ଆଜି ପଙ୍କୋଦ୍ଧାର ଏକାଦଶୀ। ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ପାଳନ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଭୁ ଲୋକନାଥଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଉତ୍କଣ୍ଠାରେ ଅପେକ୍ଷା କରି ରହିଛନ୍ତି।
ବର୍ଷର ଗୋଟିଏ ଦିନ ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କୁ ଭକ୍ତମାନେ ଦର୍ଶନ କରନ୍ତି। ତେଣୁ ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି। ବାରିକେଡ ବ୍ୟବସ୍ଥା, ଧାଡ଼ି ବ୍ୟବସ୍ଥା ସହ ଗାଡ଼ି ପାର୍କିଂ ପାଇଁ ସ୍ୱତନ୍ତ୍ର ସ୍ଥାନ ରଖାଯାଇଛି। ଚୋରି, ଛିନତାଇ, ଗଣ୍ଡଗୋଳକୁ
୨ ଜଣଅତିରିକ୍ତ ଏସପି ସୁରକ୍ଷା ଦାୟିତ୍ୱରେ ରହିବେ। ଆଉ ଏପଟେ ଜାଗର ଯାତ୍ରା ପାଇଁ ମଧ୍ୟ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।