ଆନ୍ଦୋଳନକାରୀ ଆଇନଜୀବୀଙ୍କ ଲାଇସେନ୍ସ ବାତିଲ ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜ୍ୟରେ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନ୍ଦୋଳନକାରୀଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସୁପ୍ରିମ୍‌କୋର୍ଟର ଆଇନଜୀବୀ ନିରଞ୍ଜନ ସାହୁ କହିଛନ୍ତି, ଆନ୍ଦୋଳନ ବନ୍ଦ କରିବାକୁ କହିବା ସତ୍ତ୍ୱେ ବିଭିନ୍ନ ଜିଲ୍ଲାରେ […]

supr

supr

Niranjan Mishra
  • Published: Monday, 28 November 2022
  • Updated: 28 November 2022, 07:32 PM IST

Sports

Latest News

ନୂଆଦିଲ୍ଲୀ: ରାଜ୍ୟରେ ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ। ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ବାତିଲ ପାଇଁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନ୍ୟାୟିକ ଅଧିକାରୀ ଓ ମହକିଲଙ୍କୁ ସୁରକ୍ଷା ଯୋଗାଇବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି କୋର୍ଟ ଚାଲିବାକୁ ଆବଶ୍ୟକ ହେଲେ ଆନ୍ଦୋଳନକାରୀଙ୍କୁ ଗିରଫ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ସୁପ୍ରିମ୍‌କୋର୍ଟର ଆଇନଜୀବୀ ନିରଞ୍ଜନ ସାହୁ କହିଛନ୍ତି, ଆନ୍ଦୋଳନ ବନ୍ଦ କରିବାକୁ କହିବା ସତ୍ତ୍ୱେ ବିଭିନ୍ନ ଜିଲ୍ଲାରେ ଓକିଲମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଆଇନଜୀବୀମାନେ କୋର୍ଟ ଘେରାଉ, କୋର୍ଟ ଆଗରେ ଧାରଣା, ଜଜ୍‌ଙ୍କୁ ରୋକିବା, ଲୋକଙ୍କ ପ୍ରବେଶକୁ ବିରୋଧ ପ୍ରଭୃତି କରୁଥିବା ଜଣାପଡ଼ିଛି। ତେଣୁ ଏଭଳି ଆନ୍ଦୋଳନ ଜାରି ରଖିଥିବା ଓକିଲଙ୍କ ଓକିଲାତିନାମା ଲାଇସେନ୍ସ ବାତିଲ କରିବାକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ପର୍ଯ୍ୟନ୍ତ ଏହି ଓକିଲମାନେ କାମରେ ଯୋଗ ଦେଇନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ଲାଇସେନ୍ସ ବାତିଲ ହେବ। କାମରେ ଯୋଗଦେବା ପରେ ସେମାନଙ୍କ ଓକିଲାତି ନାମା ଲାଇସେନ୍ସ ସସ୍‌ପେଣ୍ଡ ଉପରେ ଲାଗିଥିବା ନିର୍ଦ୍ଦେଶ ଉଠିଯିବ।

ଏଥିସହ ସୁପ୍ରିମ୍‌କୋର୍ଟରେ ଶୁଣାଣି କରୁଥିବା ବେଞ୍ଚ କହିଛନ୍ତି ଯେ, ସବୁ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ସମ୍ଭବ ନୁହେଁ। ଏହାକୁ ନେଇ ଲମ୍ବା ସମୟ ଧରି ଓକିଲଙ୍କ ଆନ୍ଦୋଳନ ଯୋଗୁ କୋର୍ଟରେ ବିଚାର ପ୍ରକ୍ରିୟା ପ୍ରଭାବିତ ହେଉଛି। ବିହାର ଭଳି ବଡ଼ ରାଜ୍ୟର ପାଟଣା ଠାରେ ଗୋଟିଏ ହାଇକୋର୍ଟରେ ବିଚାର ପ୍ରକ୍ରିୟା ଚାଲିପାରୁଛି ବୋଲି ଶୁଣାଣି ବେଳେ ବିଚାରପତି ଉଦାହରଣ ଦେଇ କହିଥିଲେ।

