ଲୋକସଭା ଆସନ ଉପରେ ବିଜେପିର ଆଖି

ଭୋଟରମାନେ ଭୋଟ ଗ୍ରହଣ କେନ୍ଦ୍ର ଭିତରେ ଇଭିଏମ ବୋତାମ ଟିପିଲା ବେଳେ ବିଧାନସଭା ପାଇଁ ଲଢ଼ୁଥିବା ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଓ ସାଂସଦ ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନରେ ବୋତାମ ଟିପିବେ ନା ଯେ କୌଣସି ଗୋଟିଏ ଦଳକୁ ସମର୍ଥନ କରିବାକୁ ମନ ବଳେଇବେ, ତାହା ନିଶ୍ଚୟ ସମସ୍ତ ଦଳ ପାଇଁ ବିରାଟ ଆହ୍ୱାନ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତୀ, ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍କଳଙ୍କ ସୁଶାସନ। ଗୈରିକ ଦଳ ପାଇଁ ଏହା ନିଶ୍ଚୟ ଏକ କଠିନ ଆହ୍ୱାନ।

Narendra Modi And Naveen Patnaik

Narendra Modi And Naveen Patnaik

Debendra Prusty
  • Published: Monday, 03 July 2023
  • Updated: 03 July 2023, 01:33 PM IST

News Highlights

  • ଓଡ଼ିଶାରୁ ଅଧିକ ଲୋକସଭା ଆସନ ଜିତିବା ବିଜେପି ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ!
  • ନବୀନ ପଟ୍ଟନାୟକଙ୍କ ବିଜୁ ଜନତାକୁ ରାଜ୍ୟ ବିଧାନସଭା ନିର୍ବାଚନରେ ପରାସ୍ତ କରିବା କ’ଣ ବିଜେପି ଆଜେଣ୍ଡାରେ ତଳେ?
  • ଓଡ଼ିଶା ଭୋଟର ଲୋକସଭାରେ ଗୋଟେ ଦଳ ଓ ବିଧାନସଭାରେ ଅନ୍ୟ ଗୋଟେ ଦଳକୁ ଭୋଟ୍‌ ଦେବାରେ କେତେ ଅଭ୍ୟସ୍ତ?

