ଧାରଣା ପ୍ରତ୍ୟାହାର କଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ

ଜଣେ ପୁଲିସ୍‌ ଅଧିକାରୀଙ୍କ କହିବା କଥା ଯେ ପୀଡ଼ିତାଙ୍କ ମା’ ଏବେ କାହା ସହ ଭେଟ କରିବାକୁ ଚାହୁଁନାହାନ୍ତି। କାରଣ ତାଙ୍କ ଝିଅ ଏବେ ବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Delhi

ସ୍ୱାତୀ ମାଲିୱାଲ

Hemant Lenka
  • Published: Tuesday, 22 August 2023
  • Updated: 22 August 2023, 03:59 PM IST

Sports

Latest News

ସେଣ୍ଟ ଷ୍ଟେଫେନ ହସ୍ପିଟାଲରେ ଧାରଣା ଦେଉଥିବା ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଏହାକୁ ପ୍ରତ୍ୟାହାର କରିଛନ୍ତି। ଦିଲ୍ଲୀ ସରକାରୀ ଅଧିକାରୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣେ ନାବାଳିକାଙ୍କୁ ମାଲିୱାଲ ଭେଟିବାକୁ ଯାଇଥିଲେ।

କିନ୍ତୁ ପୁଲିସ୍‌ ତାଙ୍କୁ ଏଥିପାଇଁ ଅନୁମତି ନ ଦେବାରୁ ସେ ସୋମବାର ଠାରୁ ଧାରଣାରେ ବସିଥିଲେ। ମଙ୍ଗଳବାର ମଧ୍ୟାହ୍ନ ଯାଏ ସେ ଧାରଣା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଶେଷରେ ସେ ବାଧ୍ୟ ହୋଇ ନିଜର ଧାରଣା ପ୍ରତ୍ୟାହାର କରିଛନ୍ତି।

Also Read

ଦିଲ୍ଲୀ ମହିଳା ଓ ଶିଶୁ ବିକାଶ ବିଭାଗର ଉପ ନିର୍ଦ୍ଦେଶକ ପ୍ରେମୋଦୟ ଖାକା ତାଙ୍କ ସାଙ୍ଗର ଝିଅକୁ ଘରେ ଆଶ୍ରୟ ଦେବା ନାଁରେ ୨୦୨୦ ନଭେମ୍ବରରୁ ୨୦୨୧ ଜାନୁଆରୀ ମଧ୍ୟରେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ଗର୍ଭବତୀ ହୋଇଯିବାରୁ ପ୍ରମୋଦୟଙ୍କ ପତ୍ନୀ ଔଷଧ ଦେଇ ଗର୍ଭପାତ କରାଇଥିଲେ। ପ୍ରମୋଦୟ ଖାକାଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶ କ୍ରମେ ନିଲମ୍ବିତ କରାଯାଇଥିଲା। ଗତକାଲି ଉଭୟ ପତିପତ୍ନୀଙ୍କୁ ପୁଲିସ୍‌ ମଧ୍ୟ କରିଛି।

ଏହାକୁ ନେଇ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ପୀଡ଼ିତାଙ୍କୁ ଭେଟିବାକୁ ସୋମବାର ଆସିଥିଲେ। କିନ୍ତୁ ପୁଲିସ ତାଙ୍କୁ ଏଥିପାଇଁ ଅନୁମତି ଦେଇ ନଥିଲା। ଏହା ବିରୋଧରେ ସେ ହସ୍ପିଟାଲ ବାହାରେ ହିଁ କାଲି ଠାରୁ ଧାରଣାରେ ବସିଥିଲେ।

ମାଲିୱାଲ କହିଛନ୍ତି, “ମୁଁ ଏଠାକୁ(ହସ୍ପିଟାଲ) ସୋମବାର ଦିନ ୧୧ଟାରେ ଆସିଥିଲି। କିନ୍ତୁ ଦିଲ୍ଲୀ ପୁଲିସ୍‌ ମୋତେ ପୀଡ଼ିତା କିମ୍ବା ତାଙ୍କ ମା’ଙ୍କ ସହ ଦେଖା କରିବାକୁ ଦେଇ ନଥିଲେ। ରାତି ସାରା ମୁଁ ଏଠି ରହିଥିଲି। ମୁଁ ବୁଝି ପାରୁନି ପୁଲିସ ମୋତେ କାହିଁକି ଭେଟିବାକୁ ଛାଡ଼ୁ ନାହିଁ। କ’ଣ ଲୁଚାଇବାକୁ ପୁଲିସ୍‌ ଚାହୁଁଛି?

