ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆକ୍ରମଣରେ ଜଣେ ପେଟି ଠିକାଦାରଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ବ୍ରିଜେଶ ଦ୍ଵିବେଦୀ। ତାଙ୍କ ଘର ମଧ୍ୟପ୍ରଦେଶର ମହିୟର ଗାଁରେ।
ନବରଙ୍ଗପୁର ବ୍ଲକ୍ ଭତରାସିଉନି ପଞ୍ଚାୟତ ଦେଇ ଯାଇଥିବା ଭାରତମାଳା ପ୍ରକଳ୍ପର ରାୟପୁର-ବିଶାଖାପାଟଣା ନିର୍ମାଣାଧୀନ ଜାତୀୟ ରାଜପଥରେ ପେଟି ଠିକାଦାର ଭାବେ ନିୟୋଜିତ ହୋଇଥିଲେ ବ୍ରିଜେଶ। ରାସ୍ତା ପାର୍ଶ୍ଵରେ ଥିବା ଠିକା କ୍ୟାମ୍ପରେ ଶ୍ରମିକଙ୍କ ସହିତ ସେ ରହୁଥିଲେ।
Also Read
ଆଜି ଭୋରରେ ବ୍ରିଜେଶ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲା। ଭାଲୁ କବଳରୁ ମୁକୁଳିବା ପାଇଁ ସେ କିଛି ସମୟ ଲଢ଼େଇ କରିଥିଲେ। କ୍ୟାମ୍ପରେ ଥିବା ଅନ୍ୟ ଶ୍ରମିକ ଓ କିଛଇ ଗ୍ରାମବାସୀ ମଧ୍ୟ ଭାଲୁକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଭାଲୁ ବ୍ରିଜେଶଙ୍କୁ ଛାଡ଼ି ନଥିଲା। ଭାଲୁ ଆକ୍ରମଣରେ ବ୍ରିଜେଶଙ୍କ ମୁହଁଟି ପୂରା ନଷ୍ଟ ହୋଇଯାଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।