Sports

Latest News

ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳକୁ (ବିଜେଡି) ବିଧାନସଭା ଆସନମାନଙ୍କରେ ପରାସ୍ତ କରିବା ସହଜ ନୁହେଁ ବୋଲି ବୋଧହୁଏ ଭାରତୀୟ ଜନତା ପାର୍ଟି (ବିଜେପି) ହୃଦୟଙ୍ଗମ କରି ସାରିଛି। ୨୦୦୯ ପରଠାରୁ ବିଜେଡି ଯେଭଳି ଭାବେ ବୁଥସ୍ତରୀୟ ଦଳୀୟ ଭିତ୍ତିଭୂମି ସଶକ୍ତ କରି ଚାଲିଛି, ସେଥିରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଯେ ଓଡ଼ିଶାରେ ବିଜେପି ସରକାର ଗଢ଼ି ପାରିବ, ତାହା କେବଳ ଭବିଷ୍ୟତ ହିଁ କହିପାରେ, ଆଜିଠୁ ପୂର୍ବାନୁମାନ କରିବା ଅସମ୍ଭବ। ସେଥିପାଇଁ, ବିଜେପି ନିଜର ସାଙ୍ଗଠନିକ ଶକ୍ତିକୁ ବ୍ୟବହାର କରି ଓଡ଼ିଶାରେ ପୂର୍ବାପେକ୍ଷା ଅଧିକ ଲୋକସଭା ଆସନ ଅକ୍ତିଆର କରିବାକୁ ଚାହିଁବ। ଏହା ୨୦୨୪ ଲୋକସଭା ନିର୍ବାଚନ ପରେ ନରେନ୍ଦ୍ର ମୋଦୀଙ୍କୁ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାସୀନ କରିବାର ସୁଯୋଗ ଦେବ। ଭୋଟରମାନେ ଭୋଟ ଗ୍ରହଣ କେନ୍ଦ୍ର ଭିତରେ ଇଭିଏମ ବୋତାମ ଟିପିଲା ବେଳେ ବିଧାନସଭା ପାଇଁ ଲଢ଼ୁଥିବା ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଓ ସାଂସଦ ପ୍ରାର୍ଥୀଙ୍କୁ ପଦ୍ମ ଚିହ୍ନରେ ବୋତାମ ଟିପିବେ ନା ଯେ କୌଣସି ଗୋଟିଏ ଦଳକୁ ସମର୍ଥନ କରିବାକୁ ମନ ବଳେଇବେ, ତାହା ନିଶ୍ଚୟ ସମସ୍ତ ଦଳ ପାଇଁ ବିରାଟ ଆହ୍ୱାନ। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଭାବମୂର୍ତ୍ତୀ, ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍କଳଙ୍କ ସୁଶାସନ। ଗୈରିକ ଦଳ ପାଇଁ ଏହା ନିଶ୍ଚୟ ଏକ କଠିନ ଆହ୍ୱାନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ୨୪ ବର୍ଷ ଧରି ଦୃଢ଼ ଭାବେ କ୍ଷମତାସୀନ ହୋଇ ରହିଥିବା କାରଣରୁ ୨୦୨୪ ମସିହାରେ ବିଜେପି ତାଙ୍କୁ ଗାଦିଚ୍ୟୁତ କରି ଓଡ଼ିଶାର ଶାସନଗାଦୀ ଅକ୍ତିଆର କରିବା ନିଶ୍ଚିତ ଭାବେ ଏକ ଦୂରୁହ ବ୍ୟାପାର ମନେହୁଏ। ତେଣୁ ଓଡ଼ିଶାର ମୁଖ୍ୟ ବିରୋଧୀ ଦଳ ବିଜେପି ଏହାର ଲୋକସଭା ଆସନ ସଂଖ୍ୟା ବୃଦ୍ଧି ଉପରେ ଅଧିକ ଧ୍ୟାନ ଦେଉଥିବା ଜଣାପଡ଼ିଛି। ୨୦୨୪ ମସିହାରେ ଲୋକସଭା ନିର୍ବାଚନ ଅବ୍ୟବହିତ ପୂର୍ବରୁ ଗତ ସପ୍ତାହରେ ଝାରସୁଗୁଡ଼ା ଏବଂ କଳାହାଣ୍ଡି ଗସ୍ତରେ ଆସିଥିବା ବିଜେପିର ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଗସ୍ତ ସେହି ଦିଗରେ ଏକ ସାଙ୍ଗଠନିକ ପ୍ରୟାସ କହିଲେ, ଅତ୍ୟୁକ୍ତି ହେବନାହିଁ।

ନଡ୍ଡା ଝାରସୁଗୁଡାରେ ଅବତରଣ କଲାପରେ ପରେ କଳାହାଣ୍ଡି ଗସ୍ତ କରିବାକୁ ଯାଇ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ସେ ମଧ୍ୟ ନିଜର ମନୋବଳ ବଢ଼ାଇବାକୁ ଚେଷ୍ଟା କରୁଥିବା ତଥା ଆଗାମୀ ୨୦୨୪ ମସିହାରେ ହେବାକୁଥିବା ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ଯୁଦ୍ଧ ପାଇଁ ପ୍ରସ୍ତୁତିରେ ଦିନରାତି ପରିଶ୍ରମ କରୁଥିବା ଦଳର କର୍ମୀମାନଙ୍କ ସହ ବାର୍ତ୍ତାଳାପ କରିଥିଲେ। ନଡ୍ଡା ଭଲ ଭାବେ ଜାଣନ୍ତି ଯେ, ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ୨୦୨୪ର ପ୍ରତିଯୋଗିତା ନିଶ୍ଚିତ ଭାବେ କଠିନତର ହେବାକୁ ଯାଉଛି। ଗତ ଦୁଇ ଥର ଯାକ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରରେ କ୍ଷମତା ଦଖଲ କରିବାକୁ ଜନତା ଜନାର୍ଦ୍ଦନ ଅକୁଣ୍ଠ ସମର୍ଥନ ଦେଇଥିଲେ। ଏଥରର ନିର୍ବାଚନରେ ଜୟଯୁକ୍ତ ହେଲେ, ନରେନ୍ଦ୍ର ମୋଦି ଲଗାତାର ତୃତୀୟ ଥର ପାଇଁ ବିଜେପିକୁ ଜିତାଇ ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜେପି, ଗତ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପରାଜୟ ଲାଭକରି ଜାତୀୟ ସ୍ତରରେ ନିଜର ଭାବମୂର୍ତ୍ତି ଯେ କ୍ଷୁର୍ଣ୍ଣ କରି ସାରିଛି ଏହା ମଧ୍ୟ ଅସ୍ୱୀକାର କରାଯାଇ ନ ପାରେ। ଆଗକୁ ଅଛି ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ବିଧାନସଭା ନିର୍ବାଚନ। କର୍ଣ୍ଣାଟକ ଭଳି ଏସବୁ ରାଜ୍ୟରେ ବିଜେପି ଜିତିବା ମଧ୍ୟ କଷ୍ଟକର ହେବ। ଉତ୍ତରପ୍ରଦେଶ ବୋଧହୁଏ ବିଜେପି ପାଇଁ ଏକମାତ୍ର ବଡ଼ ଆଶ୍ଵସନାର ରାଜ୍ୟ, ଯେଉଁଠାରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି ପକ୍ଷରୁ ଦିଆଯାଇଥିବା ଆହ୍ୱାନର ମୁକାବିଲା କରି ବିଜେପି ଆଖିଦୃଶିଆ ତଥା ଈର୍ଷଣୀୟ ସଫଳତା ପାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଷ୍କଳଙ୍କ ସୁଶାସନ ପ୍ରଦାନ କରି ଚାଲିଥିବାରୁ ତାଙ୍କର ବ୍ୟକ୍ତିଗତ ଭାବମୂର୍ତ୍ତି ବୃଦ୍ଧି ହୋଇଛି। ରାଜ୍ୟରେ ଦଳର ନିର୍ବାଚନୀ ଆଶା ବୈତରଣୀ ସୁଗମ ହେବାର ଉଜ୍ଜ୍ୱଳ ସମ୍ଭାବନା ମଧ୍ୟ ଦେଖିବାକୁ ମିଳୁଛି।

