ଏଥର ପୂଜାରେ ପାଗ ଶୁଖିଲା ରହିପାରେ। କାରଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।
Also Read
ଆଗାମୀ ୭ ଦିନ ଯାଏଁ କୌଣସି ଜିଲ୍ଲାକୁ ବଡ଼ ବର୍ଷା ଭୟ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା ୨ ଦିନ ଭିତରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷାର ସମ୍ଭାବନା ରହିଛି।
ଏହାସହ ବର୍ତମାନ ସମୟରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୨ ରୁ ୩ ଡିଗ୍ରୀ ଅଧିକ ରହୁଥିବାରୁ ଗୁଳୁଗୁଳି ଏବଂ ଗରମ ଅନୁଭୂତ ହେଉଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଅଣନିଶ୍ୱାସୀ ଦିଲ୍ଲୀ, ପ୍ରାୟ ୭୦% ପରିବାର ପ୍ରଦୂଷଣ ଜନିତ ରୋଗରେ ପୀଡିତ
ଦୀପାବଳି ପରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି ଜାତୀୟ ରାଜଧାନୀ ଦିଲ୍ଲୀ। ସର୍ବେକ୍ଷଣ ଅନୁସାରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗରେ ପୀଡିତ ଅଛନ୍ତି।
Weather
ଟ୍ୱିନ ସିଟିରେ ପ୍ରବଳ ଛେଚୁଛି
ଆସନ୍ତା ୩ ଘଣ୍ଟା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Weather
‘ଦାନା’ରେ ଜନ୍ମ ନେଇଛନ୍ତି ୨୨୦୦ ଶିଶୁ, ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିଲୁ: ମୁଖ୍ୟମନ୍ତ୍ରୀ
ବାତ୍ୟା ଯୋଗୁ ୨୨.୪୩ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଥିଲା। ଇତିମଧ୍ୟରେ ୧୪.୮୦ଲକ୍ଷ ଉପଭୋକ୍ତାଙ୍କର ବିଦ୍ୟୁତ ପୁନଃଯୋଗାଣ ସମ୍ଭବପର ହୋଇପାରିଛି।
Weather
‘ଦାନା’ ଯିବା ପରେ ବନ୍ୟା ସ୍ଥିତି, ବିପଦ ସଂକେତ ଉପରେ ଜଳକା
ବାତ୍ୟା ‘ଦାନା’ ଯିବା ପରେ ରାଜ୍ୟର କିଛି ଅଞ୍ଚଳରେ ଉପୁଜିଛି ବନ୍ୟା ଭଳି ସ୍ଥିତି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛି ଅଞ୍ଚଳରେ ବାଦଲ ଫଟା ବର୍ଷା ସାଙ୍ଗକୁ ବିଭିନ୍ନ ନଦୀ ମଧ୍ୟ ଫୁଲୁଥିବା ଲକ୍ଷ୍ୟ କରାଯାଇଛି। ବିପଦ ସଂକେତ ଉପରେ ବହୁଛି ଜଳକା।