ମେଣ୍ଟ ହେଲାନାହିଁ କାହିଁକି?

ଦିଲ୍ଲୀରେ ଭାଜପା ଶୀର୍ଷ ନେତୃତ୍ୱ ହୁଏତ ହୃଦୟଙ୍ଗମ କରିପାରିଲେ ଯେ ଯଦି ବିଜେଡି ସହିତ ମେଣ୍ଟ କରିବେ, ଓଡିଶା ମାଟିରେ ଭାଜପାର ବୋଧହୁଏ ଅପମୃତ୍ୟୁ ହେବ କିମ୍ବା ଦଳ କୋମା ଅବସ୍ଥାକୁ ଚାଲିଯିବ। ଆଗାମୀ ବର୍ଷମାନଙ୍କରେ ଦଳ କ୍ଷମତାକୁ ଆସିବା ଅସମ୍ଭବ ହୋଇଯିବ। ସମ୍ପୂର୍ଣ୍ଣ ଗୋପନୀୟତା ରକ୍ଷାକରି ପ୍ରାୟ ଏକମାସ ଧରି ମେଣ୍ଟ ଗଠନ ପାଇଁ ଚାଲିଥିବା ଆଲୋଚନା ଉପରେ ଭାଜପା ଶୀର୍ଷ ନେତୃତ୍ୱ ହଠାତ ଯବନିକା ଟାଣି ବିଜେଡ଼ିକୁ ଚକିତ କରିଦେଇଛନ୍ତି।

Electoral Symbols Of BJP And BJD

Electoral Symbols Of BJP And BJD

Debendra Prusty
  • Published: Thursday, 28 March 2024
  • Updated: 28 March 2024, 04:58 PM IST

ଜାନକୀଶ ବଡ଼ପଣ୍ଡା

ଓଡ଼ିଶାରେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରାୟ ଦୁଇ ସପ୍ତାହ ଧରି କଳ୍ପନାଜଳ୍ପନା ଚାଲିଥିଲା; ଯାହାର ଅନ୍ତ ଘଟି ସାରିଛି। ଯେଉଁଦିନ ଭାଜପାର ଓଡ଼ିଶା ରାଜ୍ୟ ସଭାପତି ମନମୋହନ ସାମଲ 'ଏକ୍ସ' (ପୂର୍ବରୁ ଟୁଇଟର) ମାଧ୍ୟମରେ ସ୍ପଷ୍ଟ କରିଦେଲେ ଯେ ତାଙ୍କ ଦଳ ରାଜ୍ୟର ୨୧ଟି ଯାକ ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବେ ସେଦିନ ସନ୍ଦେହର କଳା ବାଦଲ ଆପାତତଃ ହଟିଗଲା। ପୂର୍ବରୁ ଅନେକ ଥର ସେ ସମାନ କଥା କହି ଆସିଥିଲେ ହେଁ ଦିଲ୍ଲୀରେ ସର୍ବୋଚ୍ଚ ସ୍ତରରେ ମେଣ୍ଟ କରିବାକୁ ଆଲୋଚନା ଚାଲି ଥିବାରୁ ତାଙ୍କ ବକ୍ତବ୍ୟର ବିଶ୍ୱସନୀୟତା ରହୁ ନଥିଲା। କିନ୍ତୁ ତାଙ୍କର ସାମାଜିକ ଗଣମାଧ୍ୟମରେ ଏହି 'ଏକ୍ସ' ପୋଷ୍ଟ ପ୍ରାକ-ନିର୍ବାଚନ ମେଣ୍ଟକୁ ଅଗ୍ରାହ୍ୟ କରିଦେଲା। ତାହା ସହିତ ମଧ୍ୟ ସୂଚାଇ ଦେଲା ଯେ ନିର୍ବାଚନ ପରେ ବିଜେଡି ସହ ଅନୌପଚାରିକ ମେଣ୍ଟ ଗଠନ ପାଇଁ ଭାଜପା ନିଜର ଦ୍ୱାର ଖୋଲା ରଖିଛି।

