ରାଜା ମରିଥିଲେ ନା ଜୀବିତ ଥିଲେ? ରାତି ସାରା ବୁଲାଇ ସକାଳେ ପୋତିଦେଲେ

ବିଦ୍ୟୁତ ଆଘାତରେ ଆହତ ହୋଇଥିବା ରାଜା ମାଲାକାରଙ୍କୁ ମେଡିକାଲ ନେବେ ନା ଘରକୁ ନେବେ? ଏହାକୁ ନେଇ ରାଜାଙ୍କ ସାଙ୍ଗରେ ଯାଇଥିବା ସାଥୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପିକ୍‌ଅପ୍‌ ଭ୍ୟାନ୍‌ରେ ନେଇଥିଲେ।

Crime PhotoOR

ମୃତ ଯୁବକ

Manoranjan Sial
  • Published: Thursday, 21 September 2023
  • Updated: 21 September 2023, 06:34 PM IST

Sports

Latest News

ଚୋରି କରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ ରାଜା ମାଲାକାର! ତାଙ୍କୁ ମେଡ଼ିକାଲ୍‌ ନେବା ପରିବର୍ତ୍ତେ ପ୍ରାୟ ୬୦ କିମି ବୁଲାଇ ଜଙ୍ଗଲରେ ପୋତିଦେଲେ ସାଙ୍ଗ। ଏପରି ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ଝରୀଗାଁ ଥାନା ଅନ୍ତର୍ଗତ ଚଟାଗୁଡା ଡିଏନକେ ଗାଁର ରାଜା ମାଲାକାର ପେଶାରେ ଜଣେ କବାଡିଆ। ଅଭିଯୋଗ ଅନୁସାରେ ସେ ଗତ ରବିବାର ଡାବୁଗାଁ ଅଞ୍ଚଳର କିଛି ଯୁବକଙ୍କ ସହ ମିଶି ବିଦ୍ୟୁତ ଟ୍ରାନ୍ସଫର୍ମରରୁ ତାର ଚୋରି କରିବା ପାଇଁ କୋଡ଼ିଙ୍ଗା ଥାନା ଅଞ୍ଚଳକୁ ଯାଇଥିଲେ। ରାତିରେ ତାର ଚୋରି କରୁଥିବା ବେଳେ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଫଳରେ ଗୁରୁତର ହୋଇଥିଲେ।

Also Read

ବିଦ୍ୟୁତ ଆଘାତରେ ଆହତ ହୋଇଥିବା ରାଜା ମାଲାକାରଙ୍କୁ ମେଡିକାଲ ନେବେ ନା ଘରକୁ ନେବେ? ଏହାକୁ ନେଇ ରାଜାଙ୍କ ସାଙ୍ଗରେ ଯାଇଥିବା ସାଥୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ତାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ପିକ୍‌ଅପ୍‌ ଭ୍ୟାନ୍‌ରେ ନେଇଥିଲେ। ତା’ପରେ ବାଇକ୍‌ରେ ବସାଇ ବୁଲାଇ ଥିଲେ। ସେହି ରାତିରେ ସେମାନେ ୩ଟି ଥାନା(କୋଡ଼ିଙ୍ଗା, ଡାବୁଗାଁ ଓ ପାପଡ଼ାହାଣ୍ଡି) ଅଞ୍ଚଳରେ ପ୍ରାୟ ୬୦ କିମି ବୁଲାଇଥିଲେ। ଶେଷରେ ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ ଚନ୍ଦ୍ରପୁର ଜଙ୍ଗଲରେ ରାଜାଙ୍କୁ ପୋତି ଦେଇଥିଲେ। ତେବେ ସେହି ସମୟରେ ରାଜା ଜୀବିତ ଥିଲେ ନା ମୃତ୍ୟୁ ହୋଇଥିଲା, ତାହା ଜଣାପଡ଼ି ନାହିଁ।

ସେପଟେ ରାଜା ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତିତ ହୋଇପଡ଼ିଥିଲେ। ଚାରିଆଡେ ଖୋଜାଖୋଜି କରିଥିଲେ। ସମ୍ପର୍କୀୟଙ୍କୁ ଫୋନ୍‌ କରିଥିଲେ। ମାତ୍ର ରାଜାଙ୍କ ପତ୍ତା ପାଇନଥିଲେ। ସୋମବାର ପରିବାର ଲୋକେ ଝରୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ରାଜାଙ୍କ ମୋବାଇଲ୍‌ ଟ୍ରାକ୍‌ କରିଥିଲା।

ମୋବାଇଲ ଟ୍ରାକ୍‌ ବେଳେ ଡାବୁଗାଁ ଶେଷ ଲୋକେଶନ୍‌ ଭାବେ ଜଣାପଡ଼ିଥିଲା। ଏହା ପରେ ପୁଲିସ୍‌ ରାଜାଙ୍କ ମୋବାଇଲ୍‌କୁ ଆସିଥିବା ଶେଷ ଦୁଇ କଲ୍‌କୁ ଯାଞ୍ଚ କରିଥିଲା। ତା’ପରେ ସେହି ଦୁଇ ଯୁବକଙ୍କୁ ଉଠାଇ ଆଣି କୋଡିଙ୍ଗା ଥାନା ପୁଲିସ୍‌କୁ ହସ୍ତାନ୍ତର କରିଥିଲା ଝରୀଗାଁ ଥାନା ପୁଲିସ। କୋଡିଙ୍ଗା ଥାନା ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କୁ ଘନଘନ ଜେରା କରିଥିଲା। ଆଉ ବେଶୀ ସମୟ ଧରି ପାଟି ବନ୍ଦ କରିପାରିନଥିଲେ ଦୁଇ ଅଭିଯୁକ୍ତ। ସେମାନେ ସବୁ ସତକଥା କହି ପକାଇଥିଲେ। ଆଉ ପୂରା କାହାଣୀ ପୁଲିସ୍‌ ଆଗରେ ବଖାଣିଥିଲେ।

ଦୁଇ ଅଭିଯୁକ୍ତଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ରାଜାଙ୍କୁ ଧରି କ’ଣ ପାଇଁ ଏମାନେ ଏତେ ବାଟ ବୁଲୁଥିଲେ? ଚାହିଁଥିଲେ ତ ସେମାନେ ସେଠାରେ ଛାଡ଼ି ପଳାଇ ଆସିପାରି ଥାଆନ୍ତେ? ଏହା ଭିତରେ ଆଉ କିଛି ରହସ୍ୟ ନାହିଁ ତ? ସେପଟେ ଚୋରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପରିବାର ଲୋକ। ରାଜାଙ୍କ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରିପୋର୍ଟ- ଉମରକୋଟରୁ କାର୍ତ୍ତିକ ମଲ୍ଲିକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story