୧୯୬୨ ଭଳି ଧୋକା ଦେବ କି ଚାଇନା, ପୂରା ରାତି ବାୟୁସେନାର ଅପରେସନ

ନୂଆଦିଲ୍ଲୀ: ଦୀର୍ଘ ମାସ ହେଲା ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତର ଲଗାତର ଚାପ ଓ କୂଟନୀତିକ ରଣନୀତି ଯୋଗୁ ସୋମବାର ଚାଇନା ଜୁନ୍‌ ୧୫ ଗଲୱାନ ଘାଟି ସଂଘର୍ଷ ସ୍ଥଳରୁ ପ୍ରାୟ ୨ କିମି ପଛକୁ ଘୁଞ୍ଚିଥିବା ସୂଚନା ମିଳିଛି। ତେବେ ଚାଇନାକୁ ଭାରତ ବିଶ୍ୱାସକୁ ନେଇପାରୁ ନାହିଁ। ୧୯୬୨ରେ ଚାଇନା ସମାନ ଢଙ୍ଗରେ ଭାରତକୁ ଧୋକା ଦେଇଥିଲା। ଗଲୱାନ […]

Indian air force

Indian air force

Hemant Lenka
  • Published: Tuesday, 07 July 2020
  • Updated: 07 July 2020, 04:16 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ମାସ ହେଲା ଲଦାଖର ଗଲୱାନ ଘାଟିରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ବିବାଦରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ସୃଷ୍ଟି ହୋଇଛି। ଭାରତର ଲଗାତର ଚାପ ଓ କୂଟନୀତିକ ରଣନୀତି ଯୋଗୁ ସୋମବାର ଚାଇନା ଜୁନ୍‌ ୧୫ ଗଲୱାନ ଘାଟି ସଂଘର୍ଷ ସ୍ଥଳରୁ ପ୍ରାୟ ୨ କିମି ପଛକୁ ଘୁଞ୍ଚିଥିବା ସୂଚନା ମିଳିଛି।

ତେବେ ଚାଇନାକୁ ଭାରତ ବିଶ୍ୱାସକୁ ନେଇପାରୁ ନାହିଁ। ୧୯୬୨ରେ ଚାଇନା ସମାନ ଢଙ୍ଗରେ ଭାରତକୁ ଧୋକା ଦେଇଥିଲା। ଗଲୱାନ ଘାଟିରୁ ପଛକୁ ଘୁଞ୍ଚିବାକୁ ଘୋଷଣା କରି ଭାରତ ଉପରେ ଆକ୍ରମଣ କରିଥିଲା। ଫଳରେ ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା। ତେଣୁ ଏଥର ଭାରତୀୟ ସେନା କୌଣସି ରିକ୍ସ ନେବାକୁ ଚାହୁଁନାହାନ୍ତି। ଚାଇନା ପଛକୁ ହଟିଥିଲେ ହେଁ ଭାରତୀୟ ସେନା ପୂରା ସ୍ଥିତି ଉପରେ ନଜର ରଖିଛି।

ସେହିପରି ଚାଇନାର ସବୁ ପ୍ରକାରର ହରକତ ଉପରେ ନଜର ରଖିବା ପାଇଁ ବାୟୁସେନା ରାତି ତମାମ ଅପରେସନ କରିଛି। ଆଗକୁ ମଧ୍ୟ ଏହି ଅପରେସନ ଜାରି ରହିବ ବୋଲି ସୂଚନା ମିଳିଛି।

ସୋମବାର ରାତିରେ ଭାରତ-ଚାଇନା ସୀମା ନିକଟରେ ଲଢ଼ୁଆ ହେଲିକପ୍ଟର ସେମାନଙ୍କର ଅପରେସନ କରିଛନ୍ତି। ବିଳମ୍ବିତ ରାତିରେ ଚାଇନା ଉପରେ ନଜର ରଖିବା ପାଇଁ ସେନା ପକ୍ଷରୁ ଆପାଚି ଓ ଚିନ୍‌କୁ ଭଳି ଲଢ଼ୁଆ ହେଲିକପ୍ଟର ସହ ମିଗ-୨୯ ଯୁଦ୍ଧ ବିମାନ ଉଡ଼ା ଯାଇଛି। ଚାଇନାର ଆଗୁଆ ଘାଟି ଉପରେ ନଜର ରଖିବା ପାଇଁ ଆପାଚି ହେଲିକପ୍ଟରକୁ ମୁତୟନ କରାଯାଇଛି। ବାୟୁସେନା ସୀମାରେ ଲଗାତର ଅଭ୍ୟାସ କରୁଛି ଓ ପୂରା ସ୍ଥିତିର ମୁକାବିଲା ପାଇଁ ନଜକୁ ପ୍ରସ୍ତୁତ କରୁଛି। ଲେହ ଆକାଶରେ ଅନେକ ଯୁଦ୍ଧ ବିମାନ ଚକର ମାରୁଥିବା ମଧ୍ୟ ଦେଖିବାକୁ ମିଳିଛି।

