ସଚିବଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀ ନିରବ ରହିବା ଉଚିତ କି?

ଓଡ଼ିଶାରେ ଯେଉଁ ପ୍ରସଂଗଟି ଗତ ଏକମାସରୁ ଊର୍ଦ୍ଧ୍ୱ ହେଲା ସାଧାରଣରେ ପ୍ରମୁଖ ବିଷୟ ଭାବରେ ଆଲୋଚିତ ହେଉଛି ଓ ବିଭିନ୍ନ ଭାବରେ ଆଲୋଚନା ଓ ସମାଲୋଚନା ହେଉଛି ସେ ବିଷୟରେ ମୁଖ୍ୟମନ୍ତ୍ରୀ କାହିଁକି ନିରବ ରହିଛନ୍ତି ବୋଲି ପ୍ରଶ୍ନ ହେବା ସ୍ୱାଭାବିକ।

Pandian With Patnaik

Pandian With Patnaik

Debendra Prusty
  • Published: Monday, 26 June 2023
  • Updated: 26 June 2023, 12:08 PM IST

News Highlights

  • ପାଣ୍ଡିଆନଙ୍କୁ ନେଇ ବିରୋଧୀ ଦଳର ପ୍ରଶ୍ନ ଉପରେ ନିରବ କାହିଁକି ମୁଖ୍ୟମନ୍ତ୍ରୀ?
  • ସଚିବଙ୍କ ରାଜନୀତିକ କାର୍ଯ୍ୟକ୍ରମ କେତେ ଦୂର ସମୀଚିନ ତାହାର ଉତ୍ତର ମିଳିବା ଦରକାର।

Sports

Latest News

ଓଡ଼ିଶାରେ ଗତ କିଛି ସପ୍ତାହ ହେଲା ଓ ବିଶେଷ ଭାବରେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ୫-ଟି ସଚିବ ବା ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ନେଇ କେତେଗୁଡ଼ିଏ ପ୍ରଶ୍ନ ସିଧାସଳଖ ଭାବରେ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିବା ପରେ ରାଜ୍ୟର ପ୍ରାୟ ଅଧିକାଂଶ ବିରୋଧୀ ଦଳ ନେତା ଓ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ବ୍ୟକ୍ତିବିଶେଷ ସେହି ସଂକ୍ରାନ୍ତୀୟ ପ୍ରଶ୍ନକୁ ବିଭିନ୍ନ ଭାବରେ ଉତ୍ଥାପନ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ରାଜ୍ୟର ସବୁଠାରୁ ବଡ଼ ଦୈନିକ ଖବରକାଗଜର ସଂପାଦକ ଯିଏକି ବିଜେଡିର ଜଣେ ଆଗୁଆ ବିଧାନସଭା ସଦସ୍ୟ, ସେ ମଧ୍ୟ ସେହି ପ୍ରଶ୍ନକୁ ଉତ୍ଥାପନ କରି ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ଚାହିଁଛନ୍ତି। ଏକଥା କେହି ରାଜ୍ୟରେ ଅସ୍ୱୀକାର କରିବେ ନାହିଁ ଯେ ଗତ ୫ଟି ନିର୍ବାଚନରେ ରାଜ୍ୟବାସୀ ବରାବର ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସମର୍ଥନ କରି ବିଜୁ ଜନତା ଦଳକୁ କ୍ଷମତାରେ ରଖିଛନ୍ତି। ଏଣୁ ଯେଉଁ ପ୍ରସଂଗଟି ସାରା ରାଜ୍ୟ ଆଲୋଚନା କରୁଛି ଓ ସେନେଇ ବିଭିନ୍ନ ପ୍ରକାର ପ୍ରଶ୍ନଗୁଡ଼ିକ ଉତ୍ଥାପିତ ହେଉଛି ତାହା ଉପରେ ରାଜ୍ୟର ପ୍ରମୁଖ ଓ ସର୍ବୋଚ୍ଚ ନେତା ଓ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ନିରବ ରହିବା ଗଣତାନ୍ତ୍ରିକ ବ୍ୟବସ୍ଥା ଦୃଷ୍ଟିରୁ ଠିକ୍ ନୁହେଁ। ଗଣତନ୍ତ୍ରରେ ନିର୍ବାଚନ ହେବା ଯେପରି ଏକ ବିଧି, ଠିକ୍ ସେହିପରି ନାଗରିକମାନଙ୍କ ଓ ସମ୍ବାଦପତ୍ରମାନଙ୍କ ସରକାରଙ୍କୁ ପ୍ରଶ୍ନ ପଚାରିବା ବା ସ୍ପଷ୍ଟୀକରଣ ଚାହିଁବା ସେହିପରି ଏକ ଆବଶ୍ୟକୀୟ ବ୍ୟବସ୍ଥା। ବିଶେଷ ଭାବରେ ଯେଉଁ ପ୍ରସଂଗକୁ ନେଇ ସାରା ରାଜ୍ୟରୁ ଓ ବିଭିନ୍ନ ମହଲରୁ କ୍ରମାଗତ ଭାବରେ ପ୍ରଶ୍ନ ଆସିବ, ତାହା ଉପରେ ସରକାର ଓ ବିଶେଷ ଭାବରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ଗଣତାନ୍ତ୍ରିକ ପରମ୍ପରାର ଏକ ଅଂଶ।

