ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅନ୍ତର୍ଗତ ସାଳନ୍ଦୀ ନଦୀରେ ଗତକାଲି ଭାସି ଯାଇଥିବା ଦୁଇ କାଉଡିଆଙ୍କ ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ସେମାନେ ହେଲେ ସୁବତ୍ର ମହାକୁଡ ଓ ରାଜେଶ ସାହୁ
ଗତକାଲି ଖଇରା ବ୍ଲକ ବଡ଼ଜୟପୁର ଗାଁର ୧୮ଜଣ କାଉଡିଆ ସାଳନ୍ଦୀ ନଦୀରୁ ପାଣି ଉଠାଇବାକୁ ଆସିଥିଲେ। ଏହି ସମୟରେ ସୁବତ୍ର ଓ ରାଜେଶଙ୍କ ସହ ତାଙ୍କର ଅନ୍ୟ ଜଣେ ସାଙ୍ଗ ପାଣିରେ ବୁଡି ଯାଇଥିଲେ। ସ୍ଥାନୟ ଲୋକେ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ସୁବତ୍ର ଓ ରାଜେଶ ନିଖୋଜ ହୋଇଯାଇଥିଲେ।
Also Read
ଗତକାଲି ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ବହୁତ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କର କୌଣସି ପତ୍ତା ମିଳିନଥିଲା। ଆଜି ସକାଳେ ପୁଣି ଦମକଳ ବାହିନୀ ଓ ଓଡ୍ରାଫ୍ ଟିମ୍ ଖୋଜାଖୋଜି କରିଥିଲେ। ପ୍ରଥମେ ସୁବତ୍ରଙ୍କ ମୃତଦେହ ମିଳିଥିଲା। କିଛି ସମୟ ପରେ ରାଜେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଉଭୟଙ୍କ ମୃତଦେହ ଆଜି ସକାଳେ ମିଳିବା ପରେ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ଭେଣ୍ଡିଆ ପୁଅକୁ ହରାଇ ମା’ବାପା କାନ୍ଦି କାନ୍ଦି ଗଡ଼ିଯାଉଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ବାଣ ବଜାରରେ ଭୟଙ୍କର ବିସ୍ଫୋରଣ, ପାଉଁଶ ହୋଇଗଲା ୬୬ ଦୋକାନ
ବାଣ ବଜାରରେ ନିଆଁ ଲାଗି ଜଳିଗଲା ୬୬ ଦୋକାନ। ଭୟଙ୍କର ବିସ୍ଫୋରଣ ପରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ୪ ଦମକଳ ବାହିନୀ।
Accident
ବାଣ ବିସ୍ଫୋରଣରେ ୩ ଆହତ, ୨ ଜଣଙ୍କ ଅବସ୍ଥା ଗୁରୁତର
ଗୁଲା ଓ ସଞ୍ଜୟଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।
Accident
ଦୀପାବଳି ପାଇଁ ପୁଅକୁ ଧରି ସ୍ୱାମୀ ଗାଁକୁ ଯିବା ପରେ...
ଆଜି ଦୀପାବଳି ଥିବାରୁ କୁସୁମୁଗୁଡ଼ା ଯିବାକୁ ସ୍ୱାମୀ ଗୋପାଳକୃଷ୍ଣ ବିଷୋୟୀ କହିଥିଲେ। କିନ୍ତୁ ଚାନ୍ଦିନୀ ମନା କରି ଦେଇଥିଲେ।
National
ଦୀପାବଳି ପାଳିବାକୁ ନେଉଥିବା ବାଣ ଅଧା ବାଟରେ ସାଜିଲା କାଳ; ଜଣେ ମୃତ, ୬ ଗୁରୁତର
ଦୀପାବଳି ପାଳିବାକୁ ବାଇକରେ ବାଣ ନେଉଥିବାବେଳେ ଅଧାବାଟରେ ଘଟିଲା ବିସ୍ଫୋରଣ। ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି।