ଅପରାଧିକ ଆଇନରେ ହେବ ବଡ଼ ପରିବର୍ତ୍ତନ: ହଟିବ ଦେଶଦ୍ରୋହ ଶବ୍ଦ, ଭିଡ଼ ହିଂସା ପାଇଁ ମିଳିବ ମୃତ୍ୟୁଦଣ୍ଡ

ସରକାରଙ୍କ ଯୋଜନା ଅନୁସାରେ, ୧୮୬୦ ମସିହାକୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ।

OR

representational image

Hemant Lenka
  • Published: Friday, 11 August 2023
  • Updated: 11 August 2023, 03:51 PM IST

ବ୍ରିଟିଶ ଶାସନ ବେଳକୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନକୁ ବଦଳାଇବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଭାରତ ସରକାର ସଂସଦରେ ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ ୩ଟି ବିଲ୍‌ ଆଗତ କରିଛନ୍ତି।

ସରକାରଙ୍କ ଯୋଜନା ଅନୁସାରେ, ୧୮୬୦ ମସିହାକୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ସେହିପରି ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ(ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଲାଗୁ କରାଯିବ। ଗୃହମନ୍ତ୍ରୀ ଏହାକୁ ଆଜି ଲୋକସଭାରେ ଉପସ୍ଥାପନ କରିଥିବା ବେଳେ ଏଗୁଡ଼ିକର ସମୀକ୍ଷା ପାଇଁ ସଂସଦର ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଇ ଦିଆଯାଇଛି।

Also Read

ବିଚ୍ଛିନ୍ନତାବାଦୀ କାର୍ଯ୍ୟ କଳାପ, ଅସ୍ତ୍ର ସହ ବିଦ୍ରୋହ, ବିପଦଜ୍ଜନକ ଗତିବିଧି ଓ ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା ବିରୋଧୀ କାର୍ଯ୍ୟକଳାପ ପାଇଁ ପ୍ରସ୍ତାବିତ ଆଇନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ବଦଳାଇ ଦିଆଯାଇଛି। ପ୍ରସ୍ତାବିତ ଆଇନରେ ଦେଶଦ୍ରୋହର ଶବ୍ଦ ନାହିଁ। ଏହି ଶ୍ରେଣୀରେ ଆସୁଥିବା ଅପରାଧକୁ ଧାରା ୧୫୦ ଅଧୀନରେ ବିଚାର କରାଯିବ।

ଯଦି କେହି ଜାଣିଶୁଣି ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ନିଜର ଶବ୍ଦ, ଆଚରଣ, ବୈଦ୍ୟୁତ ଯୋଗାଯୋଗ ଦ୍ୱାରା କ୍ଷତି ପହଞ୍ଚାଇବ କିମ୍ବା ଏଥିପାଇଁ ପାଣ୍ଠି ଯୋଗାଣ କରିବ, ତା’ହେଲେ ସେମାନଙ୍କୁ ଆଜୀବନ ଜେଲଦଣ୍ଡ କିମ୍ବା ଜେଲ ଦଣ୍ଡ ଯାହା ୭ ବର୍ଷ ଯାଏ ବଢ଼ିବ ଓ ଜୋରିମାନା ଲାଗୁ କରାଯିବ।

ବିଲ୍‌ରେ ଭିଡ଼ ହିଂସା ବା ମବ ଲିଚିଂ ପାଇଁ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ ଓ ନାବାଳିକା ଦୁଷ୍କର୍ମ ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି। ନୂଆ ବିଲ୍‌ରେ ମହିଳା, ଛୋଟ ପିଲା, ହତ୍ୟା ଓ ଦେଶ ବିରୋଧୀ କାର୍ଯ୍ୟକଳାପକୁ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ପ୍ରଥମଥର ପାଇଁ ଛୋଟ ମୋଟ ଅପରାଧ ପାଇଁ ଜେଲ ବଦଳରେ ସମାଜ ସେବା ଭଳି ଦଣ୍ଡ ମିଳିବ। ସେହିପରି ଅପରାଧ ପାଇଁ ଲିଙ୍ଗଗତ ନିରପେକ୍ଷତା ଅବଲମ୍ବନ କରାଯିବ।

ବିଭିନ୍ନ ପ୍ରକାରର ଅପରାଧ ପାଇଁ ଜୋରିମାନା ଓ ଜେଲଦଣ୍ଡର ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ବିଲ୍‌ରେ ସାଂଘାତିକ ଅପରାଧ ପାଇଁ ପୂର୍ବରୁ ଥିବା ମୃତ୍ୟୁଦଣ୍ଡକୁ ପୂର୍ବଭଳି କାଏମ ରଖାଯାଇଛି।

ଅପରାଧ ଯେଉଁଠି ଘଟିଥିଲେ ମଧ୍ୟ ଯେକୌଣସି ସ୍ଥାନରେ ଏଫଆଇଆର ରୁଜୁ କରାଯାଇ ପାରିବ।

ଚେନ ଛିଣ୍ଡାଇ ନେବା ଭଳି ଘଟଣା ପାଇଁ ଦଣ୍ଡ ମିଳିବ। ଦୋଷୀକୁ ସର୍ବାଧିକ ୭ ବର୍ଷ ଯାଏ ଜେଲଦଣ୍ଡ ମିଳିପାରେ। ଘଟଣାସ୍ଥଳରେ ଫରେନ୍ସି ଟିମ ମଧ୍ୟ ଯାଞ୍ଚ କରିବ।

୨୦୨୭ ସୁଦ୍ଧା ଦେଶର ସବୁ କୋର୍ଟ କମ୍ପ୍ୟୁଟରାଇଜ ହେବ।

ଯଦି କୌଣସି ଅପରାଧ ପାଇଁ କାହାକୁ ଗିରଫ କରାଯାଉଛି, ତା’ହେଲେ ତୁରନ୍ତ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇବ। ଏଥିପାଇଁ ଜଣେ ସ୍ୱତନ୍ତ୍ର ପୁଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ।

୩ ବର୍ଷ ଯାଏ ଜେଲ ମିଳିବାକୁ ଥିବା ଅପରାଧଗୁଡ଼ିକ ଟ୍ରାଏଲ ଶୀଘ୍ର କରିବାକୁ ବ୍ୟବସ୍ଥା ହେବ। ଚାର୍ଜଫ୍ରେମ ହେବାର ୩୦ ଦିନ ମଧ୍ୟରେ ବିଚାରପତିଙ୍କୁ ଏହି ମାମଲାରେ ରାୟ ଦେବାକୁ ପଡ଼ିବ।

ସାଂଗଠନିକ ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ମୃତ୍ୟୁର ଦଣ୍ଡକୁ ସ୍ଥିତି ଅନୁସାରେ ଆଜୀବନ ଜେଲରେ ପରିଣତ କରାଯାଇ ପାରିବ। କିନ୍ତୁ ଅପରାଧୀକୁ ସଂପୂର୍ଣ୍ଣ ଭାବେ ଖଲାସ କରାଯାଇ ପାରିବ ନାହିଁ। ଏଥିସହ ୩ ବର୍ଷ ମଧ୍ୟରେ ହିଁ ନ୍ୟାୟ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story