ଜମିଜମା ବିବାଦକୁ ନେଇ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଚିନାରିଗୁଡା ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପଣ୍ଡା ଶବର।
ଗତକାଲି ସନ୍ଧ୍ୟା ସମୟରେ ପଣ୍ଡା ଶବର କୌଣସି କାମରେ ବାହାରକୁ ଯାଇଥିଲେ। ରାତିରେ ଘରକୁ ଫେରି ନ ଥିଲେ। ଏନେଇ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଘର ପାଖରେ ଜମିରେ ପଣ୍ଡାଙ୍କ ମୃତଦେହ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ।
ଗୁଣପୁର ପୁଲିସ୍ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମୃତକ ପଣ୍ଡା ଶବରଙ୍କ ପୁଅ କହିଛନ୍ତି, ୨ ଏକର ଜମି ନେଇ ମାମୁ ଘର ସହ ବିବାଦ ଲାଗି ରହିଥିଲା। ମୋତେ ଓ ମୋ ବାପାଙ୍କୁ ମାମୁ ମାରିଦେବେ ବୋଲି ଧମକ ଦେଇଥିଲେ। ମାମୁ ମୋ ବାପାଙ୍କୁ ମାରି ଫିଙ୍ଗି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।