ବଜେଟ୍‌ରେ ସାମାଜିକ କ୍ଷେତ୍ରକୁ ଉପେକ୍ଷା

ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ ଓ ମହିଳା ବିକାଶ ଭଳି ସାମାଜିକ କ୍ଷେତ୍ରର ବିକାଶ ଯେକୌଣସି ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବୁଲେଟ୍ ଟ୍ରେନ, ଫ୍ଲାଇ ଓଭର, ସପିଙ୍ଗ୍ ମଲ୍ ଠାରୁ ବି ଅଧିକ ଗୁରୁତ୍ୱପୂର୍ଣ୍ଣ। ଦେଖିବାକୁ ଗଲେ ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ବିକାଶ ଭଳି ମାନବ ବିକାଶର ସୂଚକାଙ୍କରେ ଭାରତର ସ୍ଥାନ ସବୁବେଳେ ତଳେ ରହି ଆସିଛି। ଯେକୌଣସି ସମ୍ବେଦନଶୀଳ ତଥା ଜନସପକ୍ଷବାଦୀ ସରକାର ଏହି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହ ସେଥିପାଇଁ ବଜେଟ୍‌ରେ ଅଧିକ ବ୍ୟୟବରାଦ କରିଥାଏ।

Interim Budget

Interim Budget

Debendra Prusty
  • Published: Friday, 09 February 2024
  • Updated: 09 February 2024, 04:03 PM IST

Sports

Latest News

ଭାଲଚନ୍ଦ୍ର ଷଡ଼ଙ୍ଗୀ

କେନ୍ଦ୍ରର ମୋଦି ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇତି ମଧ୍ୟରେ ୨୦୨୪-୨୫ ବର୍ଷ ପାଇଁ ମଧ୍ୟବର୍ତ୍ତୀ ବା କାମଚଳା ବଜେଟ୍‌ ଉପସ୍ଥାପିତ କରିଛନ୍ତି। ଆଉ କିଛି ମାସ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବାରୁ ସାଧାରଣ ଭୋଟରଙ୍କୁ ଆକର୍ଷିତ କରିବା ଭଳି ଏହି ବଜେଟ୍‌ରେ ସରକାର ଅନେକ ଲୋଭନୀୟ ଘୋଷଣା କରିବେ ବୋଲି ଅନେକ ଆଶା କରୁଥିଲେ। କିନ୍ତୁ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣରୁ ସେଭଳି କିଛି ଦେଖିବାକୁ ମିଳିଲାନି। ବଜେଟ୍‌ରେ ଦେଶର ସାଧାରଣ ଜନତା ବିଶେଷ କରି କୃଷକ, ଶ୍ରମିକ, ଯୁବକ, ମହିଳା ଏପରିକି ମଧ୍ୟବିତ୍ତ ଶ୍ରେଣୀ ପାଇଁ ନା କୌଣସି ଆଶ୍ୱାସନା ନା କୌଣସି ନୂତନ ଯୋଜନା ଘୋଷଣା କରାଗଲା। ବରଂ ପୁଣି ଥରେ କ୍ଷମତାକୁ ଆସିବାର ଅତି ଆତ୍ମବିଶ୍ୱାସର ଶିକାର ହୋଇ ସରକାର ଦେଶବାସୀଙ୍କୁ ବଜେଟ୍‌ରେ ଖୁସି କରିବାକୁ କୌଣସି ଉଦ୍ୟମ କରି ନଥିବା ଦେଖିବାକୁ ମିଳିଛି।

