ନିର୍ବାଚନ କମିଶନଙ୍କ ଛାଟ ପରେ ବଦଳିଲେ ପୁରୀ ଓ ମୟୂରଭଞ୍ଜ ଜିଲ୍ଲାପାଳ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୧ ବ୍ୟାଚ୍ ଆଇଏଏସ୍ ଆଶୀଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ପଦବୀରୁ ହଟାଇ ବାଲେଶ୍ୱର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ।

Loka Seva Bhavan

ଲୋକସଭା ଭବନ

Ordigital Desk
  • Published: Wednesday, 28 February 2024
  • Updated: 28 February 2024, 09:35 PM IST

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ସରକାରୀ ଅଫିସରଙ୍କ ବଦଳି ନୀତିକୁ କଡ଼ାକଡ଼ି ପାଳନ ପାଇଁ ନିର୍ବାଚନ କମିଶନଙ୍କ ତାଗିଦ୍ ପରେ ରାଜ୍ୟ ସରକାର ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ପରିବର୍ତ୍ତନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାପାଳ ଆଶୀଷ ଠାକରେ ଓ ପୁରୀ ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କୁ ନିର୍ବାଚନ କମିଶନଙ୍କ ଛାଟ ପଡ଼ିବାରୁ ତାଙ୍କୁ ବଦଳି ହେବାକୁ ପଡ଼ିଛି ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୧୧ ବ୍ୟାଚ୍ ଆଇଏଏସ୍ ଆଶୀଷ ଠାକରେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ପଦବୀରୁ ହଟାଇ ବାଲେଶ୍ୱର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ପୁରୀ ଜିଲ୍ଲାପାଳ ୨୦୧୨ ବ୍ୟାଚ୍ ଆଇଏଏସ୍ ବିଜୟ କୁମାର ଦାଶଙ୍କୁ କଟକ ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛି । ସେ ଅତିରିକ୍ତ ଭାବେ କଟକ ଉନ୍ନୟନ ପ୍ରାଧିକରଣ(ସିଡିଏ)ର ଉପାଧ୍ୟକ୍ଷ ଦାୟିତ୍ୱ ତୁଲାଇବେ । ସେହିପରି ୨୦୧୪ ବ୍ୟାଚ୍ ଆଇଏଏସ୍ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପୁରୀ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ଶ୍ରୀ ସ୍ୱାଇଁ ଏବେ କଟକ ମହାନଗର ନିଗମର କମିଶନର ଓ ସିଡିଏ ଉପାଧ୍ୟକ୍ଷ ଅଛନ୍ତି । ୨୦୧୬ ବ୍ୟାଚ ଆଇଏଏସ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ବାଲେଶ୍ୱର ପରିବର୍ତ୍ତେ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳ ଭାବେ ବଦଳି ହୋଇଛି ।

Also Read

ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ଶ୍ରୀ ଠାକରେଙ୍କ ଅଧୀନରେ ଥିବା କରଞ୍ଜିଆ ବିଧାନସଭା ମଣ୍ଡଳୀ ଏବେ କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଛି । ୨୦୧୮ ଜାନୁୟାରୀରୁ କେନ୍ଦୁଝର ଜିଲ୍ଲାପାଳ ଭାବେ ଶ୍ରୀ ଠାକରେ କାର୍ଯ୍ୟ କରିଥିଲେ ଓ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତାଙ୍କୁ ଗତ ଜାନୁୟାରୀ ଶେଷ ସପ୍ତାହରେ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରିଥିଲେ । କିନ୍ତୁ ଗୋଟିଏ ସଂସଦୀୟ କ୍ଷେତ୍ରରେ ଜଣେ ଅଧିକାରୀ ୩ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ନିର୍ବାଚନ କମିଶନଙ୍କ କଡ଼ା ତାଗିଦ୍ ପରେ ଶ୍ରୀ ଠାକରେଙ୍କୁ ରାଜ୍ୟ ସରକାର ବାଧ୍ୟ ହୋଇ ବାଲେଶ୍ୱର ଜିଲ୍ଲାପାଳ ଭାବେ ବଦଳି କରିଛନ୍ତି ।

ସେହିପରି ପୁରୀ ଜିଲ୍ଲାପାଳ ଭାବେ ଗତ ଜାନୁୟାରୀ ଶେଷ ସପ୍ତାହରେ ବଦଳି ହୋଇଥିବା ୨୦୧୨ ବ୍ୟାଚ୍‌ର ପଦୋନ୍ନତିପ୍ରାପ୍ତ ଆଇଏଏସ୍ ବିଜୟ କୁମାର ଦାଶଙ୍କୁ ମଧ୍ୟ ନିର୍ବାଚନୀ କମିଶନଙ୍କ ଛାଟ ବାଜିଛି । ଶ୍ରୀ ଦାଶଙ୍କ ଘର ପୁରୀ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ନୟାଗଡ଼ ଜିଲ୍ଲାରେ ହୋଇଥିବାରୁ ତାଙ୍କୁ ରାଜ୍ୟ ସରକାର ବଦଳି କରିବାକୁ ବାଧ୍ୟ ହୋଇଛନ୍ତି । ପୁରୀ ସଂସଦୀୟ କ୍ଷେତ୍ର ଅଧୀନରେ ନୟାଗଡ଼ ଜିଲ୍ଲାର ରଣପୁର ଓ ନୟାଗଡ଼ ବିଧାନସଭା ମଣ୍ଡଳୀ ଆସୁଛି । ସେହି ଦୃଷ୍ଟିରୁ ନିଜସ୍ୱ ସଂସଦୀୟ କ୍ଷେତ୍ରରେ ଶ୍ରୀ ଦାଶ ଜିଲ୍ଲାପାଳ ରହିବା ସମ୍ଭବପର ହୋଇନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story