ମହିଳାଙ୍କ ବାସ୍ତବ ରାଜନୈତିକ ଶକ୍ତି ବନ୍ଦନା ହେବ କିପରି?

ମହିଳାମାନେ ଶିକ୍ଷିତ ହେଉଛନ୍ତି। ଏପରିକି ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଂସଦରେ ଗୃହୀତ ଏହିପରି ଏକ ଐତିହାସିକ ତଥା ଯୁଗାନ୍ତକାରୀ ଆଇନକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆମ ନିକଟରେ ପର୍ଯ୍ୟାପ୍ତ ସମୟ ରହିଛି। ଏହି ଅମୃତ କାଳରେ ମହିଳାମାନଙ୍କୁ ନେତୃତ୍ୱ ନେବାକୁ ପ୍ରସ୍ତୁତ କରିପାରିଲେ ‘ନାରୀ ଶକ୍ତି ବନ୍ଦନା’ ନାମଟି ସାର୍ଥକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ।

Nari Shakti Vandana

Nari Shakti Vandana

Debendra Prusty
  • Published: Wednesday, 27 September 2023
  • Updated: 27 September 2023, 04:29 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଚଳିତ ବର୍ଷ ମେ' ମାସ ୨୮ ତାରିଖରେ ଉଦ୍ଘାଟିତ ନୂତନ ସଂସଦ ଭବନରେ ଆହୂତ ହୋଇଥିଲା ସ୍ୱତନ୍ତ୍ର ଅଧିବେଶନ; ଯାହାର ପ୍ରଥମ କାର୍ଯ୍ୟ ଦିବସ ଥିଲା ଚଳିତ ମାସର ୧୯ ତାରିଖ। ସେଦିନ ଥିଲା ପବିତ୍ର ଶ୍ରୀଗଣନାଥଙ୍କ ପୂଜା। ଭାରତୀୟ ସମ୍ବିଧାନର ୧୨୮ତମ ସଂଶୋଧନ ପାଇଁ ଲୋକସଭାରେ ଆଗତ ହେଲା ଐତିହାସିକ ‘ନାରୀ ଶକ୍ତି ବନ୍ଦନା ଅଧିନିୟମ’। ଅଧିନିୟମଟିକୁ ଆଗତ କଲେ ଦେଶର ଆଇନ ଓ ନ୍ୟାୟ ବିଭାଗର ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ। ବିତର୍କ ପରେ ଏହା ସପକ୍ଷରେ ୪୫୪ ଭୋଟ ଓ ବିପକ୍ଷରେ ମାତ୍ର ୨ଟି ଭୋଟ ମିଳିବାରୁ ଲୋକସଭାରେ ଗୃହୀତ ହୋଇଗଲା। ତାହା ପରେ ସେପ୍ଟେମ୍ବର ମାସ ୨୦ ତାରିଖରେ ବିଲ୍‌ ଉପରେ ରାଜ୍ୟସଭାରେ ଆଲୋଚନା କରାଗଲା ଏବଂ ସମସ୍ତ ୨୧୪ ଜଣ ସାଂସଦଙ୍କ ସମର୍ଥନ ଲାଭ କରି ୨୧ ତାରିଖରେ ପାରିତ ହୋଇଗଲା। ଏହି ଅଧିନିୟମଟି ସଂସଦର ଉଭୟ ଗୃହରେ ଅନୁମୋଦିତ ହୋଇଥିବାରୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇ ଆଇନରେ ପରିଣତ ହେବା ନିଶ୍ଚିତ। ସ୍ୱାଧୀନତାର ଅମୃତ କାଳରେ ନୂତନ ସଂସଦ ଭବନରେ ପାରିତ ହୋଇଥିବା ଏଭଳି ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀ, ଆଇନ ମନ୍ତ୍ରୀ, ମନ୍ତ୍ରୀ ପରିଷଦ ତଥା ସମସ୍ତ ସାଂସଦଙ୍କ ନାମ ଭାରତୀୟ ରାଜନୈତିକ ତଥା ସାମ୍ବିଧାନିକ ଇତିହାସରେ ଲିପିବଦ୍ଧ ହୋଇ ରହିବ।

ବିଶ୍ୱର ପ୍ରାୟ ୧୪୧ଟି ଦେଶର ରାଜନୀତିରେ ମହିଳାଙ୍କ ଅଂଶଗ୍ରହଣ ଆଜି ବି ନିରୁତ୍ସାହଜନକ (୩୫.୫%) ରହି ଆସିଛି। ରାଜନୈତିକ କ୍ଷେତ୍ରରେ ଲିଙ୍ଗଗତ ପ୍ରତିନିଧିତ୍ୱ ଓ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ ହୋଇ ଆସୁଛି। ଏକବିଂଶ ଶତାବ୍ଦୀର ଆରମ୍ଭରେ ମାତ୍ର ୩ଟି ଦେଶରେ ୫୦ ପ୍ରତିଶତ, ୨୨ଟି ଦେଶରେ ପ୍ରାୟ ୪୦% ଓ ଆମ ଦେଶରେ ପଞ୍ଚାୟତଠାରୁ ସଂସଦ ଯାଏଁ ୪୪% ମହିଳା ରାଜନୀତିରେ ଅଂଶଗ୍ରହଣ କରୁଛନ୍ତି, ଯାହାକି ଅନେକ ବିକଶିତ ଦେଶ ଯଥା ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, ଚୀନ ଓ ଜାପାନଠାରୁ ଅଧିକ। ଉତ୍ତର ପ୍ରଦେଶରେ ସର୍ବାଧିକ ୫୬ ପ୍ରତିଶତ ଆସନରେ ମହିଳାଙ୍କ ଦବଦବା।

ଏମିତି ନୁହେଁ ଯେ, ପୂର୍ବରୁ ଏଭଳି ଐତିହାସିକ ପଦକ୍ଷେପ ନେବାର ଉଦ୍ୟମ କରାଯାଇ ନଥିଲା। ୮୦ ଦଶକରେ ଏହି ଦିଗରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ଲୋକସଭା, ବିଧାନସଭା ତ ଦୂରର କଥା ପଞ୍ଚାୟତ ତଥା ପୌର ନିର୍ବାଚନରେ ମହିଳାଙ୍କ ଭାଗୀଦାରୀ ଖୁବ ନଗଣ୍ୟ ଥିଲା। ମହିଳା ସଂରକ୍ଷଣ ଆଇନ ଭାରତରେ ମହିଳା ସଶକ୍ତିକରଣକୁ ଆହୁରି ବ୍ୟାପକ କରିବ ବୋଲି କେନ୍ଦ୍ର ସରକାର ତଥା ଅନେକ ରାଜନୈତିକ ଦଳମାନେ ମତ ରଖିଛନ୍ତି। ତେବେ ମହିଳାଙ୍କ ପ୍ରତିନିଧିତ୍ୱ ଓ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟମ ଆଜି କାଲିର ନୁହେଁ ବରଂ ଏହା ପଛରେ ଜଡ଼ିତ ରହିଛି ୨୭ ବର୍ଷର ଇତିହାସ।

୧୯୮୯ ମସିହାରେ ତତକାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ବା ୩୩ ପ୍ରତିଶତ ଆସନ ସଂରକ୍ଷିତ କରିବା ପାଇଁ ଏକ ସମ୍ବିଧାନ ସଂଶୋଧନ ବିଧେୟକ ସଂସଦରେ ଆଗତ କରିଥିଲେ। ହେଲେ ଲୋକସଭାରେ ଏହା ପାରିତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ପାରିତ ହୋଇପାରି ନଥିଲା। ଏହାପରେ ୧୯୯୨ ଓ ୧୯୯୩ ମସିହାରେ ପି. ଭି. ନରସିଂହା ରାଓ ପ୍ରଧାନମନ୍ତ୍ରୀ ଥିବାବେଳେ ସଂସଦରେ ସମ୍ବିଧାନ ସଂଶୋଧନ କରାଯାଇ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରହିବାକୁ ଆଇନ ହୋଇଥିଲା।

