ଟ୍ୱିନ ସିଟିରେ ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ମୂଷଳ ଧାରେ ବର୍ଷା ଲାଗି ରହିଛି। ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଆଜି ସକାଳେ କଟକ ଓ ଭୁବନେଶ୍ୱରରେ ମେଘୁଆ ପାଗ ଲାଗିରହି ଥିଲା। ପରେ ପରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଆସନ୍ତା ୩ ଘଣ୍ଟା ପାଇଁ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏଥିପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୩ ଘଣ୍ଟା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Also Read
ଟ୍ୱିନ ସିଟିରେ ପ୍ରବଳ ବର୍ଷା ଲାଗି ରହିବା ଯୋଗୁ ତଳିଆ ଅଞ୍ଚଳରେ ପାଣି ଜମି ଯାଇଛି। କଟକର ବାଦାମ ବାଡ଼ି ଅଞ୍ଚଳ ସମେତ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଫଳରେ ଲୋକମାନେ ଯାତାୟତ କରିବାରେ ଅସୁବିଧା ସୃଷ୍ଟି ହୋଇଛି। ସିଏସି ପକ୍ଷରୁ ୱାଟର ପମ୍ପ ମାଧ୍ୟମରେ ପାଣିକୁ ନିଷ୍କାସନ କରାଯାଇଛି। ସେହିପରି ରାଜଧାନୀରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Weather
ପ୍ରବଳ, ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଅତ୍ୟନ୍ତ ପ୍ରବଳ ବର୍ଷା: ୟେଲୋ, ଅରେଞ୍ଜ ଓ ରେଡ୍ ୱାର୍ଣ୍ଣିଂ ଜାରି
ଆସନ୍ତାକାଲି ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଚାରିଟି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Weather
ଜୁଲାଇ ୧୨ ପର୍ଯ୍ୟନ୍ତ କେମିତି ରହିବ ପାଗ: ଜାଣନ୍ତୁ, ପାଣିପାଗ ବିଭାଗର ପୂର୍ବାନୁମାନ
କେତେ ବର୍ଷା ହେବ? କେଉଁ ଜିଲ୍ଲାଗୁଡ଼ିକୁ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ ଓ କେଉଁ ଜିଲ୍ଲାଗୁଡ଼ିକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ?

Weather
୬ ପର୍ଯ୍ୟନ୍ତ ପ୍ରବଳ ଓ ପ୍ରବଳରୁ ଅତିପ୍ରବଳ ବର୍ଷା; ଜାଣନ୍ତୁ, କେଉଁ ସବୁ ଜିଲ୍ଲା ପାଇଁ ଜାରି ହେଲା ୱାର୍ଣ୍ଣିଂ
ସୁନ୍ଦରଗଡ଼ ଜିଲ୍ଲା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି।

Weather
୫ ତାରିଖ ଯାଏ ବର୍ଷା: ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି; ଜାଣନ୍ତୁ, କେଉଁଠି ପ୍ରବଳ ଓ କେଉଁଠି ଅତି ପ୍ରବଳ ବର୍ଷିବ
କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଆଉ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Weather
ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ବର୍ଷା: ୱାର୍ଣ୍ଣିଂ ଜାରି, କେଉଁଠି ପ୍ରବଳ ଓ କେଉଁଠି ପ୍ରବଳରୁ ଅତି ପ୍ରବଳ ବର୍ଷିବ ଜାଣନ୍ତୁ
୭ ଦିନ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ୱାର୍ଣ୍ଣିଂ।