ରାୟଗଡ଼ା (ମାଉଡି ବାରିକ): ଭିଜିଲାନ୍ସ ଜାଲରେ ପଡ଼ିଲେ ବିଇଓ। ୧୦ ହାଜର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ରାୟଗଡ଼ା ଜିଲ୍ଲା ଗୁଣୁପୁର ବିଇଓ ଅନ୍ତର୍ଯ୍ୟାମୀ ବେହେରା ଜଣେ ଅବସର ପ୍ରାପ୍ତ ଶିକ୍ଷକ ପ୍ରଭାତ କୁମାର ମହାପାତ୍ରଙ୍କ ଠାରୁ ପେନସନ କରିବା ନିମନ୍ତେ ