ଖଣିଜ ପଦାର୍ଥ ଚୋରି ଅଭିଯୋଗରେ ୮ ଟ୍ରକ୍ ଜବତ। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ବିଭାଗ ଦ୍ୱାରା ୮ଟି ଲୁହାପଥର ବୋଝେଇ ଟ୍ରକ୍ ସିଜ୍ ହୋଇଛି।
Also Read
ଲୁହାପଥର ଗୁଣ୍ଡ ପରିବହନ ପରିବର୍ତ୍ତେ ଲୁହାପଥର ଖଣ୍ଡ ପରିବହନ କରୁଥିବା ଅଭିଯୋଗରେ ୮ଟି ଟ୍ରକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ଯୋଡ଼ା ଖଣି ବିଭାଗ। OMC ଖଣ୍ଡବନ୍ଧ ଖଣିରୁ ଲୁହାପଥର ଗୁଣ୍ଡ ପରିବହନ ସମୟରେ ଓଭର୍ ସାଇଜ୍ ଲୁହାପଥର ପରିବହନ ହେଉଥିବା ଅଭିଯୋଗ ହୋଇଥିଲା। ଏହି ଟ୍ରକ୍ କୋଲକାତା ଧାନବାଦ ଫୁଏଲ୍ ନାମକ ସଂସ୍ଥାକୁ ପରିବହନ କରାଯାଉଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।