ଅର୍ଥମନ୍ତ୍ରୀ ମୋଟ ୫୬ ମିନିଟ୍‌ର ବଜେଟ୍ ଭାଷଣ ମଧ୍ୟରୁ ୩୦ ମିନିଟ୍‌ରୁ ଉର୍ଦ୍ଧ୍ୱ ସମୟ କେବଳ ନିଜ ସରକାରର ଗତ ଦଶ ବର୍ଷର ଶାସନକାଳର ବିଭିନ୍ନ ଉପଲବ୍ଧିର ଏକ ଗୋଲାପି ଚିତ୍ର ପ୍ରଦର୍ଶିତ କରିବାକୁ ଉଦ୍ୟମ କରିଛନ୍ତି। ଗତ ଦଶବର୍ଷ ମଧ୍ୟରେ ଦେଶରେ ବଢ଼ି ଚାଲିଥିବା ଦରବୃଦ୍ଧି, ବେକାରୀ, ଆର୍ଥିକ ଅସମାନତା, କୃଷି ସଙ୍କଟ, କୃଷକ ଆତ୍ମହତ୍ୟା, ଯୁବ ଆତ୍ମହତ୍ୟା ଏପରିକି ଶ୍ରମିକ ଆତ୍ମହତ୍ୟା ଆଦି ସମ୍ପର୍କରେ ସାମାନ୍ୟ ଚର୍ଚ୍ଚା କି ଉଲ୍ଲେଖ ନକରି ସେ ତାକୁ କାର୍ପେଟ୍ ତଳେ ଲୁଚାଇବାକୁ ଚେଷ୍ଟା କରିଛନ୍ତି। ବଜେଟ୍‌ରେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମହିଳା ବିକାଶ ଆଦି କ୍ଷେତ୍ରରେ ବ୍ୟୟବରାଦ ବୃଦ୍ଧି କରାଯାଇ ନାହିଁ କି ଦେଶର କର୍ପୋରେଟ୍‌ମାନଙ୍କ ଉପରେ ଟିକସର ହାର ବଢ଼େଇ ରାଜକୋଷକୁ ଅଧିକ ସୁଦୃଢ଼ କରିବାକୁ ଚେଷ୍ଟା ହୋଇନାହିଁ।

ଶିକ୍ଷା, ସ୍ୱାସ୍ଥ୍ୟ, ଶିଶୁ ଓ ମହିଳା ବିକାଶ ଭଳି ସାମାଜିକ କ୍ଷେତ୍ରର ବିକାଶ ଯେକୌଣସି ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବୁଲେଟ୍ ଟ୍ରେନ, ଫ୍ଲାଇ ଓଭର, ସପିଙ୍ଗ୍ ମଲ୍ ଠାରୁ ବି ଅଧିକ ଗୁରୁତ୍ୱପୂର୍ଣ୍ଣ। ଦେଖିବାକୁ ଗଲେ ବିଶ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ବିକାଶ ଭଳି ମାନବ ବିକାଶର ସୂଚକାଙ୍କରେ ଭାରତର ସ୍ଥାନ ସବୁବେଳେ ତଳେ ରହି ଆସିଛି। ଯେକୌଣସି ସମ୍ବେଦନଶୀଳ ତଥା ଜନସପକ୍ଷବାଦୀ ସରକାର ଏହି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହ ସେଥିପାଇଁ ବଜେଟ୍‌ରେ ଅଧିକ ବ୍ୟୟବରାଦ କରିଥାଏ। କିନ୍ତୁ ପରିତାପର ବିଷୟ, ପୂର୍ବ ବର୍ଷ ଭଳି ଚଳିତ ବଜେଟ୍‌ରେ ମଧ୍ୟ ଦେଶର ସାମାଜିକ କ୍ଷେତ୍ର ଭୟଙ୍କର ଅବହେଳା ଓ ଅଣଦେଖାର ଶିକାର ହୋଇଛି। ଦେଶର ସବୁ ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପରି ସାମାଜିକ କ୍ଷେତ୍ରକୁ ଯେତିକି ବ୍ୟୟବରାଦ କରିବା କଥା କରାଯାଇନି। ବରଂ ଅନେକ କ୍ଷେତ୍ରରେ ଗତ ବର୍ଷଠାରୁ କମ୍ ବ୍ୟୟବରାଦ କରାଯାଇଛି।

