ଆଫଗାନିସ୍ତାନରେ ପୁଣି ଅନୁଭୂତ ହୋଇଛି ଭୂକମ୍ପ। ଗତକାଲି ରାତି ପ୍ରାୟ ୧ଟା ୧୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ର ସ୍ଥଳ ଭୂପୃଷ୍ଠରୁ ୧୫୦ କିଲୋମିଟର ଗଭୀରତାରେ ଥିଲା। ଏଥିଯୋଗୁ କିଛି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ନାହିଁ।
ଗତ ୧୫ ଦିନ ମଧ୍ୟରେ ଆଫଗାନିସ୍ତାରେ ଏହା ଚତୁର୍ଥ ଭୂକମ୍ପ। ଅକ୍ଟୋବର ୧୧ ତାରିଖରେ ପଶ୍ଚିମ ଆଫଗାନିସ୍ତାନରେ ହେରାଟ ପ୍ରଦେଶରେ ୬.୩ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା। ଏଥିରେ ୪୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ହେରାଟ ପ୍ରଦେଶର ଜିନ୍ଦା ଜାନ ଓ ଘୋରୟାନ ଜିଲ୍ଲାରେ ୧୨ଟି ଗାଁ ପୂରା ଧ୍ୱଂସ ହୋଇଯାଇଥିଲା।
Also Read
ଆଫଗାନିସ୍ତାନ ଏକ ଭୂକମ୍ପ ପ୍ରବଣ ଦେଶ। ୨୦୨୨ରେ ପୂର୍ବ ଆଫଗାନିସ୍ତାନରେ ଭୂକମ୍ପ ହୋଇଥିଲା, ଯେଉଁଥିରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଓ ୧୫୦୦ରୁ ଅଧିକ ଆହତ ହୋଇଥିଲେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।