ତେବେ ଅଧିକାଂଶ ରାଜ୍ୟରେ ବିରୋଧୀ ଦଳ ପକ୍ଷରୁ କଡ଼ା ମୁକାବିଲାର ସମ୍ମୁଖୀନ ହେବାକୁ ପଡ଼ିବ ବିଜେପିକୁ। ରାଜସ୍ଥାନରେ କଂଗ୍ରେସ କ୍ଷମତାରେ ଅଛି। ବିହାରରେ ବିଜେପି ଏକ ବିଭାଜିତ ଗୃହ ଭଳି ମନେହେଉଛି। ନୀତୀଶ କୁମାର ବିଜେପିର ହାତ ଛାଡ଼ିଦେଲା ପରେ ଏହା ନୂତନ ସହଯୋଗୀ ଖୋଜିବା ପାଇଁ ସଂଘର୍ଷ କରୁଛି। ବର୍ତ୍ତମାନ ମହାଗଠବନ୍ଧନ ମଧ୍ୟରେ ସାମିଲ ହୋଇଥିବା ଦଳମାନଙ୍କୁ ନିଜ ପାଖକୁ ଆଣିବାର ଉଦ୍ୟମ କରିଚାଲିଛି। ମଧ୍ୟପ୍ରଦେଶ ୨୦୧୮ ବିଧାନସଭା ନିର୍ବାଚନରେ ଅଧିକ ଆସନ ପାଇ କମଲ ନାଥଙ୍କ ନେତୃତ୍ୱରେ କଂଗ୍ରେସ ସେଠାରେ ଗଠବନ୍ଧନ ସରକାର ଗଢ଼ିଥିଲା। ମାତ୍ର ୧୫ ମାସ ପରେ, ସେମାନେ ସଂଖ୍ୟାଲଘୁ ହୋଇଯିବାରୁ ବିଜେପି ସେଠାରେ କ୍ଷମତାକୁ ଆସିଥିଲା। ସେହି ଦଳକୁ ଆଗାମୀ ନିର୍ବାଚନରେ ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକରେ କ୍ଷମତା ଦାଖଲ କରିଥିବା ଖୁସିରେ ଉତ୍ସାହିତ କଂଗ୍ରେସ ଏବଂ ବିଦ୍ରୋହୀ ପ୍ରାର୍ଥୀଙ୍କୁ ମଧ୍ୟ ସାମନା କରିବାକୁ ପଡ଼ିବ। ଛତିଶଗଡ଼ର କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ସହ ମୁକାବିଲା ଆହୁରି କଠୋର ହୋଇପାରେ। ସେଠାରେ ଜଣେ ବରିଷ୍ଠ ବିଜେପି ନେତାଙ୍କୁ ସଫଳତାର ସହ ନିଜ ଦଳରେ ସାମିଲ କରି ସାରିଛି କଂଗ୍ରେସ ଦଳ।

