୨୨ ନଭେମ୍ବର, ମଙ୍ଗଳବାର: ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ

ମେଷ:  ଅଧିକ ପରିଶ୍ରମ ହେତୁ ଅସୁସ୍ଥତା ଅନୁଭବ କରିବେ।  ବ୍ୟବସାୟରେ ଅଧିକ ଲାଭ ପାଇପାରିବେ, ଦୂରସ୍ଥାନକୁ ଯାତ୍ରା କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସୁଯୋଗ  ପାଇବେ । ବୃଷ: ବ୍ୟବସାୟରେ ବାକିପଡ଼ିଥିବା ଅର୍ଥ ଆଦାୟ ହେବ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ  ରହିବେ । ସନ୍ତାନମାନଙ୍କ ଭବିଷ୍ୟତ ପାଇଁ ଖୁସି ଖବର ମିଳିବ। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ। ମିଥୁନ : ଘରକୁ […]

RASI

  • Published: Tuesday, 22 November 2022
  • , Updated: 22 November 2022, 07:43 AM IST

ମେଷ:  ଅଧିକ ପରିଶ୍ରମ ହେତୁ ଅସୁସ୍ଥତା ଅନୁଭବ କରିବେ।  ବ୍ୟବସାୟରେ ଅଧିକ ଲାଭ ପାଇପାରିବେ, ଦୂରସ୍ଥାନକୁ ଯାତ୍ରା କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସୁଯୋଗ  ପାଇବେ ।

ବୃଷ: ବ୍ୟବସାୟରେ ବାକିପଡ଼ିଥିବା ଅର୍ଥ ଆଦାୟ ହେବ ଓ ମାଙ୍ଗଳିକ କାର୍ଯ୍ୟ ପାଇଁ ବ୍ୟସ୍ତ  ରହିବେ । ସନ୍ତାନମାନଙ୍କ ଭବିଷ୍ୟତ ପାଇଁ ଖୁସି ଖବର ମିଳିବ। ପାରିବାରିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ।

ମିଥୁନ : ଘରକୁ ବନ୍ଧୁଙ୍କର ଆଗମନ ହେବାରୁ ସୁସ୍ୱାଦୁ ଭୋଜନ କରିବେ। ପାରିବାରିକ ସମସ୍ୟା ଯାହା ଥିଲା ତାହା ସମାଧାନରେ ପହଞ୍ଚିବ । ବହୁ ଦିନରୁ ବାକି ପଡିଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

କର୍କଟ : ବହୁଦିନରୁ ଅଟକିଥିବା କାର୍ଯ୍ୟ ପାଇଁ ଖୁସି ଖବର ମିଳିବ ଏବଂ ଘର ପାଇଁ ନୂତନ  ଦ୍ରବ୍ୟ କ୍ରୟ କରିବେ । କୌଣସି ସମସ୍ୟାକୁ ନେଇ ମନରେ ଅସ୍ଥିରତା ସୃଷ୍ଟି ହେବ ଓ ଗୁପ୍ତ ଶତ୍ରୁ ବୃଦ୍ଧି ହେବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ଏବଂ କୌଣସି ସାଂସ୍କୃତିକ  କାର୍ଯ୍ୟକ୍ରମରେ ଯୋଗ ଦେବେ।

ସିଂହ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହିତ ସୁସ୍ୱାଦୁ ଭୋଜନ କରିବେ । ବାକି ପଡିଥିବା ଅର୍ଥ ଆଦାୟ ହେବ, ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ଘରେ ପୂଜାପୂଜିରେ ସମୟ ଅତିବାହିତ କରିବେ କିନ୍ତୁ ଦୂରସ୍ଥାନକୁ ଗଲାବେଳେ  ସାବଧାନତା ସହିତ ଯାଆନ୍ତୁ।

କନ୍ୟା : ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ସହ ଖୁସି ଖବର ମିଳିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି ପାଇଁ ଖୁସିଖବର  ମିଳିବ।  ନୂଆ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରା କରିବେ ।

ତୁଳା :   ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ରହିଛି । ଜମି, ଯାନବାହାନ କ୍ରୟ କରିପାରନ୍ତି ଓ ବଡ ବ୍ୟବସାୟ ପାଇଁ ମନ ବଳାଇବେ। ଦୁର ବନ୍ଧୁଙ୍କ ସହିତ ମାଙ୍ଗଳିକ କାର୍ଯ୍ୟ ପାଇଁ ପରାମର୍ଶ କରିପାରନ୍ତି ।

ବିଛା:  ଅଧିକ ସମୟ ପୁଜାପୂଜିରେ ଅତିବାହିତ କରିବେ, କିନ୍ତୁ ପାରିବାରିକ ଜୀବନରେ ଖୁସି ରହିବ ନାହିଁ। ନିର୍ମାଣାଧୀନ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି ନ କରିବାରୁ ବାପାମା’ ବ୍ୟସ୍ତ ହେବେ।

ଧନୁ :  କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଓ ବ୍ୟବସାୟରେ ଅଚାନକ ଧନ ପ୍ରାପ୍ତି ହେବ। ନୂଆ ଲୋକଙ୍କ ସହିତ ସମ୍ପର୍କ ସ୍ଥାପନ ହେବ ଏବଂ ଦୂରସ୍ଥାନକୁ ଯାତ୍ରା କରିବେ। ମାଙ୍ଗଳିକ କାର୍ଯ୍ୟ  ପାଇଁ ବ୍ୟସ୍ତ ରହିପାରନ୍ତି ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ ।

ମକର : ପିଲାମାନଙ୍କର ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ସହିତ ଯାଆନ୍ତୁ। ରାଜନୀତିରେ ଥିବା ବ୍ୟକ୍ତି ସଫଳତା ପାଇବେ ଓ ନୂତନ ବନ୍ଧୁ ସହିତ ମିଳନ ହେବ।

କୁମ୍ଭ : କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁ ଅସୁବିଧାରେ ପକାଇ ପାରନ୍ତି, ଜଗି ରଖି ଚଳିବାକୁ ପଡିବ । ସ୍ୱାସ୍ଥ୍ୟହାନୀ ଘଟିବାରୁ ଘରେ କାହାରି ମନ ଭଲ ରହିବ ନାହିଁ । ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ ସେଥିପାଇଁ ମନ ଦୁଃଖ ହେବ।

ମୀନ : ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ଓ କର୍ମକ୍ଷେତ୍ରରେ ପୀଡା ଅନୁଭବ କରିବେ । ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ ଓ ଘରକୁ ଅତିଥି ଆସିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ ମନ ଅଶାନ୍ତି ରହିବ।

Related story