ନିକଟରେ ଦିଲ୍ଲୀରେ ମହିଳା ପହିଲମାନଙ୍କ କ୍ଷେତ୍ରରେ ଯାହାସବୁ ଘଟିଗଲା, ସେଥିରେ ପ୍ରଧାନମନ୍ତ୍ରୀ କାହିଁକି ନିରବ ରହୁଛନ୍ତି ବୋଲି ପ୍ରଶ୍ନ ଉଠିଲା। ଠିକ୍ ସେହିପରି ମଣିପୁରରେ ୫୫ ଦିନର ଜାତିଆଣ ଦଙ୍ଗାରେ ଶତାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଓ ୩୦୦ରୁ ଊର୍ଦ୍ଧ୍ୱ ଆହତ ହେବା ସହିତ ୫୦ ହଜାର ଲୋକଙ୍କ ବାସଗୃହ ପୋଡ଼ି ଛାରଖାର କରିଦିଆଯାଇଥିବା ଦୃଷ୍ଟିରୁ ସେମାନେ ଶରଣାର୍ଥୀ ଭାବରେ କାଳାତିପାତ କରୁଥିବା ସମୟରେ ପ୍ରଧାନମନ୍ତ୍ରୀ କାହିଁକି ନିରବ ରହିଛନ୍ତି ବୋଲି ସମୁଦାୟ ବିରୋଧୀ ପକ୍ଷ ବାରମ୍ବାର ପ୍ରଶ୍ନ କରୁଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏପରି ପ୍ରଶ୍ନ ପଚାରିବାର ଅଧିକାର ନାଗରିକମାନଙ୍କ ଓ ବିରୋଧୀ ଦଳମାନଙ୍କ ରହିଛି। ସେହି ଦୃଷ୍ଟିରୁ ଓଡ଼ିଶାରେ ଯେଉଁ ପ୍ରସଂଗଟି ଗତ ଏକମାସରୁ ଊର୍ଦ୍ଧ୍ୱ ହେଲା ସାଧାରଣରେ ପ୍ରମୁଖ ବିଷୟ ଭାବରେ ଆଲୋଚିତ ହେଉଛି ଓ ବିଭିନ୍ନ ଭାବରେ ଆଲୋଚନା ଓ ସମାଲୋଚନା ହେଉଛି ସେ ବିଷୟରେ ମୁଖ୍ୟମନ୍ତ୍ରୀ କାହିଁକି ନିରବ ରହିଛନ୍ତି ବୋଲି ପ୍ରଶ୍ନ ହେବା ସ୍ୱାଭାବିକ।

