ଦେଶ ପାଳୁଛି ଜାତୀୟ କ୍ରୀଡ଼ା ଦିବସ, ହେଲେ କୌଣସି ଖେଳକୁ ମିଳିନି ଜାତୀୟ ମାନ୍ୟତା

ପ୍ରତିବର୍ଷ ଅଗଷ୍ଟ ୨୯କୁ ଦେଶବାସୀ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରନ୍ତି। 

Sports Day

ଜାତୀୟ କ୍ରୀଡ଼ା ଦିବସ

Hemant Lenka
  • Published: Tuesday, 29 August 2023
  • Updated: 29 August 2023, 08:07 AM IST

Sports

Latest News

ହକିର ଏନ୍ତୁଡ଼ି ଶାଳ ଭାରତରେ ପାଳିତ ହେଉଛି ଜାତୀୟ କ୍ରୀଡ଼ା ଦିବସ। ହେଲେ ଆଜି ଯାଏ ଭାରତରେ କୌଣସି ଖେଳକୁ ଜାତୀୟ କ୍ରୀଡ଼ାର ମାନ୍ୟତା ମିଳିନି। ହକିର ଜନ୍ମ ଭାରତରେ ହୋଇଥିବା କୁହାଯାଏ। ହେଲେ ଏହି ଖେଳକୁ ଜାତୀୟ କ୍ରୀଡ଼ାର ମାନ୍ୟତା ମିଳିନି। ତା’ହେଲେ ଏଠି ପ୍ରଶ୍ନ ଉଠୁଛି, ବିଶାଳ ଭୂଖଣ୍ଡ ଭାରତରେ କାହିଁକି କୌଣସି ଖେଳକୁ ଜାତୀୟ କ୍ରୀଡ଼ାର ମାନ୍ୟତା ମିଳିନି?

ପ୍ରତିବର୍ଷ ଅଗଷ୍ଟ ୨୯କୁ ଦେଶବାସୀ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରନ୍ତି। ୨୦୧୨ ମସିହାରୁ ଏହି ପରମ୍ପରା ଆରମ୍ଭ ହୋଇଛି। ଯୁବପିଢ଼ିଙ୍କୁ ଖେଳର ମହତ୍ତ୍ୱ ସମ୍ପର୍କରେ ବୁଝାଇବା ଓ ସେମାନଙ୍କ ମନରେ କ୍ରୀଡ଼ା ପ୍ରତି ଉତ୍ସାହ ସୃଷ୍ଟି କରିବା ଜାତୀୟ କ୍ରୀଡ଼ା ଦିବସର ଲକ୍ଷ୍ୟ। ଏହି ଅବସରରେ ବିଭିନ୍ନ କ୍ଲବ, ସଂଗଠନ ଓ ସରକାରଙ୍କ ପକ୍ଷରୁ କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୁଏ।

କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ କ୍ରୀଡ଼ାବିତଙ୍କୁ ସମ୍ମାନୀତ କରାଯାଏ। ତଥାପି ଯୁବପିଢ଼ି କ୍ରୀଡ଼ା ଦିବସ ସମ୍ପର୍କରେ ବହୁତ କମ ଜାଣିଛନ୍ତି। ସମସ୍ତେ ପ୍ରେମ ଦିବସ କେବେ ମନେ ରଖିଥିବେ, ହେଲେ ଖୁବ କମ ଲୋକ ଅଗଷ୍ଟ ୨୯ ଯେ ଜାତୀୟ କ୍ରୀଡ଼ା ଦିବସ ସେକଥା ଜାଣି ନଥିବେ।

ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ କାହିଁକି ପାଳନ କରାଯାଏ?

ଏ ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନରେ ଉଙ୍କି ମାରିବା ସ୍ୱାଭାବିକ। ଭାରତ ସର୍ବାଧିକ ଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ହକିରୁ ହିଁ ପାଇଛି। ସମସ୍ତେ ଭାବନ୍ତି ହକି ଜାତୀୟ କ୍ରୀଡ଼ା ଦିବସ। ହେଲେ ବାସ୍ତବରେ ହକି ବି ଭାରତର ଜାତୀୟ କ୍ରୀଡ଼ା ନୁହେଁ।

ହଁ, ଏଇଟା ସତ ଯେ ଭାରତକୁ କ୍ରୀଡ଼ା ବିଶେଷ କରି ହକିରେ ପରିଚିତ କରାଇଥିବା ମହାନ ବ୍ୟକ୍ତିଙ୍କ ଜନ୍ମ ଦିନକୁ ୨୦୧୨ରୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ। ଆଉ ସେହି ମହାନ ବ୍ୟକ୍ତି ହେଲେ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦ।

ତାଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଅଲିମ୍ପିକ୍ସ ହକିରେ ସ୍ୱର୍ଣ୍ଣ ଜିତିଥିଲା। ୧୯୨୮, ୧୯୩୨ ଓ ୧୯୩୬ରେ ସେ ହକିରେ ଭାରତକୁ ଲଗାତର ୩ଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ଦେଇଥିଲେ। ହକିରେ ତାଙ୍କ ଅବଦାନ ସୀମିତ ନଥିଲା। ସେ ଭାରତୀୟ କ୍ରୀଡ଼ାକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କ୍ରୀଡ଼ା ଜଗତ ପ୍ରତି ମେଜର ଧ୍ୟାନଚାନ୍ଦଙ୍କ ଅବଦାନକୁ ମନେ ରଖିବା ପାଇଁ ୨୦୧୨ରୁ ସରକାର ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରୁଛନ୍ତି।

୧୯୦୫ ମସିହା ଅଗଷ୍ଟ ୨୯ ତାରିଖରେ ପ୍ରଖ୍ୟାତ ଭାରତୀୟ ହକି ଖେଳାଳି ମେଜର୍‌ ଧ୍ୟାନଚାନ୍ଦଙ୍କର ଜନ୍ମ ଉତ୍ତରପ୍ରଦେଶରେ ହୋଇଥିଲା। ନିଜର ଦକ୍ଷତା, ପରାକ୍ରମ ଓ ସଫଳତା ପାଇଁ ସମସ୍ତେ ତାଙ୍କୁ ହକିର ଯାଦୁଗର ଭାବେ ଜାଣନ୍ତି। ସେ ତାଙ୍କର ଅବିସ୍ମରଣୀୟ କୌଶଳ ଦ୍ୱାରା ଭାରତକୁ ୧୯୨୮, ୧୯୩୨ ଓ ୧୯୩୬ ଅଲିମ୍ପିକ୍‌ସରେ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ।

ତାଙ୍କ ସ୍ମୃତିରେ ପାଳନ ହେଉଥିବା ଜାତୀୟ କ୍ରୀଡ଼ା ଦିବସରେ ପ୍ରତ୍ୟେକ ବର୍ଷ ଶ୍ରେଷ୍ଠ କ୍ରୀଡ଼ାବିତମାନଙ୍କୁ ରାଷ୍ଟ୍ରପତି ଭବନରେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ମେଜର ଧ୍ୟାନଚାନ୍ଦ ଖେଳରତ୍ନ’ ପୁରସ୍କାର ମିଳିଥାଏ। ୨୦୨୧ ଯାଏ ଶ୍ରେଷ୍ଠ କ୍ରୀଡ଼ାବିତମାନଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ମିଳୁଥିଲା। କିନ୍ତୁ ୨୦୨୧ ଅଗଷ୍ଟ ୬ରୁ ଏହାର ନାଁ ବଦଳାଇ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ରଖାଯାଇଛି। ୨୦୨୨ରେ ଟେବୁଲ ଟେନିସ ଖେଳାଳି ଶରତ କମଲ ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ।

ଫିଲ୍ଡ ହକିରେ ମେଜର ଧ୍ୟାନଚାନ୍ଦ ‘ଦି ୱିଜାର୍ଡ ବା ଯାଦୁଗର’ ଭାବେ ଜଣାଶୁଣା ଥିଲେ। ଆହ୍ଲାବାଦ ଭଳି ସହରରେ ଜନ୍ମିତ ଧ୍ୟାନଚାନ୍ଦ ୧୯୨୬ରୁ ୧୯୪୯ ଯାଏ ଦେଶର ପ୍ରତିନିଧିତ୍ୱ କରିଥିଲେ। ସେ ୫୨୬ ଅନ୍ତର୍ଜାତୀୟ ଗୋଲ ସ୍କୋର କରିବାର ରେକର୍ଡ ମଧ୍ୟ ନିଜ ନାଁରେ ରଖିଛନ୍ତି। ତେଣୁ ତାଙ୍କ ଅବଦାନକୁ ମନେ ରଖିବା ପାଇଁ ଅଗଷ୍ଟ ୨୯ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ।

ଏହି ଦିନରେ ପ୍ରତିବର୍ଷ କ୍ରୀଡ଼ା ଜଗତରେ ଉନ୍ନତ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଖେଳରତ୍ନ ବ୍ୟତୀତ ଅର୍ଜୁନ ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦିଆଯାଇଥାଏ। ଭାରତର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନର ନାମ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହୋଇଛି।

