ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କଟା କଞ୍ଚା ଲଙ୍କା, କଟା ପିଆଜ, ସୋରିଷ ବଟା, କଦଳୀ ପତ୍ର, ଲେମ୍ବୁ ରସ, ଲୁଣ ଓ ସୋରିଷ ତେଲ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଦଳୀ ପତ୍ରକୁ ଭଲ ଭାବେ ଧୋଇ ଶୁଖାଇ ଦିଅନ୍ତୁ। ପରେ ବଜାରରୁ ଆଣିଥିବା ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏଥିରେ ତେଲ, କଟା ପିଆଜ, ସୋରିଷ ବଟା, କଟା ପିଆଜ, ଲେମ୍ବୁ ରସ ଓ କଞ୍ଚା ଲଙ୍କା ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ କଦଳୀ ପତ୍ରରେ ରଖନ୍ତୁ ଓ ପତ୍ରକୁ ମୋଡ଼ି ସୂତାରେ ବାନ୍ଧିଦିଅନ୍ତୁ।
Also Read
ତା’ପରେ ଏହାକୁ ଚୁଲି ଭିତରେ ରଖନ୍ତୁ (ମନେ ରଖିବେ ଚୁଲିରେ ମଧ୍ୟମ ଆଞ୍ଚ ରହିବ)। ପୋଡ଼ିବା ବାସ୍ନା ଆସିଲେ ଏହାକୁ ଓଲଟାଇ ଦିଅନ୍ତୁ। ଉଭୟ ପାର୍ଶ୍ୱ ଭଲ ଭାବେ ସିଝିବା ଲାଗି ୧୦ରୁ ୧୫ ମିନିଟ୍ ସମୟ ଲାଗିବ। ଏହା ପରେ ଏହାକୁ ଚୁଲିରୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଚିଙ୍ଗୁଡ଼ି ପତ୍ର ପୋଡ଼ା। ଏହାକୁ ଆପଣ ଭାତ ଓ ରୁଟି ସହ ଖାଇପାରିବେ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।
Food
ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ପ୍ୟାକେଜ ପାଣି, ମାନକ ମାପିବ FSSAI
ପ୍ୟାକେଜ୍ ପାଣି ସ୍ୱାସ୍ଥ୍ୟ ପାଇଁ ହାନିକାରକ କି, ନୁହେଁ, ଜାଣନ୍ତୁ...