ଦମ୍ପତିକୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। କଟକ ଚାଉଳିଆଗଞ୍ଜ ଦୁର୍ଗା ମଣ୍ଡପ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତାହତ ଦମ୍ପତି ହେଲେ କଟକ ଗତିରାଉତପାଟଣା ଅଞ୍ଚଳର।
ଅଜି ସକାଳେ ଦମ୍ପତି ସ୍କୁଟି ଯୋଗେ କଟକ ଆସୁଥିଲେ। ଦୁର୍ଗା ମଣ୍ଡପ ନିକଟରେ ପଛରୁ ଏକ ଟ୍ରକ୍ ଆସି ଦମ୍ପତିଙ୍କୁ ଦେଖାଦେଇଥିଲା। ଉଭୟ ସ୍ୱାମୀସ୍ତ୍ରୀ ତଳେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
Also Read
ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।