ଧ୍ୟାନଚାନ୍ଦଙ୍କ ପିତାଙ୍କ ନାଁ ଶମେଶ୍ୱର ସିଂହ ଓ ମା’ ହେଉଛନ୍ତି ଶାରଦା ସିଂହ। ଧ୍ୟାନଚାନ୍ଦଙ୍କ ପିତା ବ୍ରିଟିଶ ଭାରତୀୟ ସେନାରେ କାମ କରୁଥିଲେ। ସେ ସେନା ପକ୍ଷରୁ ହକି ଖେଳୁଲେ। ଧ୍ୟାନଚାନ୍ଦଙ୍କର ଦୁଇ ଭାଇ ଥିଲେ। ସେମାନେ ହେଲେ ମୂଲ ସିଂହ ଓ ରୂପ ସିଂହ। ତାଙ୍କ ଭାଇ ରୂପ ସିଂହ ମଧ୍ୟ ଭାରତ ପକ୍ଷରୁ ହକି ଖେଳି ସାରିଛନ୍ତି। ପିଲାଟି ବେଳୁ ଧ୍ୟାନଚାନ୍ଦଙ୍କର ହକି ପ୍ରତି ସେତେଟା ଆଗ୍ରହ ନଥିଲା। ସେ କୁସ୍ତିକୁ ବହୁତ ପସନ୍ଦ କରୁଥିଲେ।

୧୯୨୨ ମସିହା ଅଗଷ୍ଟ ୨୯ ତାରିଖ ନିଜର ୧୭ତମ ଜନ୍ମଦିବସରେ ଧ୍ୟାନଚାନ୍ଦ ବ୍ରିଟିଶ ଭାରତୀୟ ସେନାରେ ସାମିଲ୍ ହୋଇଥିଲେ। ଏହା ପରେ ସେ ୧୯୨୨ରୁ ୧୯୨୬ ଭିତରେ ଆର୍ମି ହକି ଟୁର୍ଣ୍ଣାମେଣ୍ଟ ଖେଳିଥିଲେ। ଏହା ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ତାଙ୍କୁ ଭାରତୀୟ ସେନା ଟିମ୍ ପାଇଁ ମନୋନୀତ କରାଯାଇଥିଲା।

ଏହି ଗସ୍ତରେ ଟିମ୍ ଭଲ ପ୍ରଦର୍ଶନ କରି ୧୮ଟି ମ୍ୟାଚ୍ ଜିତିଥିବା ବେଳେ ୨ଟି ଡ୍ର’ ଓ ଗୋଟିଏରେ ପରାସ୍ତ ହୋଇଥିଲା। ଭାରତ ଫେରିବା ପରେ ଧ୍ୟାନଚାନ୍ଦଙ୍କୁ ୧୯୨୭ରେ ଲାନ୍ସ ନାୟକ ଭାବେ ପ୍ରମୋଟ୍ କରାଯାଇଥିଲା। ୧୯୩୨ରେ ସେ ଭିକ୍ଟୋରିଆ କଲେଜରୁ ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିଥିଲେ।

ଜନ୍ମ ପରେ ତାଙ୍କ ନାଁ ଥିଲା ଧ୍ୟାନ ସିଂହ। ହେଲେ ସେ ଧ୍ୟାନ ଚାନ୍ଦ ଭାବେ ସେ ବିଶ୍ୱ ଦରବାରରେ ପରିଚିତ। ଧ୍ୟାନଚାନ୍ଦ ଦିନ ସାରା ନିଜ ବୃତ୍ତିଗତ କର୍ମ ସଂପାଦନ କରିବା ପରେ ଜହ୍ନ ଆଲୁଅରେ ହକି ଅଭ୍ୟାସ କରି ନିଜ କ୍ରୀଡ଼ା ଦକ୍ଷତାକୁ ବଢ଼ାଇଥିଲେ। ହକି ଜଗତରେ ଧ୍ୟାନଚାନ୍ଦ ଏଭଳି ଲୋକପ୍ରିୟତା ହାସଲ କରିଥିଲେ ଯେ ଭିଏନାଠାରେ ତାଙ୍କର ଚାରିଟି ହାତ ଥିବା ଏକ ପ୍ରତିମୂର୍ତି ସ୍ଥାପିତ ହୋଇଛି।

କାରଣ ସେଠାକାର ହକି ପ୍ରେମୀ ବିଶ୍ୱାସ କରୁଥିଲେ ଯେ କୌଣସି ସାଧାର ଖେଳାଳି ଦୁଇଟି ହାତରେ ଏଭଳି ଅସାଧାରଣ ହକି ଖେଳି ପାରିବେ ନାହିଁ। ମହାନ କ୍ରିକେଟର ଡନ୍ ବ୍ରାଡମ୍ୟାନ୍ ଧ୍ୟାନଚାନ୍ଦଙ୍କ ଖେଳରେ ଅତ୍ୟନ୍ତ ପ୍ରଭାବିତ ହୋଇଥିଲେ। ସେଥିପାଇଁ ଧ୍ୟାନଚାନ୍ଦଙ୍କୁ ପ୍ରଶଂସା କରି ବ୍ରାଡମ୍ୟାନ୍ ଏକଦା କହିଥିଲେ ‘ଧ୍ୟାନଚାନ୍ଦ କ୍ରିକେଟ୍‌ରେ ରନ୍ କଲା ଭଳି ଗୋଲ୍ କରୁଛନ୍ତି।’

