ଭୁବନେଶ୍ୱର: ବିଜେପି ଆଦିବାସୀ ମୋର୍ଚ୍ଚାର ଜାତୀୟ କାର୍ଯ୍ୟକାରିଣୀ ଆଜି ଠାରୁ ଭୁବନେଶ୍ୱରରେ ଆରମ୍ଭ ହେଉଛି । ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକାରିଣୀକୁ ୫ ଜଣ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବେ। ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ଏହାର କାର୍ଯ୍ୟକାରିତା ନେଇ ଏଥିରେ ଆଲୋଚନା ହେବ। ଏହା ସହ କାର୍ଯ୍ୟକାରିଣୀରେ ରାଜ୍ୟରେ ଆଦିବାସୀଙ୍କୁ ଘରଡିହ ପଟ୍ଟା ନ ମିଳିବା, ବିଭିନ୍ନ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ ମୁଲ୍ୟ ନ ମିଳିବା, ସଂରକ୍ଷଣ ଆଇନ ଅନୁସାରେ ଆଦିବାସୀଙ୍କୁ ନିଯୁକ୍ତି ନମିଳିବା ପରି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଚିଠା ପ୍ରସ୍ତାବ ଆଗତ କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।