୧୯୯୬ ମସିହା ସେପ୍ଟେମ୍ବର ୧୨ ତାରିଖରେ ଏଚ୍. ଡି. ଦେବଗୌଡ଼ାଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ସଂସଦରେ ସମ୍ବିଧାନ ସଂଶୋଧନ ମଧ୍ୟମରେ ମହିଳା ସଂରକ୍ଷଣ ବିଧେୟକ ଆଗତ କରିଥିଲେ। ଏଥିରେ ମହିଳାଙ୍କ ପାଇଁ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡ଼ିକରେ ୩୩ ପ୍ରତିଶତ ସିଟ୍ ସଂରକ୍ଷିତ ରଖାଯିବାର ପ୍ରାବଧାନ ରହିଥିଲା। ହେଲେ ଏହା ଲୋକସଭାରେ ପାରିତ ହୋଇପାରି ନଥିଲା। ସେତେବେଳେ ଉପରେ ଅଧିକ ସମୀକ୍ଷା ପାଇଁ ଏହାକୁ ଯୁଗ୍ମ ସଂସଦୀୟ କମିଟି ପାଖକୁ ପଠାଯାଇଥିଲା। କମିଟିର ରିପୋର୍ଟ ଆସିଲା ବେଳକୁ ୧୯୯୬ ମସିହାରେ ଦେବଗୌଡ଼ାଙ୍କ ସରକାର ଭାଙ୍ଗି ଯାଇଥିଲା।

ପରବର୍ତ୍ତୀ ସମୟରେ ୧୯୯୮ ମସିହାରୁ ୨୦୦୩ ମସିହା ମଧ୍ୟରେ କେନ୍ଦ୍ରରେ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵାଧୀନ ଏନଡିଏ ସରକାର ଆସିଲା। ୧୯୯୮, ୧୯୯୯, ୨୦୦୨ ଓ ୨୦୦୩ ମସିହାରେ କେନ୍ଦ୍ର ସରକାର ୪ ଥର ମହିଳା ସଂରକ୍ଷଣ ଅଧିନିୟମକୁ ସଂସଦରେ ଉପସ୍ଥାପନ କରିଥିଲେ। ଏହାକୁ ଲୋକସଭାରେ ସମର୍ଥନ ମିଳିଯାଉଥିଲେ ମଧ୍ୟ ସବୁଥର ଭଳି ରାଜ୍ୟସଭାରେ ଏହା ପାରିତ ହୋଇପାରି ନଥିଲା। ୨୦୦୪ ମସିହାରେ କଂଗ୍ରେସ ନେତୃତ୍ଵରେ କେନ୍ଦ୍ରରେ ୟୁପିଏ ସରକାର ଗଢ଼ିଲେ। ପ୍ରଧାନମନ୍ତ୍ରୀ ହେଲେ ଡ଼ଃ ମନମୋହନ ସିଂହ। ୨୦୦୮ ମସିହା ମେ’ ୬ ତାରିଖରେ ୟୁପିଏ ସରକାର ୧୦୮ତମ ସମ୍ବିଧାନ ସଂଶୋଧନ ବିଧେୟକ ଭାବେ ମହିଳା ସଂରକ୍ଷଣ ଅଧିନିୟମକୁ ସଂସଦରେ ଉପସ୍ଥାପନ କରିଥିଲେ। ଏହାକୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ପାଖକୁ ପଠାଯାଇଥିଲା। ୨୦୦୯ ମସିହାରେ କମିଟି ନିଜର ମତାମତ ଦେବା ପରେ ୨୦୧୦ ମସିହା ଫେବୃଆରି ମାସରେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ଲାଭ କରି ମାର୍ଚ୍ଚ ମାସରେ ରାଜ୍ୟସଭାରେ ଆଗତ ହେଲା ଓ ୧୮୬ଟି ଭୋଟରେ ପାରିତ ହୋଇଗଲା। ହେଲେ ୟୁପିଏ ମେଣ୍ଟରେ ଥିବା ସହଯୋଗୀ ଦଳ ସମାଜବାଦୀ ପାର୍ଟି ଓ ରାଷ୍ଟ୍ରୀୟ ଜନତା ଦଳର ବିରୋଧ ଯୋଗୁଁ ସରକାର ଅଧିନିୟମକୁ ଲୋକସଭାରେ ଆଗତ କରିନଥିଲେ।

୨୦୧୪ରେ ଭାରତୀୟ ଜନତା ପାର୍ଟିର ସରକାର ଆସିଲା, ଯାହାର ନେତୃତ୍ୱ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ପ୍ରକାଶିତ ତାଙ୍କର ନିର୍ବାଚନ ଇସ୍ତାହାରରେ ଦଳ ପକ୍ଷରୁ ମହିଳାମାନଙ୍କୁ ଉଭୟ ସଂସଦ ଓ ବିଧାନସଭା ନିର୍ବାଚନରେ ସଂରକ୍ଷଣ ଦେବାକୁ ପ୍ରସ୍ତାବ ରଖାଗଲା। ବହୁ ବାଧା ଅତିକ୍ରମ କରି ଗତ ୨୧ ତାରିଖରେ ସଂସଦରେ ପାରିତ ହୋଇଥିବା ଏହି ଐତିହାସିକ ଅଧିନିୟମ ମହାମହିମ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କଲାପରେ ଆଇନରେ ପରିଣତ ହେବାରେ କିଛି ବି ଆଶଙ୍କା ନାହିଁ। କେବଳ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କର ଦୃଢ଼ ଇଚ୍ଛାଶକ୍ତି ଓ ସୁପରିଚାଳନା କାରଣରୁ ମହିଳାମାନଙ୍କୁ ଏବେ ସଂସଦ ଓ ବିଧାନସଭା ନିର୍ବାଚନରେ ସଂରକ୍ଷଣ ମିଳିବ। ୨୦୨୪ ମସିହା ସାଧାରଣ ନିର୍ବାଚନ ପରେ ଦେଶରେ ଉଭୟ ଜନଗଣନା ଓ ସଂସଦୀୟ କ୍ଷେତ୍ରର ସୀମା ନିର୍ଦ୍ଧାରଣ (ଡିଲିମିଟେସନ) କରାଯିବ। ଏହା ପରେ ଲୋକସଭା ସମେତ ରାଜ୍ୟର ବିଧାନସଭା ଗୁଡ଼ିକର ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସମ୍ଭବ ହୋଇପାରିବ। ଏହି ନୂଆ ଆଇନ ବଳରେ ହୁଏତ ୨୦୨୬ ମସିହା ପରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଓ ୨୦୨୯ ମସିହା ସଂସଦୀୟ ନିର୍ବାଚନ କରାଯିବ।

