ଓଡ଼ିଶାର ପଶ୍ଚିମାଞ୍ଚଳ ହେବ କାହାର?

ପଶ୍ଚିମାଞ୍ଚଳରେ ୩୫ଟି ବିଧାନସଭା ଆସନ ଓ ୫ଟି ଲୋକସଭା ଆସନ ରହିଛି। ଜାନୁଆରୀ ୨୨ ତାରିଖରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ସୃଷ୍ଟ ଭାବାବେଗ ତଥା ପ୍ରଧାନମନ୍ତ୍ରୀଙ୍କ ଭୋଟ ଆହରଣ କରିବାର ବର୍ଦ୍ଧିତ ସାମର୍ଥ୍ୟ ଉପରେ ଭାଜପା ଗଭୀର ଆଶାବାଦୀ। ଭାଜପା ବିଶ୍ୱାସ କରୁଛି ଯେ ପୂର୍ବାପେକ୍ଷା ଦଳ ଉନ୍ନତ ପ୍ରଦର୍ଶନ କରିପାରିବ।

Western Odisha

Western Odisha

Debendra Prusty
  • Published: Monday, 12 February 2024
  • Updated: 12 February 2024, 04:45 PM IST

Sports

Latest News

ଜାନକୀଶ ବଡ଼ପଣ୍ଡା

ଓଡ଼ିଶାରେ ଏବେ ନିର୍ବାଚନୀ ତାତି ଦେଖିବାକୁ ମିଳୁଛି। କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରଠାରୁ ସାଧାରଣ ନିର୍ବାଚନ ପାଇଁ ପ୍ରଚାରର ଶ୍ରୀଗଣେଶ କରି ସାରିଛନ୍ତି। ପରେ ପରେ କଂଗ୍ରେସ ଦଳ ପକ୍ଷରୁ ରାହୁଳ ଗାନ୍ଧୀ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ପଶ୍ଚିମ ଓଡ଼ିଶାରେ ନିଜ ଦଳ ସପକ୍ଷରେ ପ୍ରଚାର ଆରମ୍ଭ କରି ସାରିଛନ୍ତି। ଓଡ଼ିଶାରେ ବିଗତ ୨୪ ବର୍ଷ ଧରି କ୍ଷମତାସୀନ ବିଜୁ ଜନତା ଦଳ ଅବିରତ ଭାବେ ନିର୍ବାଚନ ମନସ୍କ ହୋଇ ବିଭିନ୍ନ ଯୋଜନା ପ୍ରଣୟନ କରି ଚାଲିଛି। ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାରକୁ ଆସିନାହାନ୍ତି, କିନ୍ତୁ ତାଙ୍କର ନିର୍ଦ୍ଦେଶରେ ସରକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ନିର୍ବାଚନ ପ୍ରଚାର ହିଁ ଚାଲିଛି ବୋଲି କୁହାଯାଇପାରିବ। ବିଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ବିଧାନସଭାର ୧୪୭ ଆସନରୁ ୧୧୨ଟି ହାତେଇ ନେଇ ଲଗାତାର ପଞ୍ଚମ ଥର ପାଇଁ ଶାସନ କ୍ଷମତା-ସିଂହାସନ ଦଖଲ କରିଥିଲା। ସେତେବେଳେ ଭାରତୀୟ ଜନତା ପାର୍ଟି ବା ଭାଜପା ୨୩ଟି ଓ କଂଗ୍ରେସ ମାତ୍ର ୯ଟି ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ, ଓଡ଼ିଶାର ମତଦାତା କିନ୍ତୁ ସଂସଦୀୟ କ୍ଷେତ୍ର ପାଇଁ ଭାଜପାକୁ ୮ଟି ଆସନ, କଂଗ୍ରେସକୁ ମାତ୍ର ଗୋଟିଏ ଆସନ ଓ ବିଜେଡିକୁ ୧୨ଟି ଆସନ ଦେଇଥିଲେ। ୨୦୧୪ ନିର୍ବାଚନରେ ୨୦ଟି ଆସନ ପାଇଥିବା ବିଜେଡି ଆଠଟି ଆସନ ହରାଇଥିଲା। ଅଧିକ ଆଶ୍ଚର୍ଯ୍ୟଜନକ ଭାବେ ୨୦୧୯ ସଂସଦୀୟ ନିର୍ବାଚନରେ କଂଗ୍ରେସ ଦଳ ମାତ୍ର ଗୋଟିଏ ଆସନ ହାତେଇ ପାରିଥିଲା।

