ ସବୁଠାରୁ ଥଣ୍ଡା ମାସ ।

Trending

Photos

Videos