ଏହି 'ଏକ୍ସ' ପୋଷ୍ଟରେ ଭାଜପା ରାଜ୍ୟ ସଭାପତି ଗତ ୧୦ ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବିଜେଡି ସମର୍ଥନ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ସମ୍ପୂର୍ଣ୍ଣ ବାର୍ତ୍ତାରେ ରାଜ୍ୟ ସରକାର, ବିଜେଡିର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ କରି ନାହାନ୍ତି। ସମଗ୍ର ବାର୍ତ୍ତାରେ କେବଳ ଓଡ଼ିଆ ଅସ୍ମିତା, ଓଡ଼ିଶାବାସୀଙ୍କ ସ୍ୱାଭିମାନ ତଥା କଲ୍ୟାଣ ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ଆଶା କରିଛନ୍ତି ଯେ ଓଡ଼ିଶାବାସୀଙ୍କ "ଆଶା, ଇଚ୍ଛା ଏବଂ ଆକାଂକ୍ଷା" ପୂରଣ ହେବ। ଉଲ୍ଲେଖନୀୟ କଥାଟି ହେଲା ଯେ, ବାର୍ତ୍ତାଟିକୁ ସେ ଉଭୟ ହିନ୍ଦୀ ଓ ଓଡ଼ିଆରେ ମଧ୍ୟ ପୋଷ୍ଟ କରିଛନ୍ତି। ବିଶ୍ଳେଷକମାନେ ଏହାର ଅର୍ଥ ବାହାର କରୁଛନ୍ତି ଯେ ବାସ୍ତବରେ ବାର୍ତ୍ତାଟିକୁ ପ୍ରଥମେ ହିନ୍ଦୀରେ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀସ୍ଥିତ ଭାଜପାର ଶୀର୍ଷ ନେତୃତ୍ୱ ଓ ତାହାକୁ ଓଡ଼ିଆରେ ଅବିକଳ ଅନୁବାଦ କରି ରାଜ୍ୟ ସଭାପତି 'ଏକ୍ସ'ରେ ଛାଡିଛନ୍ତି। ଏଣୁ, ଏହି ବାର୍ତ୍ତାକୁ ସମସ୍ତେ ଗମ୍ଭୀର ଭାବେ ଗ୍ରହଣ କଲେ।

ଦୁଇ ସପ୍ତାହ ଧରି ଉଭୟ ପକ୍ଷଙ୍କ ମଧ୍ୟରେ ଚାଲିଥିବା ମେଣ୍ଟ ସମ୍ପର୍କିତ ଆଲୋଚନା ବିଫଳ ହେବା ସତ୍ତ୍ୱେ ରାଜ୍ୟ ସଭାପତିଙ୍କ ପୋଷ୍ଟ କିନ୍ତୁ ସୂଚାଇ ଦେଇଛି ଯେ ନିର୍ବାଚନ ପରେ ମଧ୍ୟ ଦୁଇ ଦଳ ମଧ୍ୟରେ ଆନ୍ତରିକ ସମ୍ପର୍କ ରହିବ। ଯଦି ଏନଡିଏ ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରେ, ତେବେ ସଂସଦ ଭିତରେ ଓ ବାହାରେ ବିଜେଡିର ସମର୍ଥନ ଏବଂ ସହଯୋଗ ପୂର୍ବଭଳି ଜାରି ରହିବ। ଏହା ବୁଝିବା ପାଇଁ କଷ୍ଟ କରିବାକୁ ପଡ଼ିବନି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟ ଅତୀତରେ ଦୁଇଥର ଓଡ଼ିଶା ଗସ୍ତରେ ଆସିଛନ୍ତି - ପ୍ରଥମ ଥର ଫେବୃଆରୀ ୩ ତାରିଖରେ ସମ୍ବଲପୁର ଏବଂ ଦ୍ୱିତୀୟ ଥର ମାର୍ଚ୍ଚ ୫ ତାରିଖରେ ଚଣ୍ଡୀଖୋଲ ଆସି ସରକାରୀ ସଭା କାର୍ଯ୍ୟକ୍ରମ ସାରି ଦଳୀୟ ଜନସଭାକୁ ମଧ୍ୟ ସମ୍ବୋଧନ କରିଛନ୍ତି। ଉଭୟ ସରକାରୀ ସଭା ମଞ୍ଚରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ମିଳିତ ହୋଇଥିଲେ। ମୋଦି ତାଙ୍କ ଦଳୀୟ ଭାଷଣରେ ନବୀନ ପଟ୍ଟନାୟକ, ବିଜେଡି କିମ୍ବା ରାଜ୍ୟ ସରକାରଙ୍କ ବିରୋଧରେ ଶାଣିତ ସ୍ୱରରେ କିଛି କହିବେ ବୋଲି ଦଳର କର୍ମୀ ତଥା ଓଡ଼ିଶାବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ।