୨୦୨୪ ଲୋକସଭା ନିର୍ବାଚନବେଳେ ଦଳର ବିଜୟ ଆଶା ନେଇ ବିଜେପି ଶୀର୍ଷ ନେତୃତ୍ୱ ଚିନ୍ତିତ ଥିବାବେଳେ ଏହି ଗୈରିକ ଦଳ କେନ୍ଦ୍ରରେ ତୃତୀୟ ଥର ପାଇଁ ସରକାର ଗଢ଼ିବା ପାଇଁ ଲଢ଼େଇ କରିବ। ତେଣୁ, ଗତ ଲୋକସଭା ନିର୍ବାଚନରେ ଏହା ଭଲ ପ୍ରଦର୍ଶନ କରିଥିବା ନିର୍ବାଚନ ମଣ୍ଡଳୀରେ ଦଳର ଭିତ୍ତିଭୂମିକୁ ଆହୁରି ମଜବୁତ କରିବାକୁ ଦଳର ରଣନୀତିଜ୍ଞମାନେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ୨୦୧୯ରେ ୨୧ଟି ଲୋକସଭା ଆସନ ମଧ୍ୟରୁ ୮ଟିରେ ବିଜୟଲାଭ କରିଥିବାରୁ ବିଜେପି ପାଇଁ ଓଡ଼ିଶା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ। ୨୦୧୪ରେ ରାଜ୍ୟରେ କେବଳ ଗୋଟିଏ ଲୋକସଭା ଆସନ ପାଇଥିବା ଦଳ ୨୦୧୯ ବେଳକୁ ଲମ୍ଫ ପ୍ରଦାନ କରିବାର କ୍ଷମତା ସଂଗ୍ରହ କରିଥିବାରୁ ୨୦୨୪ ନିର୍ବାଚନରେ ବିଜେପି କେନ୍ଦ୍ରୀୟ ନେତୃତ୍ୱଙ୍କୁ ନିଶ୍ଚୟ ଓଡିଶା ମନସ୍କ କରିବ।

ଏହି ଆଠଟି ଆସନ ମଧ୍ୟରୁ ପାଞ୍ଚଟି ମିଳିଥିଲା ଓଡ଼ିଶାର ପଶ୍ଚିମ ଦିଗରେ ଥିବା ଜିଲ୍ଲାମାନଙ୍କରୁ। ଏଗୁଡ଼ିକ ବିଜେପିର ପାରମ୍ପରିକ ଦୁର୍ଗ ନଥିଲେ ହେଁ ୨୦୦୦ ମସିହାଠାରୁ ୨୦୦୯ ମସିହା ଯାଏଁ ବିଜେଡି-ବିଜେପି ବୁଝାମଣା ଅନୁସାରେ ସେଠାରୁ ବିଜେପି ଲଢୁଥିଲା ଏବଂ କାଳକ୍ରମେ ଏହାର ସଂଗଠନ ଏହିସବୁ ଜିଲ୍ଲାରେ ଅପେକ୍ଷାକୃତ ଦୃଢ଼ ହୋଇଛି। ବାସ୍ତବରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଆଧାରରେ ବିଜେପି ଏହି ଅଞ୍ଚଳର ସମସ୍ତ ଲୋକସଭା ଆସନ ଜିତିଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଅନ୍ୟ ତିନୋଟି ମଧ୍ୟରୁ ଦୁଇଟି ଉତ୍ତର ଓଡ଼ିଶା ଓ ଗୋଟିଏ ଉପକୂଳବର୍ତ୍ତୀ ଆସନ - ବାଲେଶ୍ଵର, ମୟୂରଭଞ୍ଜ ଏବଂ ଭୁବନେଶ୍ୱର, ଯେଉଁଠାରେ ଦଳର ଭିତ୍ତିଭୂମି ଆଜି ବି ଦୃଢ଼ ନୁହେଁ।

