ବରଗଡ଼କୁ ବାଦ୍‌ ଦେଇ ୧୨ ଜିଲ୍ଲାର କେନ୍ଦୁପତ୍ର ତୋଳାଳି ଓ କର୍ମଚାରୀ ପାଇଲେ ସହାୟତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀଙ୍କୁ ମିଳିଲା ସହାୟତା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ DBT ଜରିଆରେ ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମୋଟ୍ ୪୩ କୋଟି ଟଙ୍କା ପଠାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁପତ୍ର ତୋଳାଳିଙ୍କୁ ୧ ହଜାର, ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ୧୫ ଶହ ପ୍ରଦାନ କରାଯାଇଛି। ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବ […]

CM

  • Published: Sunday, 27 November 2022
  • , Updated: 27 November 2022, 09:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦୁପତ୍ର ତୋଳାଳି, ବନ୍ଧାଳି, ସିଜନାଲ କର୍ମଚାରୀଙ୍କୁ ମିଳିଲା ସହାୟତା। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ DBT ଜରିଆରେ ଆଜି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମୋଟ୍ ୪୩ କୋଟି ଟଙ୍କା ପଠାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁପତ୍ର ତୋଳାଳିଙ୍କୁ ୧ ହଜାର, ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ୧୫ ଶହ ପ୍ରଦାନ କରାଯାଇଛି।

ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗରିବ ଲୋକର  ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି। ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି। ସେମାନଙ୍କ କଲ୍ୟାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ। ସେପଟେ ପଦ୍ମପୁର ଉପନିର୍ବାଚନ ଜନିତ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର କେନ୍ଦୁପତ୍ର ତୋଳାଳୀ ଓ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ  କରିଥିଲେ। କେନ୍ଦୁପତ୍ର ହେଉଛି ଗରିବ ଲୋକର ଦାନା ପାଣିର କଥା। ତେଣୁ ତା’ ଉପରେ ୧୮% GSTକୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି  ଅବସରରେ କେନ୍ଦ୍ର ନିକଟରେ ଦାବି କରି ଚିଠି ପଠାଇ ଥିବା ପ୍ରକାଶ କରିଥିଲେ।

ଆଜି ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ଦେବଗଡ଼ ଓ ବଲାଙ୍ଗୀର ଆଦି  ୧୨ ଜିଲ୍ଲାର ୧୭ ଡିଭିଜନର ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ  ଅମାତ, ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ଡାଃ ମୋନା ଶର୍ମା, ମୁଖ୍ୟ ଶାସନ ସଚିବ  ସୁରେଶ  ମହାପାତ୍ର  ଓ  ଜଙ୍ଗଲ  ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

https://twitter.com/IPR_Odisha/status/1596453880287883264?s=20&t=YFfwT1SZ6SZ-19CrVO0lMg

Related story