ଅନେକ ଯୁକ୍ତି କରିପାରନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଧାରଣ ଭାବରେ ବହୁ ପ୍ରସଂଗରେ ମତାମତ ଖୋଲାଖୋଲି ଦିଅନ୍ତି ନାହିଁ। କିନ୍ତୁ ଜନସାଧାରଣ ଉଠାଉଥିବା ବା ଜନସାଧାରଣଙ୍କ ସ୍ତରରେ ଆନ୍ଦୋଳିତ କରୁଥିବା ପ୍ରସଂଗଗୁଡ଼ିକ ଉପରେ କାର୍ଯ୍ୟ କ୍ଷେତ୍ରରେ କିଛି ପଦକ୍ଷେପ ନେଇ ପ୍ରଶ୍ନଗୁଡ଼ିକର ସେ ଉତ୍ତର ଦେବାକୁ ଚେଷ୍ଟା କରନ୍ତି। ଯେପରି କି ସରକାରଙ୍କ କୌଣସି ମନ୍ତ୍ରୀଙ୍କ କିଛି ଆଚରଣ ପାଇଁ ସେ ଯେତେବେଳେ ବିବାଦୀୟ ହୋଇପଡ଼ନ୍ତି ଓ ତାହାକୁ ନେଇ ଗଣମାଧ୍ୟମରେ ଓ ସାଧାରଣରେ ବିଭିନ୍ନ ଆଲୋଚନା ହୁଏ, ସେତେବେଳେ କିଛିଦିନ ନିରବ ରହିବା ପରେ ମୁଖ୍ୟମନ୍ତ୍ରୀ ଏପରି ଏକ ପଦକ୍ଷେପ ନିଅନ୍ତି, ଯାହାକୁ ବିଚାର କରାଯାଏ ଯେ ସେ ଜନସାଧାରଣଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଛନ୍ତି। କିନ୍ତୁ ବର୍ତ୍ତମାନ ଯେଉଁ ବିଷୟଟି ଅଧିକ ଆଲୋଚିତ ହେଉଛି ଓ ଆନ୍ଦୋଳିତ କରୁଛି, ସେଥିରେ କେବଳ ମୁଖ୍ୟମନ୍ତ୍ରୀ ନିରବ ରହିନାହାନ୍ତି ବରଂ ସେହି ପ୍ରସଂଗଟି ଅଧିକ ଘନୀଭୂତ କରିବା ପାଇଁ ସରକାରୀ କାର୍ଯ୍ୟକ୍ରମ ବି ଚାଲିଛି। ୫-ଟି ସଚିବ ବା ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କ ବିଭିନ୍ନ ଜିଲ୍ଲାକୁ ଗସ୍ତ ଓ ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରାଯିବାରେ ସଂପୃକ୍ତ ଜିଲ୍ଲା ପ୍ରଶାସନ ସହିତ ସ୍ଥାନୀୟ ବିଧାୟକ ଓ ମନ୍ତ୍ରୀମାନେ ସେହି ଗସ୍ତକୁ ସଫଳ କରିବା ପାଇଁ ଆଗୁଆ ପଦକ୍ଷେପ ନେବା ଓ ସଚିବଙ୍କ ସମୀକ୍ଷା ଓ ଜନସାଧାରଣଙ୍କ ସହିତ ଆଲୋଚନାରେ କୌଣସି ମନ୍ତ୍ରୀ ବା ବିଧାୟକ ମଞ୍ଚକୁ ନଯିବା ପ୍ରଭୃତି ଦୃଶ୍ୟ କ୍ରମାଗତ ଭାବରେ ଚାଲିଛି। ଏଥିରୁ ଜଣାପଡୁଛି ଯେ ସାଧାରଣରେ ହେଉଥିବା ଆଲୋଚନା ଓ ସମାଲୋଚନା ଦ୍ୱାରା ମୁଖ୍ୟମନ୍ତ୍ରୀ ପ୍ରଭାବିତ ନୁହନ୍ତି। ସମ୍ଭବତଃ ମୁଖ୍ୟମନ୍ତ୍ରୀଙ୍କ ବିଚାରରେ ଏହି କାର୍ଯ୍ୟକ୍ରମ ଦ୍ୱାରା ସରକାରୀ ବିଧିବ୍ୟବସ୍ଥା ବା ଗଣତାନ୍ତ୍ରିକ ଧାରାର କୌଣସି ବ୍ୟତିକ୍ରମ କରାଯାଉନାହିଁ।