ଆଶ୍ଚର୍ଯ୍ୟର କଥା ହେଉଛି, ବିଜେପି ରାଜ୍ୟରେ ଆଠଟି ଲୋକସଭା ଆସନ ଜିତିଥିବାବେଳେ ଏହାର ବିଧାନସଭା ନିର୍ବାଚନ ଫଳ ସମପରିମାଣରେ ପ୍ରଭାବଶାଳୀ ନଥିଲା। କଂଗ୍ରେସ ଦଳର ଶକ୍ତି ହ୍ରାସର ସୁଯୋଗ ନେଇ ବିଜେପି ୨୩ଟି ବିଧାନସଭା ଆସନ ଜିତି ପାରିଥିଲା ଓ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହାସଲ କରିଥିଲା ସତ୍ୟ, କିନ୍ତୁ ତତ୍କାଳୀନ ବିଜେପି ସଭାପତି ଅମିତ ଶାହ ଧାର୍ଯ୍ୟ କରିଥିବା ୧୨୦ଟି ଆସନ ଲକ୍ଷ୍ୟଠାରୁ ଏହା ବହୁ ଦୂରରେ ଅଟକି ଯାଇଥିଲା। ରାଜନୈତିକ ବିଶ୍ଳେଷକମାନେ ଏହାକୁ ବ୍ୟାଖ୍ୟା କରି 'ବିଭାଜିତ ଭୋଟ୍' ଭାବେ ବର୍ଣ୍ଣନା କରିଥିଲେ। ଓଡ଼ିଶାର ଅଳ୍ପଶିକ୍ଷିତ ଭୋଟରମାନେ ବୁଦ୍ଧିମତ୍ତା ପ୍ରୟୋଗ କରି କିମ୍ବା ନିର୍ଦ୍ଦିଷ୍ଟ ରଣନୀତି ଅନୁସାରେ ନିଜର ଭୋଟ୍ ଦେଇଥିଲେ। ସେଥିପାଇଁ ଅନେକ ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିଲେ - କାରଣ ସେମାନେ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ଆସନରେ ଦେଖିବାକୁ ଚାହିଁଥିଲେ। ସେହିପରି ସେମାନେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ମଧ୍ୟ ବିଶ୍ୱାସ ସ୍ଥାପନ କରିଥିଲେ। ଫଳରେ ବିଜେଡି ଲଗାତାର ପଞ୍ଚମ ଥର ପାଇଁ ଓଡ଼ିଶାରେ କ୍ଷମତା ଦାଖଲ କଲା ଓ ନୂତନ ରେକର୍ଡ ସ୍ଥାପନ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ନବୀନ ପଟ୍ଟନାୟକ।

ବିଜେପି ପକ୍ଷରୁ ସଂଗ୍ରହ କରାଯାଉଥିବା ଗୋପନୀୟ ମତାମତ ଓ ତଥ୍ୟ (ସର୍ଭେ ) ବିଶ୍ଳେଷଣ କଲାବେଳେ ନିର୍ବାଚନ ରଣନୀତିଜ୍ଞମାନେ ନିଶ୍ଚିତ ଭାବରେ ୨୦୧୯ ନିର୍ବାଚନର ଫଳାଫଳ ଅଧ୍ୟୟନ କରିଥିବେ। ସେମାନେ ହୁଏତ ଏହି ସିଦ୍ଧାନ୍ତରେ ପହଞ୍ଚିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ବି କେବଳ ଅମଳିନ ରହିନାହିଁ, ବରଂ ବଢ଼ିଛି। ତାଙ୍କୁ କ୍ଷମତାଚ୍ୟୁତ କରିବା ବସ୍ତୁତଃ ଅସମ୍ଭବ। ସେଥିପାଇଁ, ଭାଜପା ପକ୍ଷରେ ଗତଥର ଜିତିଥିବା ଲୋକସଭା ଆସନ ସହିତ ଆଉକିଛି ଆସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବର୍ଦ୍ଧିତ ଲୋକପ୍ରିୟତାକୁ ବ୍ୟବହାର ହାସଲ କରିବାର ପ୍ରଚେଷ୍ଟା କରାଯିବା ଶ୍ରେୟସ୍କର।

