କଟକ (ଓଡ଼ିଶା ରିପୋର୍ଟର) କଟକରେ କଳା ପଲସର ଆତଙ୍କ । ସକାଳୁ ସକାଳୁ କଳା ପଲସରରେ ଆସି ଦଂପତିଙ୍କୁ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । କଟକର ଭିଆଇପି ଏରିଆ ସିଡିଏ ସେକ୍ଟର-୧୦ରେ ଘଟିଛି ଏଭଳି ଘଟଣା। ସକାଳେ ସ୍ୱାମୀ-ସ୍ତ୍ରୀ ମର୍ଣ୍ଣିଂ ଓ୍ୱାକ କରି ଫେରିବାବେଳେ ସେକ୍ଟର ୧୦ ଫୁଟବଲ୍ ପଡ଼ିଆ ପାଖରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।
ଗୋଟିଏ କଳା ପଲସରରେ ୩ ଜଣ ଆସି ପ୍ରଥମେ ସ୍ୱାମୀଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହାପରେ ତାଙ୍କ ବେକରୁ ସୁନା ଚେନ୍ ଲୁଟିବା ପରେ ସ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ସ୍ତ୍ରୀଙ୍କ ବେକରେ ଖଣ୍ଡା ଲଗାଇଦେବାରୁ ସେ ନିଜର ଚେନ୍ ଓ କାନଫୁଲ କାଢ଼ି ଧରାଇ ଦେଇଥିଲେ।
ଏତିକି ବେଳେ ସ୍ୱାମୀ ସେମାନଙ୍କୁ ପ୍ରତିରୋଧ କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ତାଙ୍କ ଜଙ୍ଘକୁ ଚୋଟ୍ ପକାଇଥିଲେ । ଫଳରେ ସେ ତଳେ ପଡ଼ି ଯାଇଥିଲେ । ତାଙ୍କର ହାତରେ ୨ଟି ଜାଗା କଟି ଯାଇଥିବାବେଳେ ଜଙ୍ଘ ମଧ୍ୟ ଖଣ୍ଡିଆ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ମହାନଦୀରୁ ମିଳିଲା ୬୦ରୁ ଅଧିକ ନାଗ ମୂର୍ତ୍ତି
ସମସ୍ତ ନାଗ ମୂର୍ତ୍ତି ଓ ବୃଷବଙ୍କ ମୂର୍ତ୍ତି ଦୁଇଟିକୁ ନିକଟସ୍ଥ ଶିବ ମନ୍ଦିରରେ ରଖାଯାଇଛି।
Crime
ଭିଜିଲାନ୍ସ ଜାଲରେ ଏଏସ୍ଆଇ, ଲାଞ୍ଚ ନେଉଥିଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍ଆଇ ଆଲୋକ କୁମାର ଷଡ଼ଙ୍ଗୀଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Accident
ଚଢ଼ିଗଲା ଟ୍ରକ୍: ମା’ ମୃତ, ବାପା ଓ ଝିଅ ଗୁରୁତର
ଦୁର୍ଘଟଣା ପରେ ଟ୍ରକ୍ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲେ।
Crime
ବାପାଙ୍କୁ ବି ଛାଡ଼ିଲାନି ଅପରାଧୀ, ବାନ୍ଧିଲା ପୁଲିସ
ନିଜକୁ ଡାକ୍ତର ବୋଲି କହି ଅନେକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ସେମାନଙ୍କଠାରୁ ଟଙ୍କା ନେଇ ପୂର୍ବରୁ ସେ ଗିରଫ ମଧ୍ୟ ହୋଇଥିଲେ।
Crime
ପୁଣି ଧରାପଡ଼ିଲେ ଡାକ୍ତର ପୁଣ୍ୟଶ୍ଳୋକ ଦାସ, ବାନ୍ଧିଲା ପୁଲିସ୍
ଡାକ୍ତର ପୁଣ୍ୟଶ୍ଲୋକ ଦାସଙ୍କ ସହିତ ତାଙ୍କ ପତ୍ନୀ ଓ ୩ ଜଣ ଦଲାଲଙ୍କୁ ଗିରଫ କରିଛି କଟକ ମଙ୍ଗଳାବଗ ଥାନା ପୁଲିସ।