ବାସ୍ତବରେ ଦେଖିବାକୁ ଗଲେ, ସରକାରୀ ଦଳର ବିଧାୟକମାନେ ବା ନେତାମାନେ ସିଧାସଳଖ ଭାବରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ପ୍ରଶ୍ନ ପଚାରିବା କଥା। ତେବେ ବିଧାୟକମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ସହିତ ସାକ୍ଷାତ ଓ ଆଲୋଚନାର ଅବକାଶ ନାହିଁ ବୋଲି ପ୍ରଚାରିତ ହେଉଛି। କିନ୍ତୁ ନିକଟରେ ମୁଖ୍ୟମନ୍ତ୍ରୀ କ୍ରମାନ୍ୱୟରେ ଦୁଇ ଦଫାରେ ବିଜେଡିର ପ୍ରାୟ ୯୦ ଜଣ ବିଧାୟକଙ୍କୁ ସାକ୍ଷାତ କରି ୨୦୨୪ ନିର୍ବାଚନ ନିମନ୍ତେ ସେମାନଙ୍କ ଅଞ୍ଚଳରେ କାମ କରିବା ପାଇଁ ଓ ଯେଉଁସବୁ କାମ ବାକି ରହିଛି, ସେଗୁଡ଼ିକର ତାଲିକା ପ୍ରସ୍ତୁତ କରି ଜଣାଇବାକୁ ପରାମର୍ଶ ଦେଇଛନ୍ତି। ବିଧାୟକମାନେ ଏହି ସାକ୍ଷାତକାରରୁ ଧରିନେଇଛନ୍ତି ଯେ ସେମାନଙ୍କ ଆଗାମୀ ବିଧାନସଭା ନିର୍ବାଚନରେ ଟିକେଟ୍ ମିଳିବା ପ୍ରାୟ ଏକପ୍ରକାର ନିଶ୍ଚିତ। କିନ୍ତୁ ଏଠାରେ ପ୍ରଶ୍ନ ନୁହେଁ, ସେମାନେ ଟିକେଟ୍ ପାଇବେ କି ନାହିଁ? ଯେଉଁ ପ୍ରସଂଗ ସାଧାରଣରେ ଆଲୋଚିତ ହେଉଛି ଓ ଯାହାକୁ ନେଇ ଦଳ ବିରୋଧରେ ମତ ସୃଷ୍ଟି ହେଉଛି ସେ ବିଷୟରେ ବିଧାୟକମାନେ କାହିଁକି ଦଳର ନେତାଙ୍କୁ ପ୍ରଶ୍ନ କରୁନାହାନ୍ତି? ବରଂ ଦେଖାଯାଉଛି ଯେ ଶାସକ ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କ ସହିତ ପ୍ରବକ୍ତାମାନେ ବାରମ୍ବାର କହୁଛନ୍ତି ଯେ ରାଜ୍ୟରେ ଯାହାକିଛି ଚାଲିଛି, ତାହା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ହେଉଛି ଓ ସେଥିରେ କୌଣସି ବ୍ୟତିକ୍ରମ କରାଯାଉନାହିଁ।