ସେହି କାରଣରୁ ବିଜେପି ଅଧ୍ୟକ୍ଷ ନଡ୍ଡାଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ନିଶ୍ଚୟ ମହତ୍ୱପୂର୍ଣ୍ଣ। ସେଥିପାଇଁ ବିଜେପି ହାତରେ ଥିବା ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ାରେ ବିମାନ ବନ୍ଦର ବ୍ୟବହାର କରି ତାଙ୍କର ନିର୍ବାଚନ ଗସ୍ତର ଶ୍ରୀଗଣେଶ କରିଥିଲେ। ନିକଟ ଅତୀତରେ ଶିଳ୍ପପୁଞ୍ଜ ସହର ଝାରସୁଗୁଡ଼ାର ଟାଣୁଆ ବିଜେଡି ନେତା, ସ୍ଥାନୀୟ ବିଧାୟକ ତଥା ଓଡ଼ିଶାର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାକାଣ୍ଡ ହଇଚଇ ସୃଷ୍ଟି କରିଥିଲା। ଜଣେ ପୋଲିସ କର୍ମଚାରୀ ତାଙ୍କର ସର୍ଭିସ ରିଭଲଭରରୁ ଗୁଳିକରି ମନ୍ତ୍ରୀଙ୍କୁ ହତ୍ୟା କରିଥିଲେ; ଅଥଚ ହତ୍ୟା ପଛର କାରଣ ଆଜିଯାଏଁ ବି ଅଜଣା ରହିଥିବାରୁ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ଏହା ଆଗାମୀ ନିର୍ବାଚନରେ ବିଜେପି ପାଇଁ ଅସ୍ତ୍ର ହୋଇପାରିବ। ବିଧାନସଭା ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଯଦିଓ ଏହି ଆସନଟିକୁ ନବ କିଶୋର ଦାସଙ୍କ କନ୍ୟା ଦୀପାଳି ଦାସ ଜିଣି ନେଇଥିଲେ ବିଜେପି କିନ୍ତୁ ଏହି ଅଞ୍ଚଳରେ ନିଜର ଭୋଟ ବ୍ୟାଙ୍କ ଓ ଦଳୀୟ ଆଧାରକୁ ମଜବୁତ ରଖିବାକୁ ସୁଯୋଗ ଖୋଜିବ।

ସେହିଭଳି କଳାହାଣ୍ଡି ଲୋକସଭା ଆସନରୁ ବିଜେପିର ପୂର୍ବତନ ରାଜ୍ୟ ମୁଖ୍ୟ ବସନ୍ତ ପଣ୍ଡା ଜିତିଛନ୍ତି ଓ ସାଂସଦ ଅଛନ୍ତି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପୃଷ୍ଠଭୂମିରୁ ଆସିଥିବା ବସନ୍ତ ପଣ୍ଡା ଜଣେ ଭଲ ସଂଗଠକ। ସେ ନିଜର କଳାହାଣ୍ଡି ଆସନ ସମେତ ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ କୋକସଭା କ୍ଷେତ୍ରରେ ଦଳର ସ୍ଥିତିକୁ ଆହୁରି ଦୃଢ କରିବାକୁ ଚେଷ୍ଟା କରିବେ। ସେ ମଧ୍ୟ ରାୟଗଡ଼ା ଏବଂ କନ୍ଧମାଳ ପରି ପଡ଼ୋଶୀ ଜିଲ୍ଲାରେ ବିଜେପିର ବିଚାରଧାରା ଓ ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରିବେ।

