ଅଚାନକ ପାକିସ୍ତାନ ଗସ୍ତ ଗଲେ ଜ୍ୟାକ ମା, ଜୋର ଧରିଲା ଚର୍ଚ୍ଚା

ଆଲିବାବା କମ୍ପାନୀର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ବିଲେନିୟର ଜ୍ୟାକ ମାଙ୍କ ଅଚାନକ ପାକିସ୍ତାନ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ୪ ଦିନ ପୂର୍ବେ ଜ୍ୟାକ ମା ପାକିସ୍ତାନ ଗସ୍ତ କରିଥିବା ବେଳେ ଏହା ଏବେ ଗଣମାଧ୍ୟମମର ଶିରୋନାମା ପାଲଟିଛି।

Jack Ma

ଚାଇନ୍‌ର ବିଖ୍ୟାତ ବିଜେନସମ୍ୟାନ୍‌ ଜ୍ୟାକ ମା ।

Niharika Rout
  • Published: Monday, 03 July 2023
  • Updated: 03 July 2023, 12:51 PM IST

Sports

Latest News

ପାକିସ୍ତାନର ଏକ ଖବରକାଗଜରେ ପ୍ରକାଶିତ ନ୍ୟୁଜ ଅନୁଯାୟୀ, ଗତ ୨୯ ତାରିଖରେ ଚାଇନାର ଆଗ ଧାଡ଼ିର ଶିଳ୍ପପତି ଜ୍ୟାକ ମା ନିଜର କିଛି ଘନିଷ୍ଠ ସହଯୋଗୀଙ୍କ ସହ ପାକିସ୍ତାନ ଗସ୍ତ କରିଥିଲେ। ଜ୍ୟାକ ମାଙ୍କ ସହ ଏକ ଘରୋଇ ଜେଟ୍‌ରେ ୭ ବିଜନେସ୍‌ମ୍ୟାନ୍‌ ପାକିସ୍ତାନ ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଚାଇନାର ଥିବା ବେଳେ ଆଉ ଜଣେ ଆମେରିକାର ଓ ଜଣେ ଡେନମାର୍କର ବିଜନେସମ୍ୟାନ ବୋଲି ଜଣାଯାଇଛି।

ସେମାନେ ହଙ୍କକଙ୍ଗର ବିଜନେସ୍‌ ଏୟାରପୋର୍ଟରୁ ଏକ ଘରୋଇ ଜେଟ୍‌ରେ ନେପାଳ ଆକାଶମାର୍ଗ ଦେଇ ପାକିସ୍ତାନରେ ପହଞ୍ଚିଥିଲେ। ପାକିସ୍ତାନରେ ସେମାନେ ଏକ ଗୋପନ ସ୍ଥାନରେ ୨୩ ଘଣ୍ଟା କାଳ ରହିଥିଲେ। ନିଜ ରହଣୀ ମଧ୍ୟରେ ସେ ପାକିସ୍ତାନର ବରିଷ୍ଠ ସରକାରୀ ଅଧିକାରୀଙ୍କ ସହ ଆଲୋଚନାକୁ ଏଡ଼ାଇ ଯାଇଥିଲେ। ମାତ୍ର ସେଠାରେ ସେମାନେ ବହୁ କମ୍ପାନୀର ସିଇଓ ତଥା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି।

Also Read

ଜ୍ୟାକ ମାଙ୍କୁ ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ଆଥିତେୟତା ପ୍ରଦାନ କରାଯାଇ ନ ଥିବା ଜଣାଯାଇଛି। ଏହାପରେ ଗତ ୩୦ ତାରିଖରେ ଘରୋଇ ଜେଟ୍‌ରେ ସେ ସ୍ୱଦେଶ ଫେରି ଯାଇଥିଲେ। ଜ୍ୟାକ ମାଙ୍କ ପାକିସ୍ତାନ ଗସ୍ତ ପଛର କାରଣକୁ ସମ୍ପୂର୍ଣ୍ଣ ଗୋପନ ରଖାଯାଇଛି।

ତେବେ ପାକିସ୍ତାନର ଆର୍ଥିକ ସ୍ଥିତି ଏବେ ଭଲ ନ ଥିବା ବେଳେ ଏପରି ସ୍ଥିତିରେ ଜ୍ୟାକ ମାଙ୍କ ଗସ୍ତ ଦେଶବାସୀଙ୍କ ମନରେ ଆଶା ଉଜ୍ଜୀବୀତ କରିଛି। ତେବେ ଏହାକୁ ନେଇ ସୋଶାଲ ମିଡିଆରେ ଚଚ୍ଚାର୍ର ଜୋର ଧରିଛି।

ଜ୍ୟାକ ମା’ ନିଜ ଟିମ୍‌ ସହ ପାକିସ୍ତାନରେ ବିଜେନସ୍‌ ସମ୍ଭାବନା ନିରୀକ୍ଷଣ କରିବାକୁ ଯାଇଥିବା ଚର୍ଚ୍ଚା ହେଉଛି। ଏଥିନିମନ୍ତେ ସେମାନେ ବହୁ କମ୍ପାନୀର ସିଇଓ ତଥା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି। ତେବେ ଏନେଇ ଅଫିସିଆଲି କିଛି ବକ୍ତବ୍ୟ ଦିଆଯାଇନି।

ବୋର୍ଡ ଅଫ ଇନଭେଷ୍ଟମେଣ୍ଟ (BOI)ର ପୂର୍ବତନ ଅଧ୍ୟକ୍ଷ ମହମ୍ମଦ ଅଜଫାର ଅହସନ କରିଥିବା ଟ୍ୱିଟ ଅନୁଯାୟୀ, ଜ୍ୟାକ୍‌ ମାଙ୍କ ପାକିସ୍ତାନ ଗସ୍ତକୁ ସମ୍ପୂର୍ଣ୍ଣ ଭାବେ ଗୋପନ ରଖାଯାଇଥିଲା । ଏପରିକି ପାକିସ୍ତାନରେ ଥିବା ଚାଇନା ଦୂତାବାସକୁ ବି ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story