ବିଗତ ୨୭ ବର୍ଷ ମଧ୍ୟରେ ଚାରୋଟି ସରକାରଙ୍କ ଅମଳରେ ବାରମ୍ୱାର ଏପରି ମହତ୍ୱାକାଂକ୍ଷୀ ଅଧିନିୟମ ଆଗତ ହୋଇଥିଲେ ମଧ୍ୟ କେବଳ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଓ ଉଦ୍ଦେଶ୍ୟମୂଳକ ଅସହଯୋଗରୁ ଏହା ଆଇନରେ ପରିଣତ ହୋଇ ପାରି ନଥିଲା। ଆମେ ଏହାକୁ ପୁରୁଷକୈନ୍ଦ୍ରିକ ଅହଙ୍କାରୀ ମାନସିକତା କହିଦେଇ ଦୋଷମୁକ୍ତ ହୋଇପାରିବାନି। ବାସ୍ତବ କଥାଟି ହେଲା ଯେ ରାଜନୀତିରେ ମହିଳାଙ୍କ ପାଇଁ ଅନୁକୂଳ ପରିବେଶ ଓ ଭିତ୍ତିଭୂମି ନିର୍ମାଣ ଆମେ ଆଜି ବି କରିପାରିନେ। ମହିଳାଙ୍କ ମଧ୍ୟରେ ରାଜନୈତିକ ଦକ୍ଷତାର ଅଭାବ ପାଇଁ ଆମେ ସଭିଏଁ ଦାୟୀ ହୋଇଥିଲେ ବି ରାଜନୀତି କ୍ଷେତ୍ରରେ ମହିଳାମାନଙ୍କୁ ଆମର ପ୍ରତିନିଧିତ୍ୱ ଦେବାକୁ ଆମେ ମାନସିକ ଭାବେ ପ୍ରସ୍ତୁତ ହୋଇପାରିନୁ। ନିର୍ବାଚନ କମିଶନଙ୍କ ୨୦୧୯ ହିସାବ ଅନୁଯାୟୀ ଆମ ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୪ କୋଟି ହୋଇଥିବା ବେଳେ ରାଜନୀତି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ମହିଳା ସଂରକ୍ଷଣ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେଲାବେଳକୁ ଆମ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୮୨ରୁ ବଢ଼ି ୧୮୧କୁ ବୃଦ୍ଧି ପାଇବ ଏବଂ ଆମ ରାଜ୍ୟ ବିଧାନସଭାରେ ମହିଳା ବିଧାୟିକାଙ୍କ ସଂଖ୍ୟା ୧୫ (୧୦%)ରୁ ବଢ଼ି ୪୯କୁ ବୃଦ୍ଧି ହେବ। ଏଥିପାଇଁ ଆମର ପୂର୍ବ ପ୍ରସ୍ତୁତି ଆବଶ୍ୟକ।

ଆମେ ଆଗରୁ କହିଛୁ ଯେ, ୧୯୯୨ ମସିହାରେ ପି. ଭି. ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବାବେଳେ ସଂସଦରେ ସମ୍ବିଧାନ ସଂଶୋଧନ କରାଯାଇ ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ କରିବାକୁ ଆଇନ ପ୍ରଣୟନ କରାଯାଇଥିଲା। ଆମ ରାଜ୍ୟ ଓଡ଼ିଶାରେ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ କ୍ଷେତ୍ରରେ ଏହି ୩୩% ସଂରକ୍ଷଣ ବ୍ୟବସ୍ଥା ସ୍ୱର୍ଗତ ବିଜୁ ପଟ୍ଟନାୟକ ମଧ୍ୟ ୧୯୯୨ ମସିହାଠାରୁ ଲାଗୁ କରିଥିଲେ। ୨୦୦୪ରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଏହା ୫୦ ପ୍ରତିଶତକୁ ବୃଦ୍ଧି ପାଇଥିଲା।

ମହିଳା ସଂରକ୍ଷଣ ଆଇନକୁ କାର୍ଯ୍ୟକାରୀ ହେଲେ ମହିଳାମାନଙ୍କୁ ପୂର୍ବାପେକ୍ଷା ବହୁମାତ୍ରାରେ ନିଷ୍ପତ୍ତି ନେବାର ଅଧିକାର ପ୍ରକ୍ରିୟାରେ ସାମିଲ୍ କରାଯାଇ ପାରିବ। ଏହା କେବଳ ଲିଙ୍ଗଗତ ସମାନତାର ନିଦର୍ଶନ ହେବ ନାହଁ ବରଂ ଏହା ଦ୍ୱାରା ବିଭିନ୍ନ ଅର୍ଥନୈତିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ମହିଳାଙ୍କୁ ସ୍ୱାବଲମ୍ବନଶୀଳ କରିବା ସହ ଦେଶର ବିକାଶ ପ୍ରକ୍ରିୟାରେ ସେମାନଙ୍କୁ ବ୍ୟାପକ ଭାବେ ସାମିଲ୍ କରିବା ପାଇଁ ସୁଦୂରପ୍ରସାରୀ ବିକଳ୍ପ କ୍ଷେତ୍ର ପ୍ରସ୍ତୁତ କରିବ।