୨୦୧୯ ସଂସଦୀୟ ନିର୍ବାଚନରେ ଭାଜପା ମୁଣିକୁ ଯେଉଁ ଆଠଟି ଆସନ ଆସିଥିଲା ତହିଁରୁ ପାଞ୍ଚଟି ଥିଲା ଓଡ଼ିଶାର ପଶ୍ଚିମାଞ୍ଚଳରୁ। ମା’ ସମଲେଶ୍ୱରୀଙ୍କ ପୀଠ ସମ୍ବଲପୁର ଅଞ୍ଚଳ ଭାଜପାର ଗେରୁଆ ରଙ୍ଗରେ ରଙ୍ଗୀନ ହୋଇ ଉଠିଥିଲା। ଗେରୁଆ ରଙ୍ଗକୁ ଲିଭାଇ ସବୁଜ ରଙ୍ଗରେ ପରିଣତ କରିବା ପାଇଁ ବିଜେଡି ଯେତେସବୁ କାର୍ଯ୍ୟକ୍ରମ ହାତକୁ ନେଲା ତାହାର ଅନ୍ୟତମ ଉତ୍ତୁଙ୍ଗ ଉଦାହରଣ ଥିଲା ଗତ ଫେବୃଆରୀ ୨୭ ତାରିଖରେ ଲୋକାର୍ପିତ ମା ସମଲେଶ୍ୱରୀ ପ୍ରକଳ୍ପ। ବିଜେଡିର ସଘନ କାର୍ଯ୍ୟପ୍ରଣାଳୀ କାରଣରୁ ୨୦୧୯ ପରେ ଅନୁଷ୍ଠିତ ସମସ୍ତ ଉପନିର୍ବାଚନ, ପଞ୍ଚାୟତ ଓ ସହରାଞ୍ଚଳ ନିର୍ବାଚନରେ ଭାଜପା ନୈରାଶ୍ୟଜନକ ପ୍ରଦର୍ଶନ କରିଚାଲିଲା ଓ ବିଜେଡି ନିଜକୁ ସୁଦୃଢ଼ କରୁଥିଲା ଓଡ଼ିଶାର ପଶ୍ଚିମାଞ୍ଚଳରେ। ଅଧିକ କ୍ଷତିକୁ ରୋକିବା ପାଇଁ ଓ ନିଜର ପାଦ ତଳର ମାଟିକୁ ଦୃଢ଼ଭାବେ ବାନ୍ଧି ରଖିବା ପାଇଁ ଭାଜପା ପକ୍ଷରୁ ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାଧାରଣ ସଭା ସମ୍ବଲପୁରରେ କରାଗଲା।