କିନ୍ତୁ ଉଭୟ ଥର ମୋଦି ସମସ୍ତଙ୍କୁ ନିରାଶ କରିଥିଲେ; ନବୀନ କିମ୍ବା ତାଙ୍କ ସରକାର ବିଷୟରେ କିଛି ବି କହିଲେ ନାହିଁ। ଅପରପକ୍ଷେ, ନବୀନଙ୍କୁ “ମୋର ବନ୍ଧୁ” ବୋଲି ସମ୍ବୋଧନ କରି ତାଙ୍କୁ ଓଡ଼ିଶାର “ଲୋକପ୍ରିୟ ମୁଖ୍ୟମନ୍ତ୍ରୀ” ବୋଲି ବର୍ଣ୍ଣନା କରିଥିଲେ ମୋଦି। ସେହି କାରଣରୁ, ମୋଦିଙ୍କ ଦ୍ୱିତୀୟ ଗସ୍ତ ପରଠାରୁ ଉଭୟ ଦଳ ମଧ୍ୟରେ ମେଣ୍ଟ ହେବାକୁ ଯାଉଛି ବୋଲି ଆଲୋଚନା ଚାଲିଥିଲା।

କିନ୍ତୁ ବର୍ତ୍ତମାନ ଭାଜପା ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି ବୋଲି ସ୍ପଷ୍ଟ ହୋଇସାରିଥିବାରୁ ଆଗାମୀ ଦିନରେ ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶାକୁ ଆସିବାବେଳେ ମୋଦି, ଅମିତ ଶାହା ଓ ଜେପି ନଡ୍ଡା ପ୍ରମୁଖ ଶୀର୍ଷ ନେତୃତ୍ୱଙ୍କ ମନୋଭାବରେ କୌଣସି ପରିବର୍ତ୍ତନ ଆସିଛି କି ନାହିଁ ତାହା ଦେଖିବାକୁ ରାଜନୈତିକ ସମୀକ୍ଷକ ଓ ରାଜ୍ୟବାସୀ ଚାହିଁ ରହିଛନ୍ତି।

ସ୍ମରଣ ଥିବ ଯେ, ଯେତେବେଳେ ବିଜେଡି ପୁନର୍ବାର ଏନଡିଏ ମେଣ୍ଟରେ ସାମିଲ ହେଉଛି ବୋଲି ଚର୍ଚ୍ଚା ଜୋର ଧରିଥିଲା, ସେତେବେଳେ ଉଭୟ ଦଳର ରାଜ୍ୟ ନେତାମାନେ ଦାବି କରିଥିଲେ ଯେ ନିଜ ନିଜ ଶକ୍ତିରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିବାକୁ ସେମାନଙ୍କ କ୍ଷମତା ଅଛି। ନିକଟ ଅତୀତରେ ଜାତୀୟ ସ୍ତରର ଏକ ଘରୋଇ ଚ୍ୟାନେଲରେ ଭାଗନେଇ ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ସବୁଠାରୁ ପ୍ରଭାବଶାଳୀ ପ୍ରଶାସକରୁ ରାଜନେତା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଭି.କେ ପାଣ୍ଡିଆନ୍ କହିଥିଲେ ଯେ ଓଡ଼ିଶା ବିଧାନସଭା ନିର୍ବାଚନରେ ଜିତିବା ପାଇଁ ନବୀନ ବିଜେପିକୁ ଆବଶ୍ୟକ କରନ୍ତି ନାହିଁ କିମ୍ବା ମୋଦି ମଧ୍ୟ ଲୋକସଭା ନିର୍ବାଚନରେ ଜିତିବା ପାଇଁ ବିଜେଡ଼ିକୁ ଆବଶ୍ୟକ ମଣନ୍ତି ନାହିଁ।

ଏଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ମେଣ୍ଟ ପ୍ରସଙ୍ଗ କେଉଁଠୁ ସୃଷ୍ଟି ହୋଇଥିଲା? ଏହା କାହାର ଦରକାର ଥିଲା? ଦୁଇଟିଯାକ ଦଳ ଦୁଇ ସପ୍ତାହ ଧରି କାହିଁକି ମେଣ୍ଟ ଆଲୋଚନା ଚାଲୁଥିବା କଥାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଅସ୍ୱୀକାର କରୁଥିଲେ? ବାସ୍ତବ ସତ୍ୟ ହେଉଛି ଯେ, ଉଭୟ ଦଳର ବରିଷ୍ଠ ନେତାମାନେ ମେଣ୍ଟ ପାଇଁ ଆଗ୍ରହୀ ଥିବାବେଳେ ଉଭୟ ଦଳର ସାଧାରଣ କର୍ମୀ ଓ ତୃଣମୂଳ ନେତାଏ ଏହା ଚାହୁଁ ନଥିଲେ। ଆଶାୟୀ ପ୍ରାର୍ଥୀମାନେ ତ ଭିତରେ ଭିତରେ ଗୁମୁରି କାନ୍ଦୁଥିଲେ; ଯାହାଥିଲା ଶୀର୍ଷ ନେତୃତ୍ୱଙ୍କ ପଦକ୍ଷେପକୁ ବିରୋଧ କରିବାର ପୂର୍ବାଭାସ!

ଉଭୟ ଦଳର ବରିଷ୍ଠ ନେତାମାନେ ନିଜର ରାଜନୈତିକ ସୁବିଧାବାଦୀ ମାନସିକତା କାରଣରୁ ଏକ ମେଣ୍ଟ ଚାହୁଁଥିଲେ। ଭାଜପା ଚାହୁଁଥିଲା ଯେ ଏନଡିଏ ମେଣ୍ଟରେ ବିଜେଡି ସାମିଲ ହେବା ଦରକାର, ଯାହା ମୋଦିଙ୍କ ଘୋଷିତ ଭାଜପା ୩୭୦ ଓ ଏନଡିଏ ୪୦୦ ସଂଖ୍ୟକ ସାଂସଦଙ୍କୁ ଜିତାଇ ଆଣିବାରେ ସାହାଯ୍ୟ କରିବ। ଏଥିସହ କ୍ରମାଗତ ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହି ଆସିଥିବା ନବୀନ ପଟ୍ଟନାୟକଙ୍କ ପରି ଜଣେ ଲୋକପ୍ରିୟ ନେତାଙ୍କ ନେତୃତ୍ୱରେ ପରିଚାଳିତ ବିଜେଡି ଏନଡିଏରେ ଯୋଗଦାନ କଲେ ସମଗ୍ର ଦେଶକୁ ଏକ ସକାରାତ୍ମକ ବାର୍ତ୍ତା ଯିବ ଓ ଭାଜପା ପାଇଁ ଲାଭଦାୟକ ହେବ। ଆଗକୁ ଅନେକ ଆଞ୍ଚଳିକ ଦଳ ଏନଡିଏରେ ସାମିଲ ହେବାକୁ ବାଟ ଫିଟିବ। ଅନ୍ୟତମ କାରଣ ଥିଲା ଯେ ଭାଜପା ଓଡ଼ିଶାରେ ଦୀର୍ଘ ୧୫ ବର୍ଷ ହେଲାଣି କ୍ଷମତା ବାହାରେ ରହିଛି। ମେଣ୍ଟ ହେଲେ ଶାସନ କ୍ଷମତାକୁ ଫେରିପାରିବ ଓ କେନ୍ଦ୍ରୀୟ ଯୋଜନାଗୁଡ଼ିକର ସଫଳ ରୂପାୟନ କରି ଜନତାଙ୍କ ଆସ୍ଥାଭାଜନ ହୋଇ ପାରିବ।

