ବୁଲିବାକୁ ଯାଇଥିଲା। ଫେରିଲା ବେଳେ ଘାଟି ରାସ୍ତାରେ ଓଲଟିଲା ଡାଲା ଅଟୋ। ଯାହାଫଳରେ ୨୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଛନ୍ତି। ଆଜି ଅପରାହ୍ଣରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।
Also Read
ଶେରଗଡ଼ କରଡ଼ାକଣା ଗାଁର ୨୦ରୁ ଊର୍ଦ୍ଧ୍ୱ ଲୋକ ଏକ ଡାଲା ଅଟୋରେ ବାଙ୍କେଶ୍ୱରୀ ଦେବୀଙ୍କୁ ଦର୍ଶନ କରିବା ପାଇଁ ଯାଇଥିଲେ। ମାଆଙ୍କ ଆଶୀର୍ବାଦ ନେଇ ଅପରାହ୍ଣରେ ସମସ୍ତେ ଘରକୁ ଫେରୁଥିଲେ। ହେଲେ ଘାଟି ରାସ୍ତାରେ ଡାଲା ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ସମସ୍ତଙ୍କୁ ୧୦୮ ଆମ୍ୱୁଲାନ୍ସରେ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଛନ୍ତି। ସେଠାରେ ସମସ୍ତଙ୍କ ଚିକିତ୍ସା ଚାଲିଛି। ତେବେ ସେଠାରେ ୬ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଏକାଦଶାହ ଭୋଜି ଖାଇବା ପରେ ଝାଡ଼ାବାନ୍ତି; ୨ ମୃତ, ୨୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ୍ ଆଲବନ୍ଧ ଗାଁକୁ ଯାଇ ସ୍ଥିତି ପରଖିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।
Accident
ରଙ୍ଗ୍-ରୁଟରେ ଆସୁଥିବା କାରକୁ ଧକ୍କା ଦେଲା ବାଇକ୍, ଚାଲିଗଲା ଯୁବକଙ୍କ ଜୀବନ
ଦୃର୍ଘଟଣା ସମୟର ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ।
Accident
ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ; ସବୁ ଜଳି ଛାରଖାର
ସର୍ଟ ସର୍କିଟ ଯୋଗୁ ବ୍ୟାଙ୍କରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
Accident
ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା
ଗତକାଲି ଅପରାହ୍ନ ସମୟରେ ଏମ ଆରାଲୁ ପାତ୍ର ପଞ୍ଚାୟତକୁ ଭତ୍ତା ଆଣିବା ପାଇଁ ଯାଇଥିଲେ । କିନ୍ତୁ ଆଉ ଘର କୁ ଫେରି ନଥିଲେ ।