ଚଳିତ ବଜେଟ୍‌ରେ କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ତଥା ସବୁଠାରୁ ବଡ଼ ବୀମାଭିତ୍ତକ ସ୍ୱାସ୍ଥ୍ୟସେବା ଯୋଜନା 'ଆୟୁଷ୍ମାନ ଭାରତ' ବାବଦରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ନାମକୁ ମାତ୍ର ଅର୍ଥାତ୍ ମାତ୍ର ୩୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି। ଗତବର୍ଷ ଏହି ପରିମାଣ ୭,୨୦୦ କୋଟି ରହିଥିବା ବେଳେ ଚଳିତ ବର୍ଷ ତାକୁ ୭,୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ସରକାର ଦେଶର ପ୍ରତ୍ୟେକ ନାଗରିକ ପିଛା ଏହି ଯୋଜନାରେ ବାର୍ଷିକ ମାତ୍ର ୫୩ ଟଙ୍କା ଖର୍ଚ୍ଚ କରୁଛନ୍ତି। ଦେଶର ୧୪୦ କୋଟି ସାଧାରଣ ଜନତାଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ମୋଦି ସରକାର କେତେ ଯେ ତତ୍ପର ତାହା ଏହି ନାମମାତ୍ର ବ୍ୟୟବରାଦରୁ ଉଜାଗର ହେଉଛି। ସରକାରଙ୍କ ଆଉ ଏକ ସ୍ୱାସ୍ଥ୍ୟ ଯୋଜନା ‘ପିଏମ୍ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା’ରେ ଚଳିତ ବଜେଟ୍‌ରେ ଯେଉଁ ବ୍ୟୟବରାଦ କରାଯାଇଛି, ତାହା ଗତବର୍ଷ ତୁଳନାରେ କମ୍ ରହିଛି। ୨୦୨୩-୨୪ ବଜେଟରେ ଏ ବାବଦରେ ମୋଟ ୩,୩୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲେ ବି ପରେ ନୂଆ କରି ନିର୍ମିତ ହୋଇଥିବା ଏମ୍ସମାନଙ୍କ ଆବଶ୍ୟକତା ପୂରଣ ପାଇଁ ସରକାର ଏଥିରେ ଅତିରିକ୍ତ ୬,୮୩୫ କୋଟି ଟଙ୍କା ବରାଦ କରିଥିଲେ। ଅର୍ଥାତ୍ ସଂଶୋଧିତ ହିସାବରେ ଏହି ଯୋଜନାର ମୋଟ ଖର୍ଚ୍ଚ ୧୦,୨୦୦ କୋଟିକୁ ବୃଦ୍ଧି ପାଇଥିଲା। ପରନ୍ତୁ ଚଳିତ ବଜେଟ୍‌ରେ ଏ ବାବଦରେ ବ୍ୟୟବରାଦକୁ ବଢ଼ାଇବା ପରିବର୍ତ୍ତେ ୨୪୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି ଯାହାକି ଗତବର୍ଷର ବଜେଟ୍‌ର ବ୍ୟୟବରାଦଠାରୁ ବି ୩୫% କମ୍ ରହିଛି।

ଶିକ୍ଷା ବିଭାଗ ବି ଚଳିତ ବଜେଟ୍‌ରେ ଅଣଦେଖାର ଶିକାର ହୋଇଛି। ଶିକ୍ଷା ସମ୍ପର୍କିତ କିଛି ଯୋଜନାରେ ସରକାର ପୂର୍ବବର୍ଷ ତୁଳନାରେ ଖର୍ଚ୍ଚକାଟ କରିଥିବା ବେଳେ ଆଉ କିଛି ଯୋଜନାରେ ନାମକୁ ମାତ୍ର ବୃଦ୍ଧି କରିଛନ୍ତି ଯାହାକି ଦରବୃଦ୍ଧି ଅନୁପାତରେ କମିଛି ବୋଲି କୁହାଯିବ। ସରକାର ସ୍କୁଲଶିକ୍ଷା ପାଇଁ ଗତବର୍ଷ ସଂଶୋଧିତ ହିସାବରେ ୭୨,୪୭୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଚଳିତ ବଜେଟ୍‌ରେ ମାତ୍ର ୭୩,୦୦୮ କୋଟି ବରାଦ କରିଛନ୍ତି। ପିଏମ୍‌-ପୋଷଣ ରୂପେ ପରିଚିତ ସ୍କୁଲପିଲାଙ୍କ ମଧ୍ୟାହ୍ନ ଭୋଜନ ଯୋଜନାରେ ସରକାର ସଂଶୋଧିତ ହିସାବ ଅନୁଯାୟୀ ୧୨,୪୬୭ କୋଟି ଖର୍ଚ୍ଚ କରିଥିବା ବେଳେ ଚଳିତ ବଜେଟ୍‌ରେ ମାତ୍ର ୬,୦୫୦ କୋଟି ବରାଦ କରିଛନ୍ତି।