ଅନ୍ୟପକ୍ଷରେ ବିଜେଡି ଯେ କାହିଁକି ମେଣ୍ଟ ଚାହୁଁଛି, ସେ ସମ୍ପର୍କରେ ରାଜନୈତିକ ବିଶ୍ଲେଷକମାନେ ଭିନ୍ନ ଭିନ୍ନ ମତପୋଷଣ କରୁଥିଲେ ବି ସମସ୍ତେ ପ୍ରାୟତଃ ସହମତ ଯେ, ବିଜେଡି ପ୍ରଥମେ ମେଣ୍ଟ ପ୍ରସ୍ତାବ ଦେଇଥିଲା। କେହି କେହି କହନ୍ତି ଯେ, ବିଜେଡି ସର୍ବସାଧାରଣରେ ଯାହା କହୁନା କାହିଁକି ୨୦୨୪ରେ ଦଳର ସ୍ଥିତି ୨୦୧୯ କିମ୍ବା ପୂର୍ବ ଭଳି ଉନ୍ନତ ନୁହେଁ। ଲଗାତାର ପାଞ୍ଚ ଥର କ୍ଷମତାରେ ରହିବା ପରେ ଦଳ ପ୍ରଥମ ଥର ପାଇଁ 'ସତ୍ତା ବିରୋଧୀ ତରଙ୍ଗ'କୁ ୨୦୨୪ ନିର୍ବାଚନ ବେଳେ ସାମ୍ନା କରିବାକୁ ଯାଉଛି। ସେମାନଙ୍କ ହିସାବ ଅନୁସାରେ, ଏଥର ଲୋକସଭା ତଥା ବିଧାନସଭାରେ ଦଳର ଦୁର୍ବଳ ପ୍ରଦର୍ଶନ ହେବ ଓ ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟାରେ ପୂର୍ବାପେକ୍ଷା ହ୍ରାସ ଘଟିବ। ମେଣ୍ଟ କରିବା ପାଇଁ ବିଜେଡି ଆଉ ଏକ ମହତ୍ତ୍ୱପୂର୍ଣ୍ଣ କାରଣରୁ ଆଗ୍ରହୀ ଥିବାର ଆଲୋଚନା ହେଉଛି। ଆଇଏଏସ ଚାକିରୀ ଛାଡ଼ି ବିଜେଡିର ଅପ୍ରତିଦ୍ଵନ୍ଦୀ ନେତା ବୋଲାଉଥିବା ଭି.କେ ପାଣ୍ଡିଆନଙ୍କୁ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ବିଜେଡି ନେତା ଓ କର୍ମୀମାନେ ଗ୍ରହଣ କରିବାକୁ ପରୋକ୍ଷଭାବେ ନିର୍ଦ୍ଦେଶ ଦିଆଯାଉଛି, ଯାହାକୁ ଅନେକ ବିଜେଡି ନେତା ବାହାରକୁ ଚୁପ ରହିଥିଲେ ବି ଭିତରେ ଗ୍ରହଣ କରୁ ନାହାନ୍ତି। ଏଥର ନିର୍ବାଚନ ପରିଚାଳନା ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନଙ୍କ କାନ୍ଧରେ ଥିବାରୁ ନିର୍ବାଚନ ପରେ ଦଳର ଖରାପ ପ୍ରଦର୍ଶନ ହେଲେ ପାଣ୍ଡିଆନଙ୍କୁ ଦଳର ବିପର୍ଯ୍ୟୟ ପାଇଁ ସମସ୍ତେ ଦାୟୀ କରିବେ। ଏହି କାରଣରୁ ନବୀନଙ୍କ ଆଶୀର୍ବାଦ କମିଗଲେ ପାଣ୍ଡିଆନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ଓ ପ୍ରତିଷ୍ଠା କ୍ଷତିଗ୍ରସ୍ତ ହେବI ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାଜପା ସହ ହାତ ମିଳାଇ ମେଣ୍ଟ ଗଢ଼ିବା ଥିଲା ବିଜେଡି ପାଇଁ ଏହା ଏକ ରାଜନୈତିକ ବାଧ୍ୟବାଧକତା।