ଓଡ଼ିଶାରେ ଭାଜପା ନିଜର କାୟାବୃଦ୍ଧି ପାଇଁ ସାଙ୍ଗଠନିକ ଶକ୍ତିକୁ ସୁଦୃଢ଼ କରିବାରେ ଲାଗିଛି। ଉଦ୍ଦେଶ୍ୟ ରହିଛି ୨୦୨୪ ସାଧାରଣ ନିର୍ବାଚନରେ ନିଜ ସପକ୍ଷରେ ମତହାର ବୃଦ୍ଧି, ଦଳର ବିଜୟ ଓ କେନ୍ଦ୍ରରେ ତୃତୀୟ ଥର କ୍ଷମତା ଦଖଲ। ଏଥି ପାଇଁ ଭାଜପା ନିର୍ବାଚନ ଖସଡ଼ା ପ୍ରସ୍ତୁତ କରିଛି, ଯାହା ମଧ୍ୟରେ ଅଛି ସାଙ୍ଗଠନିକ ପଦ ପଦବୀରେ ପରିବର୍ତ୍ତନ ସହିତ ବିଜେଡି ସହ ମୁହାଁମୁହିଁ ଲଢ଼େଇ କରିବା ପାଇଁ ବିଭିନ୍ନ କୌଶଳ ଓ କାର୍ଯ୍ୟକ୍ରମ। ଗତଥର ଭଳି 'ନିଶ୍ଚିତ-ବିଜୟ' ଭାବିନେଇ ଆତ୍ମସନ୍ତୋଷ ଭରା ନିଷ୍କ୍ରିୟତା ନୁହେଁ, ଏଥର ପ୍ରତ୍ୟେକ ବୁଥରେ ମୁହାଁମୁହିଁ ଲଢ଼େଇ କରିବାକୁ ଭାଜପାର ତୃଣମୂଳ କର୍ମୀ ଓ ନେତାଏ ପ୍ରସ୍ତୁତ ବୋଲି ଦଳର କୃଷକ ମୋର୍ଚ୍ଚାର ଜଣେ ସଦସ୍ୟ ପ୍ରକାଶ କରିଛନ୍ତି।

ଭାଜପାର ଛାମୁଆ ସଙ୍ଗଠନର କର୍ମୀମାନେ ଏଥର ଉତ୍ସାହିତ ଥିବାର ଜଣାଯାଉଥିଲା ବେଳେ ରାଜ୍ୟବାସୀ ବିଜେଡ଼ିକୁ ଭାଜପାର ପରମ ବନ୍ଧୁ ଭାବେ ଦେଖୁଛନ୍ତି। ଏହାର ଅନେକ କାରଣ ଭିତରେ ଭାଜପାର ରାଜ୍ୟସଭା ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ, ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସଂସଦରେ ସମର୍ଥନ, ଏପରିକି ବିବାଦୀୟ ତିନ ତଲାକ ଓ କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ଅଧିନିୟମକୁ ଆଖିବୁଜା ସମର୍ଥନ ଭଳି ପ୍ରସଙ୍ଗ ଅନ୍ୟତମ।

ଏଥର କିନ୍ତୁ, କୁଆଡ଼େ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଉ ବନ୍ଧୁତ୍ୱପୂର୍ଣ୍ଣ ଲଢ଼େଇ ନୁହେଁ; ୨୦୨୪ ସାଧାରଣ ନିର୍ବାଚନ ବେଳେ ଭାଜପା ଧନ, ଜନ, କୌଶଳ ଓ ସମର୍ଥ ସାଙ୍ଗଠନିକ ବଳ ପୂର୍ଣ୍ଣ ମାତ୍ରାରେ ଉପଯୋଗ କରି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟଲାଭ କରିବାକୁ ସଂଖ୍ୟାଗରିଷ୍ଠ ଜନମତ ସୃଷ୍ଟି କରିବ। ଦଳର ତୃଣମୂଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରି ଦଳ ସପକ୍ଷରେ ଜନମତ ବଢ଼ାଇବାକୁ ଆଗାମୀ ଦିନରେ ଭାଜପାର ତୁଙ୍ଗ ନେତୃତ୍ୱ ଯଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରୀୟ ସଭାପତି ଜେ. ପି. ନଡ୍ଡା ତଥା ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ନିର୍ବାଚନ ପ୍ରଚାର କରିବାକୁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଛି।