ସୂଚନା ଥାଉକି, ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଇନଜୀବୀଙ୍କ ଆନ୍ଦୋଳନ ଚାଲୁଥିବାରୁ ବିଚାର ପ୍ରକ୍ରିୟା ପ୍ରଭାବିତ ହେଉଥିବା ଓ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିପାରୁ ନ ଥିବା ନେଇ ସୁପ୍ରିମ୍‌କୋର୍ଟରେ ମାମଲା ପହଞ୍ଚି ଥିଲା। ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ ଖୋଦ୍ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର୍। ପୂର୍ବରୁ ପଶ୍ଚିମ, ଦକ୍ଷିଣରୁ ଉତ୍ତର ଓଡ଼ିଶା; ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରିଆସୁଛନ୍ତି ସ୍ଥାନୀୟ ଓକିଲ ସଂଘ। ମୁଖ୍ୟତଃ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗକୁ ନେଇ ଆନ୍ଦୋଳନ ହେଉଛି। ଏଭଳି ଆନ୍ଦୋଳନ ଭିତରେ ବଡ଼ମ୍ବା, ଟାଙ୍ଗୀ, ତାଳଚେର ଓ ପାଲଲହଡ଼ା ଓକିଲ ସଂଘ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ ବି ସମ୍ବଲପୁର ଓକିଲ ସଂଘ ଆନ୍ଦୋଳନ ଜିଦ୍‌ରେ ଅଟଳ ଥିଲା। ମାସର ଶେଷ ୩ କାର୍ଯ୍ୟ ଦିବସରେ ଆନ୍ଦୋଳନ କରିଥିବା ସମ୍ବଲପୁର ଓକିଲ ସଂଘ ଗତ ୨ ମାସ ହେବ ପ୍ରତି ବୁଧବାର ଆନ୍ଦୋଳନ କରୁଥିଲା। ଓକିଲ ଆନ୍ଦୋଳନର ଏହି ଧାରା ଭିତରେ କଟକରୁ ଭୁବନେଶ୍ୱରକୁ ହାଇକୋର୍ଟ ସ୍ଥାନାନ୍ତର ସହ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱର ବାର୍ ଆସୋସିଏସନ୍ ବି ପ୍ରତି ମାସ ଶେଷ ଶୁକ୍ରବାର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛି।

ତେବେ ମାମଲାକୁ ଗୁରୁତ୍ୱର ସହ ବିଚାର କରି ଗତ ୧୧ ତାରିଖରେ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ ସମେତ ରାଜ୍ୟର ସବୁ ଓକିଲ ସଂଘକୁ ୧୪ରେ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍ କରିଥିଲେ ସୁପ୍ରିମକୋର୍ଟ। ନଭେମ୍ବର ୧୪ରେ ପୁଣି ଶୁଣାଣି କରି ସୁପ୍ରିମକୋର୍ଟଙ୍କ ୨ ଜଣିଆ ଖଣ୍ଡପୀଠ ଲାଇସେନ୍ସ ବାତିଲ୍‌ ଚେତାବନୀ ଶୁଣାଇଥିଲେ। ଆଜି ଆଉ ଚେତାବନୀ ନୁହେଁ, ବରଂ ଲାଇସେନ୍ସ ସସ୍‌ପେଣ୍ଡ କରିବାକୁ ବାର୍ କାଉନ୍ସିଲ୍ ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୨ ତାରିଖରେ ହେବ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସମ୍ବଲପୁର ଓକିଲ ସଂଘ ପକ୍ଷରୁ କୁହାଯାଉଛି, କାଲି ହେବାକୁ ଥିବା ବୈଠକରେ ନିଷ୍ପତ୍ତି ନିଆଯିବ। ସେପଟେ ହାଇକୋର୍ଟ ଓକିଲ ସଂଘ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story