ସେହି ପରିପ୍ରେକ୍ଷୀରେ ସୌମ୍ୟରଞ୍ଜନ ପଟ୍ଟନାୟକ ଜଣେ ବିଜେଡି ବିଧାୟକ ହୋଇଥିଲେ ମଧ୍ୟ ଗୋଟିଏ ସମ୍ବାଦପତ୍ରର ସଂପାଦକ ଭାବରେ ଯେଉଁ ମତପ୍ରକାଶ କରିଛନ୍ତି, ତାହା ଦଳର କେତେ ବିଧାୟକ ବା ନେତାମାନଙ୍କ ପ୍ରଶ୍ନ, ତାହା ଆଦୌ ବଡ଼କଥା ନୁହେଁ। କାରଣ ଦଳ ଭିତରେ ଏପରି କୌଣସି ବିଧାୟକ ବା ନେତା ନାହାନ୍ତି, ଯିଏକି ଖୋଲାଖୋଲି ଭାବରେ ୫-ଟି ସଚିବ ବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିଷୟରେ ମତ ପ୍ରକାଶ କରିପାରିବେ। ହେଲେ ଏକ ରାଜନୈତିକ ଦଳ ବା ଏକ ସରକାର ଜନସାଧାରଣଙ୍କ ଆଲୋଚନା ଓ ପ୍ରଶ୍ନକୁ ସଂପୂର୍ଣ୍ଣ ଭାବରେ ଏଡ଼ାଇଦେବା ବା ନିରବତା ଅବଲମ୍ବନ କରିବା ଦ୍ୱାରା ଗଣତାନ୍ତ୍ରିକ ଭାବଧାରା ନଷ୍ଟ ହେବା ନିଶ୍ଚିତ। ଅବଶ୍ୟ ନିର୍ବାଚନ ଜିତିବା ଗଣତନ୍ତ୍ରର ଏକମାତ୍ର ବ୍ୟବସ୍ଥା ବୋଲି ଯେଉଁମାନେ ଧରିନେଇଛନ୍ତି, ସେମାନେ ଗଣତାନ୍ତ୍ରିକ ଭାବଧାରାକୁ ସୁଦୃଢ଼ କରିବା ପାଇଁ କାମ କରିବେ ବୋଲି ଆଶା କରିବା ବୃଥା। କିନ୍ତୁ ମୁଖ୍ୟମନ୍ତ୍ରୀ ଅତୀତରେ ଏହିସବୁ ଘଟଣାରେ ଯେଉଁଭଳି ଭାବରେ ଜନସାଧାରଣଙ୍କ ଭାବନାକୁ ସମ୍ମାନ ଜଣାଇ କଥାରେ ନହେଲେ ମଧ୍ୟ କାର୍ଯ୍ୟଧାରାରେ ଯେଉଁ ଉତ୍ତର ଦିଅନ୍ତି, ତାହା ଏ ପର୍ଯ୍ୟନ୍ତ ପରିଲକ୍ଷିତ ହୋଇନାହିଁ। ଅବଶ୍ୟ ଜଣେ ସଚିବ ସ୍ତରର ଅଫିସରଙ୍କ ପାଇଁ ରାଜ୍ୟରେ ଏକ ରାଜନୈତିକ ଝଡ଼ ସୃଷ୍ଟି ହେବା ଠିକ୍ ନୁହେଁ ବୋଲି ଅନେକ କହିପାରନ୍ତି। କିନ୍ତୁ ଏହି ଅଫିସରଙ୍କ ଗସ୍ତ ସମୟରେ ଗଣ୍ଡଗୋଳର ଆଶଙ୍କା କରି ଯଦି ବିରୋଧୀ ନେତାମାନଙ୍କୁ ଅଟକ ରଖାଯାଏ, ତେବେ ଏହି ପ୍ରସଂଗକୁ ଲୁଚାଇ ଦିଆଯିବ କିପରି? ମୋଟାମୋଟି ଭାବରେ ଏକ ସମୟ ଆସିଛି, ଯେଉଁଠାରେ ସଂପୃକ୍ତ ଅଧିକାରୀଙ୍କ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ଭାବରେ ଏପରି ଏକ ଗାଇଡଲାଇନ୍ ପ୍ରସ୍ତୁତ କରିବା ଉଚିତ୍ ଯେଉଁଥିରେ ସମସ୍ତ ପ୍ରକାର ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଗଲା ବୋଲି ବିଚାର କରାଯିବ।

ରବି ଦାସ, ବରିଷ୍ଠ ସାମ୍ବାଦିକ

ମୋ-୮୦୧୮୦୯୪୪୫୫

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story