ଗୋପନୀୟତା ସହିତ ମେଣ୍ଟ ଆଲୋଚନା ଚାଲିଥିବା ବେଳେ କିଛି ବିଶ୍ୱାସ କରୁଥିଲେ ଯେ, ମେଣ୍ଟ ନିଶ୍ଚିତ ଭାବେ ହେବ। ବିଜେଡି ସେଥିପାଇଁ ସବୁକିଛି ମୂଳ୍ୟଦେବାକୁ ପ୍ରସ୍ତୁତ। ଭାଜପା ମେଣ୍ଟ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ନିର୍ବାଚନ ପରେ ଗଠିତ ହେବାକୁ ଥିବା ବିଜେଡି ସରକାର ଝାରଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ ଏବଂ ଦିଲ୍ଲୀର ଅଣ-ଭାଜପା ସରକାର ଭଳି ଅବସ୍ଥା ଭୋଗିବା ଥୟ ବୋଲି ସେମାନେ ଥିଲେ ନିଶ୍ଚିତ। କାହିଁକି ନା ନବୀନଙ୍କ ଶାସନ କାଳରେ ଖଣି ଓ ଚିଟ୍ ଫଣ୍ଡ ସ୍କାମ ଭଳି ଅନେକ ଦୁର୍ନୀତି ଚାଲିଥିଲେ ବି ବିଜେଡି ଏବଂ ଭାଜପା ମଧ୍ୟରେ ମଧୁର ସମ୍ପର୍କ ଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି, ସିବିଆଇ ଏବଂ ଆୟକର ବିଭାଗ ଭଳି କେନ୍ଦ୍ରୀୟ ଏଜେନ୍ସି ଓଡ଼ିଶାରେ ତନାଘନା କରି ନାହାଁନ୍ତି। ଯଦି ଭାଜପା ମେଣ୍ଟ କରିବାକୁ ଅରାଜି ହୁଏ, ଏହି କେନ୍ଦ୍ରୀୟ ସଂସ୍ଥାମାନେ ଭବିଷ୍ୟତରେ ନବୀନଙ୍କ ପାଇଁ ସମସ୍ୟା ସୃଷ୍ଟି କରିବେ। ଏଭଳି ଅନେକ କାରଣ ମଧ୍ୟରୁ ଛପି ରହିଥିବା ବିଶ୍ୱାସନୀୟ କାରଣ ଭାବେ, ମେଣ୍ଟ ସପକ୍ଷରେ ବିଜେଡିର ଶକ୍ତିଶାଳୀ ନେତା ଭି.କେ ପାଣ୍ଡିଆନଙ୍କ ଜିଦ୍‌ ଲକ୍ଷଣୀୟ। ସେ ନବୀନଙ୍କ ଉତ୍ତରାଧିକାରୀ ଭାବରେ ବିଜେଡିରେ ନିଜକୁ ପ୍ରତିଷ୍ଠିତ କରିସାରିଥିବାରୁ ଆଗାମୀ ଦିନରେ ନିଜର ରାଜନୈତିକ ଭବିଷ୍ୟତକୁ ସୁରକ୍ଷିତ କରିବାକୁ ଚାହୁଁଥିଲେ। ସେ ଭଲଭାବେ ଜାଣନ୍ତି ଯେ ନବୀନ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଦଳରେ ତାଙ୍କ ବିରୁଦ୍ଧରେ ବିଦ୍ରୋହ ହେବା ନିଶ୍ଚିତ। ନବୀନଙ୍କ ଭୟରେ ଯେଉଁ ନେତାମାନେ ତାଙ୍କୁ ଆଜି ସମ୍ମାନ ଦେଖାଉଛନ୍ତି, ସେମାନେ ଆସନ୍ତାକାଲି ତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବେ। ଏଭଳି ପରିସ୍ଥିତିରେ ଯଦି ଭାଜପାର ଅଭୟ ହସ୍ତ ବିଜେଡିର ମୁଣ୍ଡ ଉପରେ ରହିବ, ତେବେ ତାଙ୍କ ପାଇଁ କ୍ଷମତା ବଜାୟ ରଖିବା ସହଜ ହେବ। ୭୭ ବର୍ଷ ବୟସ୍କ ମୁଖ୍ୟମନ୍ତ୍ରୀ ନବୀନ ଶାରୀରିକ ଓ ମାନସିକ ଭାବେ ବହୁତ ଦୁର୍ବଳ ହୋଇଯାଇଥିବାରୁ ବାସ୍ତବ କ୍ଷମତା କେନ୍ଦ୍ର ଭି କେ ପାଣ୍ଡିଆନ ମେଣ୍ଟ ପରିକଳ୍ପନା କରିଥିବା ବିଶ୍ୱସନୀୟ ମନେହୁଏ।

