ପ୍ରାୟ ଦେଢ ବର୍ଷ ପୂର୍ବେ ନିଜ ପୁଅକୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଢେଙ୍କାନାଳର ପୂର୍ବତନ ବିଧାୟକ ଏବେ ଏକ ମହତ କାମ କରି ଚର୍ଚ୍ଚାକୁ ଆସିଛନ୍ତି। ପୁଅ ଚାଲିଯିବା ପରେ ଏକୁଟିଆ ହୋଇ ଯାଇଥିବା ବୋହୂ ମଧୁସ୍ମିତାଙ୍କର ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ।
ଦୁଇ ପରିବାରର ସହମତି କ୍ରମେ ଏହି ବିବାହ ସଂପନ୍ନ ହୋଇଥିବା ଜଣାଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ଲକ୍ଷ୍ମୀ ମନ୍ଦିରରେ ନିରାଡ଼ମ୍ବର ଭାବେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ତେବେ ମଧୁସ୍ମିତା କାହାକୁ ବରଣମାଳା ପିନ୍ଧାଇଲେ ତାହା ସ୍ପଷ୍ଟ ହୋଇ ନାହିଁ ।
ନବୀନ ନନ୍ଦଙ୍କ ବଡ଼ ପୁଅ ସମ୍ବିତ ନନ୍ଦ କୋଭିଡରେ ଆକ୍ରାନ୍ତ ହୋଇ ୨୦୨୧ରେ ମେ ୨୨ ତାରିଖରେ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୮ ବର୍ଷ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।