ଏହିପରି ମୂଳ ଲକ୍ଷ୍ୟଗୁଡିକୁ ଫଳପ୍ରଦ କରିବାକୁ ହେଲେ ଦେଶକୁ କିଛି ସମାନ୍ତରାଳ ପଦକ୍ଷେପ ନେବାକୁ ପଡିବ। ତୁଳସୀ ଦୁଇପତ୍ରରୁ ବାସେ। ଇଂରାଜୀରେ କୁହାଯାଏ 'କ୍ୟାଚ ଦେମ ୟଙ୍ଗ'। ଲଜ୍ଜାଶୀଳା ଭାରତୀୟ ସ୍କୁଲ ଓ କଲେଜରେ ପଢ଼ୁଥିବା ଛାତ୍ରୀମାନଙ୍କ ମଧ୍ୟରୁ ଦୃଢ଼ ନେତୃତ୍ୱ ନେବାକୁ ଯୋଗ୍ୟାମାନଙ୍କୁ ଚିହ୍ନଟ କରି, ସେମାନଙ୍କୁ ରାଜନୈତିକ କ୍ଷେତ୍ରକୁ ଆଣିବାକୁ କ୍ଷେତ୍ର ପ୍ରସ୍ତୁତ କରିବାକୁ ହେବ। ଏପରି କ୍ଷେତ୍ର ହେଲା ଛାତ୍ର ସଂସଦ। ପରିତାପର ବିଷୟ ଯେ, ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ଆଇନ ହେବାର ଶ୍ରେୟ ନେବାକୁ ବ୍ୟାକୁଳ ହେଉଥିବା ଓ ଓଡ଼ିଶାର ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସ୍ଥାନ ମହିଳାଙ୍କୁ ଦେଇ ବାହାବା ଦାବି କରୁଥିବା ଶାସକ ବିଜୁ ଜନତା ଦଳ ବିଗତ ପାଞ୍ଚ ବର୍ଷ ଧରି ଛାତ୍ର ୟୁନିୟନ ନିର୍ବାଚନ କରେଇ ଦେଉନାହିଁ। ଏଥିରେ ନୂତନ ମହିଳା ଯୁବନେତୃତ୍ୱ ସୃଷ୍ଟି ହେବ କିପରି? ନୂଆ ଭୋଟରମାନେ, ନିର୍ବାଚନ ପ୍ରକ୍ରିୟା, ଗଣତନ୍ତ୍ରରେ ନିଜର ଭୂମିକା ଓ ଦାୟିତ୍ୱ ବିଷୟରେ ସଚେତନ ହେବେ କିପରି? ଏଣୁ ସରକାରଙ୍କୁ ଛାତ୍ର ସଂସଦ ନିର୍ବାଚନ କରି ଛାତ୍ରୀମାନଙ୍କୁ ବିଭିନ୍ନ ପଦବୀପାଇଁ ନିର୍ବାଚିତ କରିବାକୁ ସୁଯୋଗ ଦେବାକୁ ହେବ।