ଏଥର ଭାଜପା ନିଜର ବିକାଶମୂଳକ ଯୋଜନାର ହିତାଧିକାରୀ ଓ ମହିଳାଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଏହି ହିତାଧିକାରୀମାନେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କେବଳ ମୋଦି ଗ୍ୟାରେଣ୍ଟି, କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନା ଓ ସେଗୁଡ଼ିକର ଉପଯୁକ୍ତ ରୂପାୟନ କାରଣରୁ ଭାଜପାକୁ କ୍ଷମତା ସିଂହାସନରେ ବସାଇଥିଲେ। ସେହିଭଳି ଓଡ଼ିଶାବାସୀ ମଧ୍ୟ କେନ୍ଦ୍ରୀୟ ଯୋଜନାଗୁଡ଼ିକ ପାଇଁ ଶ୍ରେୟ ଦେବେ ବୋଲି ଆଶା ବାନ୍ଧିଛି ଭାଜପା। ବୋଧହୁଏ, ସେଥିପାଇଁ ପ୍ରଧାନମନ୍ତ୍ରୀ ସମ୍ବଲପୁର ଜନସଭା ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ।

ଓଡ଼ିଶା ଶାସନରେ ଥିବା ବିଜେଡି ସରକାର କିନ୍ତୁ ଅଭ୍ୟାସଗତ ଭାବେ ସମସ୍ତ କେନ୍ଦ୍ରୀୟ ଯୋଜନାର ଶ୍ରେୟ ହରଣଚାଳ କରି ନେବାକୁ ତୟାର। ଖାଦ୍ୟ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ଚାଉଳ ଯୋଗାଇ ଦେଉଥିଲେ ବି ରାଜ୍ୟ ସରକାର ଚତୁରତା ସହ ଏହି ଚାଉଳର ମୂଲ୍ୟ ଉପରେ କେଜି ପ୍ରତି ଦୁଇଟଙ୍କା ରିହାତି ଦେଇ ମାତ୍ର ଏକ ଟଙ୍କାରେ ସାଧାରଣ ବଣ୍ଟନ କେନ୍ଦ୍ର ମାଧ୍ୟମରେ ଚାଉଳ ଯୋଗାଇ ଦେଉ ଥିଲେ। ତାହାକୁ ରାଜ୍ୟ ସରକାରଙ୍କ ଯୋଜନା ଭାବେ ପ୍ରଚାରିତ କରୁଥିଲେ। କେନ୍ଦ୍ର ସରକାର କେଜି ପ୍ରତି ୩୭ ଟଙ୍କା ରିହାତି ଦେଇ ଆସୁଥିଲେ ବି ହିତାଧିକାରୀଙ୍କ ମନ ଭିତରେ ବସାବାନ୍ଧି ଯାଇଥିଲା ଯେ ନବୀନ ସରକାର ଟଙ୍କିକିଆ ଚାଉଳ ଦେଉଛନ୍ତି। ଏହିଭଳି ଭ୍ରମାତ୍ମକ ବିଶ୍ୱାସ ବିଜେଡି ସପକ୍ଷରେ ଅତୁଟ ଜନସମର୍ଥନର ବହୁତ ବଡ଼ କାରଣ। ଏବେ କେନ୍ଦ୍ର ସରକାର ସମୁଦାୟ ମୂଲ୍ୟକୁ ରିହାତି ଭାବେ ଦେଉଥିବାରୁ ଲୋକମାନେ ବାସ୍ତବ କଥା ବୁଝି ପାରିବାକୁ ସକ୍ଷମ ହେଲେ ହେଁ ଅଳ୍ପ କିଛି ହିତାଧିକାରୀଙ୍କୁ ରାଜ୍ୟ ସରକାର ସାଧାରଣ ବଣ୍ଟନ କେନ୍ଦ୍ର ମାଧ୍ୟମରେ ମାଗଣାରେ ଚାଉଳ ଯୋଗାଇ ଦେଇ ଖାଦ୍ୟ ସୁରକ୍ଷାର ଶ୍ରେୟ ହରଣଚାଳ କରିବାକୁ ଏବେବି ଉଦ୍ୟମରତ।