ସେହିପରି ଉଚ୍ଚଶିକ୍ଷା ବଜେଟ୍‌ରେ ସରକାର ଗତ ୨୦୨୩-୨୪ ବଜେଟ୍‌ରେ ୪୪,୦୯୪ କୋଟି ବରାଦ କରିଥିବା ବେଳେ ସଂଶୋଧିତ ହିସାବରେ ତାହା ୫୭,୨୪୪ କୋଟିକୁ ପହଂଚିଥିଲା। କିନ୍ତୁ ଚଳିତ ବଜେଟ୍‌ରେ ସରକାର ସେ ବାବଦରେ ମୋଟ ୪୭,୬୧୯ କୋଟି ବ୍ୟୟବରାଦ କରିଛନ୍ତି। ୟୁଜିସି ଓ ଏଆଇସିଟିଇ ବାବଦରେ ଗତବର୍ଷର ଅନୁଦାନ ୫,୭୮୦ କୋଟିରୁ ଚଳିତ ବର୍ଷ ୨,୯୦୦ କୋଟିକୁ ହ୍ରାସ କରାଯାଇଛି। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ପ୍ରୋତ୍ସାହନ ଯୋଜନା (ପିଏମ୍‌-ୟୁଏସ୍‌ପି)ରେ ଗତବର୍ଷର ଅନୁଦାନରେ ମାତ୍ର ୪ କୋଟି ଟଙ୍କା ବୃଦ୍ଧି କରି ତାକୁ ୧,୫୫୮ କୋଟି କରାଯାଇଛି। ସେହିପରି ଭାରତୀୟ ଜ୍ଞାନବ୍ୟବସ୍ଥା ବାବଦରେ ଗତବର୍ଷର ଅନୁଦାନକୁ ଅଧା କରିଥିବା ବେଳେ ପିଏମ୍ ଛାତ୍ରୀନିବାସ ଯୋଜନାରେ ଗତବର୍ଷର ୧୦ କୋଟିରୁ ଚଳିତ ବଜେଟ୍‌ରେ ୨ କୋଟିକୁ ହ୍ରାସ କରଛନ୍ତି। ଛାତ୍ରମାନଙ୍କୁ ମୋଟ ଆର୍ଥିକ ସହାୟତା ଗତବର୍ଷର ୧,୯୫୪ କୋଟିରୁ ଚଳିତ ବର୍ଷ ୧,୯୦୮ କୋଟିକୁ ହ୍ରାସ ପାଇଛି।

ସରକାରଙ୍କ ସମ୍ବେଦନହୀନତାର ଆଉ ଏକ ପ୍ରମାଣ ହେଲା, ଦେଶର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକଙ୍କୁ ମିଳୁଥିବା ମାସିକ ସାମାଜିକ ସୁରକ୍ଷା ପେନସନ୍‌ରେ ଆଦୌ ବୃଦ୍ଧି ନହେବା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜାତୀୟ ବୃଦ୍ଧାବସ୍ଥା ପେନସନ ଯୋଜନାରେ ୨୦୦୬-୦୭ ବଜେଟରେ କେନ୍ଦ୍ର ସରକାର ନିଜର ଅନୁଦାନ ରାଶିକୁ ମାସିକ ୧୫୦ ଟଙ୍କାକୁ ୨୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ପରନ୍ତୁ ଗତ ୧୮ ବର୍ଷ ମଧ୍ୟରେ ଦେଶରେ ସାଂସଦ, ବିଧାୟକ ଓ ସରକାରୀ କର୍ମଚାରୀଙ୍କ ଦରମାରେ ବହୁଗୁଣ ବୃଦ୍ଧି ହୋଇଥିବା ବେଳେ ତଥା ବଜାରରେ ସମସ୍ତ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ଅନେକ ଗୁଣ ବଢ଼ିଥିବା ସତ୍ତ୍ୱେ ସରକାର ଉପରୋକ୍ତ ପେନସନ୍ ରାଶିରେ ଟଙ୍କାଟିଏ ବି ବୃଦ୍ଧି କରିନାହାନ୍ତି। ନିଜର ଅନ୍ତିମ ବଜେଟ୍‌ରେ ବି ମୋଦି ସରକାର ସାମାଜିକ ସୁରକ୍ଷା ପେନସନରେ କୈାଣସି ପ୍ରକାରର ବୃଦ୍ଧି ନକରି ଦେଶର କୋଟି କୋଟି ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମଙ୍କୁ ପ୍ରତାରଣା କରିଛନ୍ତି ବୋଲି କୁହାଯାଇପାରେ।