ମହିଳା କମିଶନ ପକ୍ଷରୁ ଦିଲ୍ଲୀ ପୁଲିସ୍‌, ମହିଳା ଓ ଶିଶୁ ବିକାଶ ବିଭାଗ ଓ ସେବା ବିଭାଗକୁ ଘଟଣା ବିରୋଧରେ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତା’ର ରିପୋର୍ଟ ମଗାଯାଇଛି। ଏପରି ସ୍ଥିତିରେ ପୀଡ଼ିତା ଓ ତାଙ୍କ ମା’ଙ୍କୁ ଭେଟିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।”

ସେ ତାଙ୍କ ଏକ୍ସ ଆକାଉଣ୍ଟ(ପୂର୍ବରୁ ଟ୍ୱିଟର)ରେ କହିଛନ୍ତି ଯେ “ଯଦି ମୁଁ ଝିଅଟିକୁ ଦେଖିବାକୁ ଯାଇ ନଥାଆନ୍ତି, ତା’ହେଲେ ସେମାନେ ମୋତେ କେତେ କଥା କହିଥାଆନ୍ତେ। ବର୍ତ୍ତମାନ ମୁଁ ଏଠାକୁ ଆସିବାରୁ, ସେମାନେ ଏହାକୁ ଡ୍ରାମା କହୁଛନ୍ତି। ରାଜନୀତି ଏତେ ତଳକୁ ଖସି ଗଲାଣି ଯେ ରାଜନେତାମାନେ ସତ କହିବାକୁ ମଧ୍ୟ ଚାହୁଁ ନାହାନ୍ତି।” 

ପ୍ରମୋଦୟ ଖାକା ଦିଲ୍ଲୀର ମହିଳା ଓ ଶିଶୁ ବିକାଶ ବିଭାଗର ଉପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ସେ ପୀଡ଼ିତାଙ୍କ ଲୋକାଲ ଗାର୍ଡିଆନ ଥିଲେ। ପୀଡ଼ିତା ତାଙ୍କୁ ମାମୁ ଡାକୁଥିଲେ। ତଥାପି ସେ ଛୋଟ ଯିଏ ସହ ଅମାନବୀୟ କାମ କରିଥିବା ଅଭିଯୋଗ ହୋଇଛି। 

ପୀଡ଼ିତାଙ୍କୁ ଏବେ ୧୭ ବର୍ଷ ହୋଇଛି। ସେ ଯୁକ୍ତ ଦୁଇରେ ପଢୁଛନ୍ତି। ୨୦୨୦ ଅକ୍ଟୋବର ୧ ତାରିଖରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ଖାକାଙ୍କ ଘରେ ରହୁଥିଲେ। ୨୦୨୦ ନଭେମ୍ବରରୁ ୨୦୨୧ ଜାନୁଆରୀ ମାସ ମଧ୍ୟରେ ଖାକା ତାଙ୍କୁ ଅନେକ ଥର ଦୁଷ୍କର୍ମ କରିଥିଲେ। ସେ ଥରେ ଗର୍ଭବତୀ ମଧ୍ୟ ହୋଇଥିଲେ।

ଏହା ଜଣାପଡ଼ିବା ପରେ ଖାକାଙ୍କ ପତ୍ନୀ ତାଙ୍କୁ ଔଷଧ ଦେଇ ଗର୍ଭପାତ କରାଇଥିଲେ। ପୁଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତା ଖାକାଙ୍କ ଘରେ ୨୦୨୦ ନଭେମ୍ବରରୁ ୨୦୨୧ ଫେବ୍ରୁଆରୀ ପର୍ଯ୍ୟନ୍ତ ରହିଥିଲେ। 

ଏହି ଘଟଣା ପୀଡ଼ିତାଙ୍କ ଉପରେ ଖରାପ ପ୍ରଭାବ ପକାଇଛି। ସେ ସେହି କଥା ଗୁଡ଼ିକୁ ମନେ ପକାଇ ଡରି ଯାଉଛନ୍ତି ଓ ଅସ୍ୱାଭାବିକ ଆଚରଣ କରୁଛନ୍ତି।ସେଥିପାଇଁ ସପ୍ତାହେ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବାରମ୍ବାର କାଉନସେଲିଂ କରିବା ପରେ ନାବାଳିକା ଜଣଙ୍କ ତାଙ୍କ ସହିତ ଘଟିଥିବା ଘଟଣା ସଂପର୍କରେ କହିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story