ଖାଦ୍ୟ ସୁରକ୍ଷା ଯୋଜନାକୁ ହାତେଇବା ଭଳି ମହିଳା ସଶକ୍ତିକରଣ ଓ ସାମାଜିକ-ଆର୍ଥିକ ଦୃଷ୍ଟିରୁ ପଛୁଆ ଶ୍ରେଣୀର ମହିଳାଙ୍କ ବିକାଶ ପାଇଁ ପ୍ରଣୀତ ଯୋଜନା ସବୁକୁ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ ଦେବା ସତ୍ତ୍ୱେ ସେସବୁକୁ ଓଡ଼ିଶା ସରକାର ନିଜର ବୋଲି ଡିଣ୍ଡିମ ପିଟୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମଧ୍ୟ ଓଡ଼ିଶାର ବିଜେଡି ସରକାର ହାତେଇ ନେଇଥିବାର ଭାଜପା ଅଭିଯୋଗ କରୁଛି।

ପକ୍ଷାନ୍ତରେ, ସାଙ୍ଗଠନିକ ଦୃଷ୍ଟିରୁ ପ୍ରଥମ ପଦକ୍ଷେପ ସ୍ୱରୂପ ସାରା ଦେଶରେ ପ୍ରତ୍ୟେକ ବୁଥ୍ ମଜଭୁତ କରାଯାଇଛି, ସାଙ୍ଗଠନିକ କାର୍ଯ୍ୟକର୍ତ୍ତାମାନେ ନିଜ ବ୍ଲକ ଓ ଜିଲ୍ଲାରେ ପ୍ରତ୍ୟକ୍ଷ କରୁଥିବା ଅସୁବିଧା ଓ ସମସ୍ୟାଗୁଡ଼ିକୁ ରାଜ୍ୟ ନେତୃତ୍ୱଙ୍କ ଦୃଷ୍ଟିକୁ ଆଣି ସେସବୁର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଉଦ୍ଦେଶ୍ୟ ରହିଛି ଯେ, ସଙ୍ଗଠନ ସୁଦୃଢ଼ ରହୁ। ଏଥିପାଇଁ ପ୍ରତ୍ୟେକ ବିଧାନସଭା ଓ ସଂସଦୀୟ କ୍ଷେତ୍ରପାଇଁ ୨୦ ଜଣିଆ ନେତୃମଣ୍ଡଳୀ ଗଢ଼ା ଯାଇଛି, ଯାହାର ସଭ୍ୟ ଅଛନ୍ତି ଦଳର ଜିଲ୍ଲା ସଭାପତି, ପୂର୍ବଥରର ପ୍ରାର୍ଥୀ ଓ ବ୍ଲକ-ଜିଲ୍ଲା-ରାଜ୍ୟସ୍ତରୀୟ ନିର୍ବାଚିତ ନେତା। ଏହି ନେତୃମଣ୍ଡଳୀ ପ୍ରତ୍ୟେକ ମାସରେ ବୈଠକ କରି ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ନିଯୁକ୍ତ କାର୍ଯ୍ୟକର୍ତ୍ତାଙ୍କୁ ତଥ୍ୟ ପ୍ରଦାନ କରିବେ।