ଦେଶର ସହରାଞ୍ଚଳରେ ଭଡ଼ାଘରେ ଅଥବା ବସ୍ତିରେ ରହୁଥିବା ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ନିଜସ୍ୱ ଘର ନିର୍ମାଣ କରିବାକୁ ଅଥବା କିଣିବାକୁ ସହାୟତା କରିବାକୁ ଆମ ସରକାର ଏକ ଯୋଜନା ପ୍ରଣୟନ କରିବେ ବୋଲି ଅର୍ଥମନ୍ତ୍ରୀ ନିଜ ଭାଷଣରେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏହି ଯୋଜନା କେବେ କାର୍ଯ୍ୟକାରୀ କରାଯିବ ତା'ର କୈାଣସି ଉଲ୍ଲେଖ ନାହିଁ କି ସେ ବାବଦରେ ବଜେଟରେ କୈାଣସି ବ୍ୟୟବରାଦ ମଧ୍ୟ କରିନାହାନ୍ତି। କେବଳ ପିଏମ୍ ଆବାସ ଯୋଜନାରେ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଦେଶର ଆଉ ଦୁଇ କୋଟି ପରିବାରକୁ ଘର ଯୋଗାଇ ଦିଆଯିବ ବୋଲି କହି ସରକାର ଚଳିତ ବଜେଟରେ ୮୦,୬୭୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ଯାହାକି ଗତ ବଜେଟ୍‌ର ଏ ବାବଦରେ ମୋଟ ବ୍ୟୟବରାଦ ୭୯,୦୦୦ କୋଟିଠାରୁ ସାମାନ୍ୟ ଅଧିକ।

ବଜେଟ୍‌ରେ ଦେଶର ମହିଳା, ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁ ଆଦି ସମାଜର ସବୁ ନିଷ୍ପେଷିତ ଗୋଷ୍ଠୀଙ୍କୁ ଅଣଦେଖା କରାଯାଇଛି। ସେମାନଙ୍କ ପାଇଁ କରାଯାଇଥିବା ବ୍ୟୟ ବରାଦଟି ଗତବର୍ଷଠାରୁ ବି କମ୍ ରହିଥିବା ଜଣାପଡ଼ିଛି। ଭୟଙ୍କର ବେକାରୀର ସାମନା କରୁଥିବା ଦେଶର ଯୁବକଯୁବତୀମାନଙ୍କ ପାଇଁ ରୋଜଗାର ସୃଷ୍ଟି କରିବା ଦିଗରେ ବଜେଟ୍‌ରେ କୌଣସି ଯୋଜନା କିମ୍ବା ଘୋଷଣା ଦେଖିବାକୁ ମିଳିଲାନି। ଏପରିକି ଦେଶର ମଧ୍ୟବିତ୍ତ ଶ୍ରେଣୀ ପାଇଁ ମଧ୍ୟ କୌଣସି ଘୋଷଣା କରିବାରେ ବିଫଳ ହୋଇଛି। ଏଭଳି ପରିସ୍ଥିତିରେ ମୋଦି ସରକାରର ଚଳିତ ବଜେଟ୍‌କୁ ଦେଶର କୋଟି କୋଟି ସାଧାରଣ ଜନତାଙ୍କ ପାଇଁ କେବଳ ଏକ ଜନବିରୋଧି ଓ ନିରାଶାଜନକ ବଜେଟ୍ ବୋଲି କୁହାଯାଇପାରେ।

ଫୋନ- ୯୪୩୭୧୬୬୩୯୧

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story