ଦ୍ଵିତୀୟରେ, ଝିଅମାନଙ୍କୁ ଶ୍ରେଣୀର ମନିଟର, ସ୍କାଉଟ ଓ ଗାଇଡ଼, ଜାତୀୟ ସାମାଜିକ ସେବା ସଂସ୍ଥାରେ ସ୍ୱେଚ୍ଛାସେବୀ ଓ ପ୍ରାକୃତିକ ବିପତ୍ତି ସମୟରେ ଆଗଭର ଛାତ୍ରୀମାନଙ୍କୁ ପ୍ରୋତ୍ସାହିତ କରିବାକୁ ହେବ। ଉଚ୍ଚ ଶିକ୍ଷା ସହ ନେତୃତ୍ୱକୁ ବଢ଼େଇବାକୁ ପଡ଼ିବ। ଯେଉଁମାନେ, ସମସ୍ୟାକୁ ଅନୁଧ୍ୟାନ କରି ସେ ସବୁର ନିରାକରଣ କରିବାକୁ ଆଗେଇ ଆସିବେ ଓ ନିଜର ଭାଷଣ ଓ ସୁଦକ୍ଷ ନେତୃତ୍ୱ କାରଣରୁ ଲୋକଙ୍କ ମନରେ ଆଶା ଓ ଭରସା ସୃଷ୍ଟିକରି ପାରୁଥିବେ ସେମାନଙ୍କୁ ପଞ୍ଚାୟତିରାଜ ଓ ସହରାଞ୍ଚଳର ପ୍ରତିନିଧି କରିବାକୁ ଜନସାଧାରଣ ଆଗେଇ ଆସିବା ଦରକାର। ସଂକ୍ଷେପରେ କହିଲେ, ତୃଣମୂଳ ସ୍ତରରୁ ନେତୃତ୍ୱ ଚିହ୍ନଟ ଓ ବିକଶିତ କରି ଉପଯୁକ୍ତ ନେତୃତ୍ୱ ସୃଷ୍ଟି ଦାୟିତ୍ୱ ଆମ ନାଗରୀକ ସମାଜର। ତୃତୀୟରେ, ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ମଧ୍ୟ ମହିଳାମାନଙ୍କୁ ସମାନୁପାତିକ ପ୍ରତିନିଧିତ୍ୱ ଦିଆଗଲେ କ୍ରମଶଃ ସରକାରୀ ଆୟୋଗ ଓ ଉଦ୍ୟୋଗଗୁଡ଼ିକର ସର୍ବୋଚ୍ଚ ପଦପଦବୀରେ ୩୩ ପ୍ରତିଶତ ମହିଳା କାର୍ଯ୍ୟ କରି ସୁନାମ ଅର୍ଜନ କରିବେ।

ଚତୁର୍ଥରେ, ଅଭିଯୋଗ ହୁଏ ଯେ, ସଂରକ୍ଷଣ ଦେବାକୁ ବାଧ୍ୟବାଧକତା ଥିବାରୁ ଆବଶ୍ୟକ ସଂଖ୍ୟକ ଯୋଗ୍ୟା ପ୍ରାର୍ଥୀଙ୍କର ଅଭାବ ରହୁଛି। ସେଥିପାଇଁ ଅନଭିଜ୍ଞ ପ୍ରାର୍ଥୀ ଚୟନ ହେଉଛି। ପରିବାରବାଦକୁ ପ୍ରୋତ୍ସାହିତ କରାଯାଉଥିବାରୁ ଉପଯୁକ୍ତ ଗୁଣବତ୍ତାସମ୍ପନ୍ନା ପ୍ରାର୍ଥୀ ଚୟନ କରିବା ସମ୍ଭବ ହେଉନି। ଏଥିପାଇଁ ଯୋଗ୍ୟତାକୁ ସମ୍ମାନ ଦେବାକୁ ପଡ଼ିବ ଓ ରାଜନୈତିକ ଦଳମାନଙ୍କୁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବାକୁ ପଡ଼ିବ। ମହିଳାମାନଙ୍କୁ ରାଜନୈତିକ ଦୃଷ୍ଟିରୁ ମଧ୍ୟ ସଶକ୍ତ କରିବାକୁ ପଡ଼ିବ। ତାହାଛଡ଼ା ବିଭିନ୍ନ କ୍ଷେତ୍ରରେ ସ୍ଵୀକୃତି ଓ ସୁନାମ ଅର୍ଜନ କରିଥିବା ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ସୁଯୋଗ ଦେବାକୁ ହେବ।

ମହିଳାମାନଙ୍କ ପାଇଁ ଏକ ଅନୁକୂଳ ବାତାବରଣ ଅଭାବ ଥିବାର ଅନୁଭବ କରାଯାଉଛି। ଅନେକ ସମୟରେ, ସେମାନଙ୍କ ଚରିତ୍ର ହନନ କରାଯାଇ ସେମାନଙ୍କୁ ରାଜନୀତିରୁ ଦୂରେଇ ଦେବାକୁ ଉଦ୍ୟମ ହେଉଛି। ଆମକୁ ମନେରଖିବାକୁ ହେବ ଯେ, ମହିଳାମାନେ ଆମ ଦେଶର ସ୍ୱାଧୀନତା ଆନ୍ଦୋଳନଠାରୁ ଆଜିଯାଏଁ ରାଜନୀତି କ୍ଷେତ୍ରରେ ବହୁ ଅବଦାନ ଦେଇଛନ୍ତି। ଭାରତକୁ ସମୃଦ୍ଧ କରିବାକୁ ହେଲେ ମହିଳାଙ୍କ ସହଯୋଗ ଅତ୍ୟାବଶ୍ୟକ।