india-China galwan conflict

ଡ୍ରାଗନର ଧୋକା ଦେବାରେ ଅଭ୍ୟସ୍ଥ ଥିବାରୁ ଭାରତୀୟ ସେନା ଏହାର ମୁକାବିଲା ପାଇଁ ପୂରା ତୟାର ରହିଛି। ଲଦାଖ ବ୍ୟତୀତ ଉତ୍ତରାଖଣ୍ଡ ସୀମାରେ ବାୟୁସେନା ପକ୍ଷରୁ ଲଢ଼ୁଆ ହେଲିକପ୍ଟର ଉଡ଼ାଯାଇଛି। ଉତ୍ତରକାଶୀ ନିକଟରେ ଥିବା ଚିନୟାଲୀସୌର ଏୟାର ବେସ୍‌ ଜରୁରୀ ସ୍ଥିତିର ମୁକାବିଲା ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି କରିଛି। ୩ଥର ସୀମାରେ ଉଡ଼ାଣ ଭରିବା ପରେ ଏଠାରେ ଲ୍ୟାଣ୍ଡିଂ କରିଛି।
https://twitter.com/i/status/1280363468441260032

ପୂର୍ବରୁ ଭାରତ ଓ ଚାଇନା ମଧ୍ୟରେ ଅନେକ ଥର ସୀମା ବିବାଦ ହୋଇଛି। ସମାଧାନ ବେଳେ ଚାଇନା ଦେଇଥିବା କଥାକୁ ଅନେକ ଥର ଭୁଲି ପୁଣି ବିବାଦ ସୃଷ୍ଟି କରିବାର ନଜିର ରହିଛି। ଗଲୱାନ ଘାଟିରେ ଭାରତୀୟ ସେନାକୁ ଧୋକା ଦେଇ ଜୁନ୍‌ ୧୫ରେ ଆକ୍ରମଣ କରିବା ହେଉ କିମ୍ବା ୧୯୬୨ରେ ପିଠିରେ ଛୁରୀ ଭୁସିବା ଭଳି ଧୋକା ଦେବାରେ ଚାଇନା ବେଶ ମାହିର।

ଅନେକ ଥର ଭାରତ ସରକାର ଚାଇନାର ନାଁ ନ ନେଇ ନୂଆଦିଲ୍ଲୀ ଆଉ ୧୯୬୨ ସ୍ଥିତିରେ ନାହିଁ ବୋଲି ବେଜିଂକୁ ଚେତାବନୀ ଦେଇସାରିଛନ୍ତି। ଚାଇନା ସହ ଆଲୋଚନା ବେଳେ ହିଁ ଭାରତ ସରକାର ଲଦାଖ ସୀମାରେ ବିପୁଳ ସଂଖ୍ୟାରେ ଯବାନ ମୁତୟନ କରିଥିଲେ। ଚାଇନାର ସବୁ ପ୍ରକାରର କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖାଯାଇଥିଲା। କେବଳ ଯବାନ ନୁହନ୍ତି, ବାୟୁସେନା ମଧ୍ୟ ସୀମାରେ ଲଢ଼ୁଆ ବିମାନ ସବୁ ଘନଘନ ଉଡ଼ାଇଛି।

୧୯୬୨ରେ କେମିତି ଧୋକା ଦେଇଥିଲା ଚାଇନା

୧୯୬୨ରେ ଚାଇନା ସେନା ଗଲୱାନ ଘାଟିକୁ ଚାଲି ଆସିଥିଲେ। ଏବେ ବି ସେହି ଗଲୱାନ ଘାଟି ଅଞ୍ଚଳକୁ ଚାଲି ଆସି ଭାରତ ସହ ତିକ୍ତତା ସୃଷ୍ଟି କରୁଛନ୍ତି। ୧୯୬୨ ଜୁଲାଇ ୧୫ରେ ଗଲୱାନ ଘାଟିରେ ଚାଲିଥିବା ଘଟଣା ସବୁ ଗଣମାଧ୍ୟମର ପ୍ରମୁଖ ଖବର ପାଲଟିଥିଲା। ସେହି ସମୟରେ ଏକ ଖବର ଆସିଥିଲେ ଯେ “Chinese troops withdraw from Galwan post” ଏହାର ଅର୍ଥ ଗଲୱାନ ଘାଟିରୁ ଚାଇନା ସେନା ପ୍ରତ୍ୟାହାର କରିଛି।

ତେବେ ଏହି ଖବର ଛପିବାର କିଛି ମାସ ପରେ ଭାରତ ଓ ଚାଇନା ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ତେଣୁ ଚାଇନା ଉପରେ ଗୋଟିଏ କଥା କହୁଥିବା ବେଳେ ଭିତରେ ଧୋକା ଦେଇ ଭାରତୀୟ ସୀମାରେ ପ୍ରବେଶ କରିଥିଲା। ଭାରତ ସେତେବେଳେ ଚାଇନାକୁ ବିଶ୍ୱାସ କରିଥିଲା। ହେଲେ ଚାଇନା ଧୋକା ଦେଇଥିଲା। ଏଥର ଭାରତୀୟ ସେନା ଆଉ କୌଣସି ଚାନ୍ସ ନେବାକୁ ଚାହୁଁନାହାନ୍ତି। ତେଣୁ ବାୟୁସେନା ରାତି ତମାମ ଅପରେସନ କରି ଚାଇନା ଉପରେ ନଜର ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story