ହଲାଣ୍ଡରେ ଧ୍ୟାନଚାନ୍ଦଙ୍କ ସହ ଗୋଟିଏ ଅଜବ ଘଟଣା ଘଟିଥିଲା। ସେ ଏମିତି ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ ଯେ ତାଙ୍କ ଷ୍ଟିକ୍‌ରେ ଚୁମ୍ବକ ଲାଗିଥିବା ସମସ୍ତେ ଭାବିଥିଲେ। ତେଣୁ ଆୟୋଜକମାନେ ତାଙ୍କ ଷ୍ଟିକ ଭାଙ୍ଗି ଏହାର ଯାଞ୍ଚ ବି କରିଥିଲେ।

କେବଳ ଧ୍ୟାନଚାନ୍ଦ ନୁହନ୍ତି, ତାଙ୍କ ପୁଅ ଅଶୋକ କୁମାର ମଧ୍ୟ ଭାରତୀୟ ହକିକୁ ଅନେକ ସଫଳତା ଭେଟି ଦେଇଥିଲେ। ଅଶୋକ କୁମାର ୧୯୭୫ ମସିହାରେ ହକି ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ।

ଅଲିମ୍ପିକ୍ସ ପଦକ ଓ ବିଶ୍ୱକପ୍ ଜିତିଥିବା ଧ୍ୟାନଚାନ୍ଦ ଓ ଅଶୋକ କୁମାର ଭାରତୀୟ ହକିର ପ୍ରଥମ ବାପା–ପୁଅ ଯୋଡ଼ି। ଧ୍ୟାନଚାନ୍ଦ ଲଗାତାର ତିନିଟି ଅଲିମ୍ପିକ୍ସ ସ୍ୱର୍ଣ୍ଣ ଜିତିଥିଲା ବେଳେ ଅଶୋକ କୁମାର ୧୯୭୨ରେ ଅଲିମ୍ପିକ୍ସରେ ଦେଶ ପାଇଁ କାଂସ୍ୟ ପଦକ ଜିତିଥିଲେ।

କାହିଁକି କୌଣସି ଖେଳକୁ ଜାତୀୟ କ୍ରୀଡ଼ାର ମାନ୍ୟତା ମିଳିନି?

ଧ୍ୟାନଚାନ୍ଦ ଭାରତୀୟ କ୍ରୀଡ଼ା ଦେଇଥିବା ସେବା ଅତୁଳନୀୟ। ସରକାର କେବଳ ତାଙ୍କୁ ମନେ ରଖିବା ପାଇଁ ଓ ତାଙ୍କ ସ୍ମୃତିକୁ ତାଜା କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ୨୯କୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରୁଛନ୍ତି।

ହକି କିମ୍ବା କୌଣସି ଖେଳକୁ ଦେଶରେ ଜାତୀୟ କ୍ରୀଡ଼ାର ମାନ୍ୟତା ମିଳିନି। ହକି ଭଳି କବାଡି ଓ କୁସ୍ତି ମଧ୍ୟ ଭାରତରେ ଉତ୍ପତ୍ତି ବୋଲି କୁହାଯାଏ। ଆମ ସମସ୍ତଙ୍କ ଜୀବନରେ ‌ଖେଳର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ସମସ୍ତେ ନିଜ ନିଜ ପସନ୍ଦର ଖେଳ ଖେଳନ୍ତି। ଦେଶରେ ପ୍ରତିଟି ଖେଳର ଗୁରୁତ୍ୱ ରହିଛି।

ତେଣୁ ସରକାର କୌଣସି ଗୋଟିଏ କ୍ରୀଡ଼ାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ଚାହୁଁ ନାହାନ୍ତି। ସବୁ ଖେଳ ସମାନ ବୋଲି ଦର୍ଶାଇବା ପାଇଁ କୌଣସି କ୍ରୀଡ଼ାକୁ ଦେଶରେ ଜାତୀୟ ଖେଳର ମାନ୍ୟତା ମିଳିନି। ଦେଶ ପାଇଁ ସବୁ ଖେଳ ଜାତୀୟ ଓ ଦେଶ ପାଇଁ ସବୁ କ୍ରୀଡ଼ାବିତ ସମାନ ବୋଲି ଗୋଟିଏ ବାର୍ତ୍ତା ଭାରତରୁ ବିଶ୍ୱକୁ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story