ଭାଜପାର ଜାତୀୟ ସାଧାରଣ ସମ୍ପାଦକ ସୁନୀଲ ବଂଶଲଙ୍କୁ ୨୦୨୨ ଅଗଷ୍ଟ ମାସରେ ନିଯୁକ୍ତି ମିଳିବା ପରେ ରାଜନୀତିରେ ଋଚି ରଖୁଥିବା ମହଲ ଅନୁମାନ କରୁଥିଲେ ଯେ, ୨୦୦୦ ମସିହାରୁ କ୍ଷମତା ଗାଦୀରେ ଚକାମାଡ଼ି ବସିଥିବା ଓ ଅଚଳ ମହାମେରୁ ପାଲଟିଥିବା ବିଜେଡ଼ିକୁ ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାରେ ଗାଦିଚ୍ୟୁତ କରିବାକୁ ଭାଜପା ଏଥର ଗମ୍ଭୀରତା ସହ ଉଦ୍ୟମ କରୁଛି। ବଂଶଲ ମଧ୍ୟ ପ୍ରଥମ ଛଅ ମାସ କାଳ ସମଗ୍ର ରାଜ୍ୟ ଗସ୍ତ କରି ଏଥର ଆରପାରର ଲଢ଼େଇ ହେବ ବୋଲି ଧାରଣା ସୃଷ୍ଟି କରିଥିଲେ। ଅତୀତରେ ଭାଜପାର ଦ୍ଵିତୀୟ-ଚାଣକ୍ୟ କୁହାଯାଉଥିବା ଯୁବନେତା ବଂଶଲ କିନ୍ତୁ ଓଡ଼ିଶାରେ ଭାଜପାର ସଙ୍ଗଠନ ଉପରେ ଖୁସି ହୋଇପାରି ନଥିଲେ ବୋଲି ଗୋପନୀୟ ସୂତ୍ରରୁ ଜଣାଯାଏ। ବୁଥ୍ ଓ ବ୍ଲକ ସ୍ତରରେ କର୍ମକର୍ତ୍ତାମାନେ କେବଳ କାଗଜପତ୍ରରେ ଦର୍ଶାଯାଉ ଥିଲେ ବି ଅନେକ କର୍ମକର୍ତ୍ତା ତ କେବେଠୁ ଭାଜପା ଦଳର ସଦସ୍ୟତା ଛାଡ଼ି ଦେଇଥିଲେ ଓ ଆଉ କିଛି ଥିଲେ ନିଷ୍କ୍ରୟ।

୨୦୧୯ ସାଧାରଣ ନିର୍ବାଚନରେ ଯେତେବେଳେ ଭାଜପା ମାତ୍ର ୮ ଜଣ ସାଂସଦ ଓ ୨୩ ଜଣ ବିଧାୟକଙ୍କୁ ଜିତାଇବାକୁ ସକ୍ଷମ ହେଲା ସେତେବେଳେ ଭାଜପାର ନେତାମାନେ ବିଜେଡି ଉପରେ ନିଜକୁ ସୁହାଇବା ପରି ଦୁର୍ବଳ ଦୋଷାରୋପ କଲେ। କହିଲେ ଯେ, ବିଜେଡି ସହିତ ଭାଜପା ଏକ ପ୍ରକାର ବୁଝାମଣା କରିଥିଲା ବୋଲି ବିଜେଡି ପ୍ରଚାର କରିବା ଫଳରେ ଭୋଟରମାନେ ଭାଜପା ପ୍ରାର୍ଥୀଙ୍କୁ କୁଣ୍ଠିତ ସମର୍ଥନ ଦେଲେ ଓ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କଲା। ଓଡ଼ିଶାରେ ଦୁଇଟି ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ - ଭାଜପା ଓ ବିଜେଡି। ଓଡ଼ିଶାରେ ଆସନ୍ତା ଏପ୍ରିଲ-ମେ ମାସରେ ଉଭୟ ଲୋକସଭା ଓ ରାଜ୍ୟସଭା ପାଇଁ ଏକ ସମୟରେ ନିର୍ବାଚନ ହେବାକୁ ଥିବାରୁ ଦୁଇଟିଯାକ ଦଳ ଓଡ଼ିଶାର ପଶ୍ଚିମାଞ୍ଚଳରେ ସର୍ବାଧିକ ଲାଭ ଉଠାଇବାକୁ ସମସ୍ତ ପ୍ରକାର ଉଦ୍ୟମ କରୁଥିବାର ଲକ୍ଷ୍ୟ କରାଯାଉଛି। ପଶ୍ଚିମାଞ୍ଚଳରେ ୩୫ଟି ବିଧାନସଭା ଆସନ ଓ ୫ଟି ଲୋକସଭା ଆସନ ରହିଛି। ଜାନୁଆରୀ ୨୨ ତାରିଖରେ ଶ୍ରୀରାମ ଜନ୍ମଭୂମି ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠାକୁ ନେଇ ସୃଷ୍ଟ ଭାବାବେଗ ତଥା ପ୍ରଧାନମନ୍ତ୍ରୀଙ୍କ ଭୋଟ ଆହରଣ କରିବାର ବର୍ଦ୍ଧିତ ସାମର୍ଥ୍ୟ ଉପରେ ଭାଜପା ଗଭୀର ଆଶାବାଦୀ। ଭାଜପା ବିଶ୍ୱାସ କରୁଛି ଯେ ପୂର୍ବାପେକ୍ଷା ଦଳ ଉନ୍ନତ ପ୍ରଦର୍ଶନ କରିପାରିବ।