ତେବେ ଗତଥର ଜିତିଥିବା ଲୋକସଭା ଆସନରେ ନିଜର ସ୍ଥିତିକୁ ଆହୁରି ଦୃଢ଼ କରୁଥିବା ବିଜେପିର ଯୋଜନାସବୁ ବିଜେଡି ପକ୍ଷରୁ କଡ଼ା ପ୍ରତିରୋଧର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ୨୦୧୯ ନିର୍ବାଚନ ବେଳେ ବିଜେଡି ହରେଇଥିବା ଲୋକସଭା ଆସନକୁ ବିଜେପି ହାତରୁ ଛଡ଼େଇ ଆଣିବାକୁ ଓଡ଼ିଶାର ସରକାରୀ ଦଳ ନିଜର ତ୍ରୁଟିଗୁଡ଼ିକୁ ଆବଶ୍ୟକମତେ ସଂଶୋଧନ କରିସାରିଥିବା ଜଣାଯାଇଛି। ଲୋକପ୍ରିୟତା ମାପକାଠିରେ ସର୍ବୋଚ୍ଚ ସ୍ଥାନରେ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯାଦୁ କେବଳ ପଶ୍ଚିମ ଓଡ଼ିଶାରେ ନୁହେଁ, ବରଂ ସମଗ୍ର ରାଜ୍ୟରେ ଗୈରିକ ଦଳ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିବ, ତାହା ଏବେଠୁ ଜଣା ଗଲାଣି। ୨୦୨୪ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କ ରାଜନୈତିକ କାର୍ଯ୍ୟକଳାପ ଅଭିଯୋଗ ଓ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯାଇ ଅଳଙ୍କାର ସବୁର ଗଣତି କରାଯାଉନଥିବା ପଛର ଉଦ୍ଦେଶ୍ୟ ସମେତ ମନ୍ତ୍ରୀମାନେ ହତ୍ୟାକାଣ୍ଡରେ ଜଡିତ ରହିଥିବା ପ୍ରସଙ୍ଗ ଗୁଡ଼ିକୁ ବିରୋଧୀମାନେ କିଭଳି ଭାବେ ଲୋକଙ୍କ ପାଖକୁ ନେବେ ଓ ବିଜେଡି ପକ୍ଷରୁ କେନ୍ଦ୍ର ଅବହେଳା, ପେଟ୍ରୋଲିୟମ ଦରବୃଦ୍ଧି, ନିଯୁକ୍ତି ଇତ୍ୟାଦିକୁ ବିଜେପି ବିରୁଦ୍ଧରେ କିଭଳି ପ୍ରୟୋଗ କରିବେ, ତାହା ଗୁରୁତ୍ୱପୂର୍ଣ୍ଣ ରହିବ। ଆଗାମୀ ନିର୍ବାଚନ ଯେ ନିଶ୍ଚିତ ଭାବରେ ଆକର୍ଷଣୀୟ ତଥା ପ୍ରତିଯୋଗିତାମୂଳକ ହେବ, ଏକଥା ଅନୁମାନ କରିବା କଷ୍ଟକର ବ୍ୟାପାର ନୁହେଁ।

ଏକଥା ଲେଖିଲା ବେଳେ ଆମେ ଗୋଟିଏ କୌତୁହଳପୂର୍ଣ୍ଣ ଧାରଣା ସମ୍ପର୍କରେ ସଚେତନ ଅଛୁ ଯେ ଜନମାନସ ତଥା ଗଣମାଧ୍ୟମରେ ଓଡ଼ିଶାରେ ବିଜେପି ଓ ବିଜେଡିର ମଧ୍ୟରେ ସଲାକୁସ୍ତି ବା 'ବାହାରେ କଳି, ଭିତରେ କୋଳାକୋଳି' ସମ୍ପର୍କ ଥିବାର ଚର୍ଚ୍ଚା ହେଉଛି। ବିଜେଡି ବିଭିନ୍ନ ପ୍ରସଙ୍ଗରେ ସଂସଦରେ ବିଜେପିକୁ ସମର୍ଥନ କରିଥିବାରୁ ଏହି ଧାରଣା ବୃଦ୍ଧି ପାଇଛି। ବହୁ ଲୋକ ଭାବନ୍ତି ଯେ ବିଜେପିକୁ ଅଧିକ ଲୋକସଭା ଆସନ ଜିତିବାକୁ ସୁଯୋଗ ଦେବ ବିଜେଡି; ଯଦି ନବୀନ ପଟ୍ଟନାୟକଙ୍କ ବିଜୟ ଶଙ୍ଖଧ୍ୱନୀ ବେସୁରା କରିବାକୁ କେନ୍ଦ୍ର ସରକାର ଚେଷ୍ଟା ନକରନ୍ତି। ଆଗକୁ ଓଡ଼ିଶା ଭୋଟରଙ୍କ ରାଜନୈତିକ ସଚେତନତା ଓ ବୁଦ୍ଧିମତ୍ତା ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛି, ଏହା ନିଶ୍ଚିତI ତେବେ ଅମୃତ କାଳ ବିଜେପିକୁ ଅମୃତ ଦେଉଛି ନ ବିଜେଡିର ଶଙ୍ଖଧ୍ୱନୀରେ ଚତୁର୍ଦିଗ ପ୍ରକମ୍ପିତ ଦେଉଛି, ତାହାକୁ ସଭିଏଁ ଆଗ୍ରହର ସହିତ ଲକ୍ଷ କରିବେ।

ଜାନକୀଶ ବଡ଼ପଣ୍ଡା

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story