ତେବେ, ମେଣ୍ଟ ପ୍ରସ୍ତାବ ସାକାର ହୋଇପାରିଲାନି କାହିଁକି? ଭିତିରି ଖବର ଉପରେ ନଜର ରଖୁଥିବା କିଛି ସାମ୍ବାଦିକ କହନ୍ତି ଯେ, ଭାଜପାକୁ ୧୩-୧୪ଟି ଲୋକସଭା ଆସନ ଛାଡ଼ିଦେଇ, ୧୦୦ରୁ ଅଧିକ ବିଧାନସଭା ଆସନରେ ବିଜେଡି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲା; ଯାହା ଫଳରେ ୧୪୭ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଭାଜପା ଉପରେ ନିର୍ଭର ନକରି ସରକାର ଗଠନ କରିପାରିବ। ତାହାଛଡ଼ା, ବିଜେଡି ଜିଦ୍ ଧରିଥିଲା ଯେ ସେମାନେ ଏନଡିଏ ମେଣ୍ଟରେ ରହି ବି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗଦେବେ ନାହିଁ ଓ ରାଜ୍ୟ ସରକାରରେ ଭାଜପା ମଧ୍ୟ ଅଂଶଗ୍ରହଣ କରିବ ନାହିଁ। ଏହା ଭାଜପା ପାଇଁ ଗ୍ରହଣୀୟ ନଥିଲା। ଭାଜପା ଓଡ଼ିଶାରେ ଉପମୁଖ୍ୟମନ୍ତ୍ରୀ ପଦ ଚାହିଁଲା, ଯାହା ଥିଲା ପାଣ୍ଡିଆନଙ୍କ ପାଇଁ କବାବ ମେ ହଡ୍ଡୀ। ଏଣୁ ମେଣ୍ଟ ପ୍ରସ୍ତାବର ଅପମୃତ୍ୟୁ ହେଲା।

ଆଗାମୀ ଦିନରେ ନିର୍ବାଚନ ପ୍ରଚାର କରିବାକୁ ନିଶ୍ଚୟ ଭାଜପାର ଶୀର୍ଷ ନେତୃତ୍ୱ ଓଡ଼ିଶା ଆସିବେ। ସମସ୍ତେ ଦେଖିବାକୁ ଚାହିଁ ବସିଛନ୍ତି ଯେ, ନବୀନ ସରକାରଙ୍କ ଦୁର୍ନୀତି ଓ କୁଶାସନ ବିରୁଦ୍ଧରେ ସେମାନେ ମୁହଁ ଖୋଲୁଛନ୍ତି ନା କେବଳ କେନ୍ଦ୍ର ସରକାରଙ୍କ ଗୁଣଗାନରେ ଭାଷଣ ସମାପ୍ତ କରୁଛନ୍ତି। ବୋଧହୁଏ, ତାହାହିଁ ଆଗାମୀ ଦିନରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ପାଇଁ ରାସ୍ତା ସଫା କରିବ। ଯଦି ସେମାନେ ନବୀନ ସରକାରକୁ ହଟାଇବା ପାଇଁ ଖୋଲା ଆହ୍ୱାନ ଦେବେ, ଆଗାମୀ ଦିନରେ ଆର ପାର ଲଢ଼େଇ ହେବା ସମ୍ଭବ।

ଫୋ- ୯୪୩୮୨୯୯୦୩୭

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story