ଓଡ଼ିଶା ପାଇଁ ୨୦୨୪ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରିବାର ବଡ଼ କାରଣ ହେଲା ଯେ, ଉଭୟ ଭାଜପା ଓ ବିଜେଡି ନିର୍ବାଚନରେ ବିଜୟଲାଭ କରିବାକୁ ଗମ୍ଭୀର ଭାବେ ଉଦ୍ୟମ କରୁଛନ୍ତି। ଏଥର ବିଜେଡି ଜିଣିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଷଷ୍ଠ ଥର ବିଜୟ ଲାଭକରି ନୂଆ ଇତିହାସ ସୃଷ୍ଟି କରିବେ। ଏହା ଦେଶର ଯେ କୌଣସି ଆଞ୍ଚଳିକ ଦଳ ପାଇଁ ଏକ ନୂଆ ଉପଲବ୍ଧି ଓ ନବୀନ ବାବୁ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ପଦବୀରେ ରହିବାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି, ନୂଆ ଇତିହାସ ସୃଷ୍ଟି କରିପାରିବେ।

ସେଥିପାଇଁ ବିଜେଡି ମଧ୍ୟ ନିଜର ସାଙ୍ଗଠନିକ ପଦପଦବୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ନେତାଙ୍କୁ ଅବସ୍ଥାପିତ କରିଛି। ବିଶେଷ ଭାବେ ପଶ୍ଚିମ ଓଡ଼ିଶାର ଜିଲ୍ଲା ଦାୟିତ୍ୱରେ ରହି ଏମାନେ ସାଙ୍ଗଠନିକ କାର୍ଯ୍ୟ ଆରମ୍ଭ କରିସାରିଲେଣି। ଏସବୁ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ଦଳର ସାଙ୍ଗଠନିକ ପରିବର୍ତ୍ତନ, ରାଜ୍ୟ ସରକାର ପ୍ରଣୟନ କରୁଥିବା ନୂଆ ନୂଆ ଯୋଜନାର ସୁଫଳ କିଭଳି ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ସେ ସବୁର କାର୍ଯ୍ୟାନ୍ୱୟନ। ଏସବୁ ଅତ୍ୟନ୍ତ ନିଷ୍ଠାପର ଭାବେ କରାଯାଉଛି, ଯେପରି ନିର୍ବାଚନ ପୂର୍ବରୁ ଭୋଟରମାନେ ବିଜେଡି ସହ ଯୋଡ଼ି ହୋଇ ରହିବେ, ଭାଜପା ଆଡ଼କୁ ଢଳିବେ ନାହିଁ।

ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିଲେ ବି ନିଜର ବିଫଳତାକୁ ଘୋଡ଼ଇବା ପାଇଁ ଗତ କିଛି ବର୍ଷରେ ସୁକତେଲ ଜଳସେଚନ ପ୍ରକଳ୍ପ, ଗଙ୍ଗାଧର ମେହେର ଭୂତଳ ଜଳସେଚନ ପ୍ରକଳ୍ପ ମାଧ୍ୟମରେ ପ୍ରଚେଷ୍ଟା କରୁଛି। ମା’ ସମଲେଇ ପ୍ରକଳ୍ପରେ ୨୦୦ କୋଟି ଟଙ୍କା ବ୍ୟୟ କରାଯାଇ ଲୋକାର୍ପଣ କରାଯାଇଛି। ଭିମସାରର ଉନ୍ନତିକରଣ ତଥା ସମ୍ବଲପୁର-ହୀରାକୁଦ-ବୁର୍ଲାରେ ଷ୍ଟାଡିୟମ କରିବାର ଯୋଜନା ଚାଲିଛି। ନୂଆ-ଓ ମାଧ୍ୟମରେ ଯୁବବର୍ଗଙ୍କୁ ଖୁସି ବାଣ୍ଟିଛି ବିଜେଡି।

୨୦୧୭ ପଞ୍ଚାୟତିରାଜ ନିର୍ବାଚନରେ ଭାଜପା ପଶ୍ଚିମାଞ୍ଚଳର ଆଠଟି ଜିଲ୍ଲାର ୨୧୨ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୬୯ଟି ଆସନରେ ବିପୁଳ ବିଜୟ ଲାଭ କରିଥିଲା। ସେହିପରି ମୟୂରଭଞ୍ଜ ଓ ମାଲକାନଗିରିରେ ବି ସୁଫଳ ପାଇଥିଲା। ବିଜେଡିକୁ ମାତ୍ର ୩୩ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଥିଲା। କଠୋର ପରିଶ୍ରମ ଓ ଅନେକ ଲୋକପ୍ରିୟ ଯୋଜନା ପ୍ରଣୟନ କରି ଭୋଟ ବ୍ୟାଙ୍କକୁ ନିଜ ସପକ୍ଷରେ ବିଜେଡି ନେଇଗଲା ୨୦୨୨ ପଞ୍ଚାୟତ ଓ ୨୦୨୩ରେ ଅନୁଷ୍ଠିତ ସହରାଞ୍ଚଳ ନିର୍ବାଚନରେ।

୨୦୨୪ ସଂସଦୀୟ ନିର୍ବାଚନରେ ଓଡ଼ିଶାର ମତଦାତା ବିଜେପି ସପକ୍ଷରେ କୁଣ୍ଠିତ ମତଦାନ କରିଥିଲେ ଓ ବିଧାନସଭା ଆସନ ପାଇଁ ବିଜେଡି ସପକ୍ଷରେ ହାତଖୋଲା ସମର୍ଥନ ଦେଇଥିଲେ। ଏହାକୁ ମତଦାତାଙ୍କ ବୁଦ୍ଧିମତ୍ତା କୁହାଯାଇଥିଲା। କିଛି ଦିନ ତଳେ କିଛି ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବଢ଼ୁଥିବାର ଖବର ଆସିଛି। ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ପୂର୍ବାପେକ୍ଷା କମିଥିବାର ଜଣାଯାଇଛି। ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସହିତ କଂଗ୍ରେସ ଦଳରେ ତତ୍ପରତା ପ୍ରକାଶ ପାଉଛି। ଓଡ଼ିଶାର ଜନମାନସରେ ବିଜେପି-ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଏକ ଧାରଣା ଆଜି ବି ବଳବତ୍ତର ରହିଥିବାର ଲକ୍ଷ୍ୟ କରାଯାଉଛି। ବିଜେଡି ପ୍ରତି ବୀତସ୍ପୃହ ମତଦାତା ଯେ ଏଥର ପ୍ରତିକ୍ରିୟାଶୀଳ ହୋଇ କଂଗ୍ରେସ ସପକ୍ଷରେ ନିଜର ଭୋଟ ଦେବେ ନାହିଁ ତାହା ଏବେଠୁ କହିବା କଷ୍ଟ। ଆଗକୁ ଜଣାଯିବ, ରାଜନୈତିକ ଦଳର କର୍ମୀ ଓ ନେତାମାନେ କେତେ ପରିବାର ଓ ଓଡ଼ିଶାର ମତଦାତା କେତେ ସଚେତନ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story