ରାଜ୍ୟରେ ହିଟୱେଭରେ ଗଲାଣି ୨୦ଜଣଙ୍କ ଜୀବନ!

ରାଜ୍ୟରେ ବିଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ  ଓ ଅସହ୍ୟ ଗୁଳୁଗୁଳି ଲାଗି ରହିଥିବାବେଳେ ଚଳିତ ଗ୍ରୀଷ୍ମଋତୁରେ ଏପର୍ଯ୍ୟନ୍ତ ମୋଟ ୨୦ଜଣଙ୍କର ଅଂଶୁଘାତରେ ମୃତ୍ୟୁର ଅଭିଯୋଗ ହୋଇଛି ।

heat wave PhotoOR

representational image

Ordigital Desk
  • Published: Saturday, 17 June 2023
  • Updated: 17 June 2023, 10:41 PM IST

Sports

Latest News

ରାଜ୍ୟରେ ବିଗତ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ  ଓ ଅସହ୍ୟ ଗୁଳୁଗୁଳି ଲାଗି ରହିଥିବାବେଳେ ଚଳିତ ଗ୍ରୀଷ୍ମଋତୁରେ ଏପର୍ଯ୍ୟନ୍ତ ମୋଟ ୨୦ଜଣଙ୍କର ଅଂଶୁଘାତରେ ମୃତ୍ୟୁର ଅଭିଯୋଗ ହୋଇଛି । ତେବେ ଏବେ ସୁଦ୍ଧା ହିଟୱେଭରେ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ସ୍ୱୀକାର କରାଯାଇଛି ଓ ବାକି ବ୍ୟକ୍ତିଙ୍କ ମୃତ୍ୟୁ କାରଣ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ଦ୍ୱାରା ତଦନ୍ତ କରାଯାଉଥିବା ଜଣାପଡ଼ିଛି ।

ରାଜ୍ୟରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ମପ୍ରବାହ ସ୍ଥିତିର ସମୀକ୍ଷା ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ରାଜ୍ୟର କିଛି ଜିଳ୍ଲାରେ ସାଧାରଣ ତାପମାତ୍ରା ତୁଳନାରେ ଅଧିକ ୪ରୁ ୭ ଡିଗ୍ରୀ ସେଲସିୟସ ତାପମାତ୍ରା ଆସନ୍ତା ୩ଦିନ ପର୍ଯ୍ୟନ୍ତ ଅନୁଭୂତ ହେବ । ଲୋକମାନଙ୍କୁ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ବୃଦ୍ଧବୃଦ୍ଧା, ଅସୁସ୍ଥ, ଶିଶୁ ଓ ଗର୍ଭବତୀ ମହିଳାମାନେ ଅଧିକ ସତର୍କତା ଅବଲମ୍ବନ କରିବା ସହ ଟାଣ ଖରାରେ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଯଥେଷ୍ଟ ପରିମାଣରେ ପାଣି ପିଇବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ । ରାଜ୍ୟରେ ଚଳିତବର୍ଷ ହିଟୱେଭ୍ ଗତ ୧୦ବର୍ଷର ରେକର୍ଡ ଭଙ୍ଗ କରିଛି । ଆଜି ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି । ରାଜ୍ୟର ୧୨ଟି ସ୍ଥାନରେ ୪୪ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ସୋନପୁରରେ ସର୍ବାଧିକ ୪୫.୭ଡିଗ୍ରୀ ରହିଛି । ପଶ୍ଚିମଓଡ଼ିଶାର ବଲାଙ୍ଗିର, ହୀରାକୁଦ, ସମ୍ବଲପୁର, ବୌଦ୍ଧ ଓ ସୋନପୁରରେ ତାପମାତ୍ରା ୪୫ଡିଗ୍ରୀ ଉପରେ ରହିଛି ।

Also Read

ଏସଆରସିଙ୍କ କାର୍ଯ୍ୟାଳୟର ସୂଚନା ଅନୁସାରେ ଏବେସୁଦ୍ଧା ୨୦ଜଣ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବାର ଅଭିଯୋଗ ମିଳିଛି । ମାତ୍ର ଏମାନଙ୍କ ମଧ୍ୟରୁ କେବଳ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ସରକାରୀସ୍ତରରେ ଯାଂଚ ପରେ ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲାର ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କାର ଅନୁକମ୍ପା ରାଶି ଦିଆଯାଇଛି । ବାକି ମୃତ୍ୟୁ ଅଭିଯୋଗଗୁଡ଼ିକର ତଦନ୍ତ ଜିଲ୍ଲାପାଳସ୍ତରରେ ଚାଲିଛି । ତଦନ୍ତ ପରେ ସମ୍ପୃକ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ ୫୦ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story