ଶେଷରେ ଛାତ୍ର ରାଜନୀତି ଛଡ଼ା, ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ନାରୀନେତ୍ରୀଙ୍କୁ ବିଧାନସଭା ଓ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ କରାଗଲେ କିମ୍ବା ସେମାନେ ନିଜେ ନିର୍ବାଚନରେ ଅବତୀର୍ଣ୍ଣ ହେଲେ ଏହି ଆଇନର କାର୍ଯ୍ୟକାରିତା ସହଜ ଓ ସଫଳ ହେବ। ଯେଉଁ ଆସନ ଗୁଡ଼ିକ ମହିଳାମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିବ ସେହି କ୍ଷେତ୍ରରୁ ପୂର୍ବରୁ ନିର୍ବାଚିତ ହୋଇ ଆସିଥିବା ଓ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରି ରଖିଥିବା ରାଜନେତାମାନେ ସେମାନଙ୍କ ପରିବାରର ମହିଳାମାନଙ୍କୁ ପ୍ରାର୍ଥୀ କରି ନିଜର କ୍ଷମତାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବା ସ୍ୱାଭାବିକ। ସେହିପରି ଏକ ସ୍ଥିତି ନିଶ୍ଚିତ ଭାବରେ ଏହି ଯୁଗାନ୍ତକାରୀ ଆଇନର ମୂଳଲକ୍ଷ୍ୟକୁ ନିଷ୍କ୍ରିୟ କରିଦେବ। ଏଣୁ ନାଗରିକ ସମାଜକୁ ଏହି ଦିଗରେ ବିଶେଷ ଦୃଷ୍ଟି ଦେବାକୁ ହେବ ଯେ, ନିର୍ବାଚିତ ମହିଳାମାନେ ଯେପରି ସ୍ୱାଧୀନ ଭାବେ ଜନସେବା କରିପାରିବେ ଏବଂ କାହାର 'କା' ହେବେନାହିଁ।

ନୂତନ ଭାବେ ପ୍ରତିଷ୍ଠିତ ସଂସଦ ଭବନର ଲୋକ ସଭାରେ ୮୮୮ଟି ଓ ରାଜ୍ୟ ସଭାରେ ୩୮୪ଟି ଆସନର ବ୍ୟବସ୍ଥା କରାଯାଇଛି। ଭବିଷ୍ୟତରେ ଦେଶର ଲୋକସଂଖ୍ୟା ୧୯୦ କୋଟି ଛୁଇଁବାର ସମ୍ଭାବନା ଓ ଆକଳନ ହୋଇଛି। ସେତେବେଳେ ଆହୁରି ଅଧିକ ସଂଖ୍ୟାରେ ମହିଳା ପ୍ରତିନିଧିତ୍ୱ କରିବେ। ମହିଳାମାନେ ଶିକ୍ଷିତ ହେଉଛନ୍ତି। ଏପରିକି ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଛାତ୍ରୀମାନେ ଛାତ୍ରମାନଙ୍କ ଅପେକ୍ଷା ଭଲ ପ୍ରଦର୍ଶନ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସଂସଦରେ ଗୃହୀତ ଏହିପରି ଏକ ଐତିହାସିକ ତଥା ଯୁଗାନ୍ତକାରୀ ଆଇନକୁ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆମ ନିକଟରେ ପର୍ଯ୍ୟାପ୍ତ ସମୟ ରହିଛି। ଏହି ଅମୃତ କାଳରେ ମହିଳାମାନଙ୍କୁ ନେତୃତ୍ୱ ନେବାକୁ ପ୍ରସ୍ତୁତ କରିପାରିଲେ ‘ନାରୀ ଶକ୍ତି ବନ୍ଦନା’ ନାମଟି ସାର୍ଥକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story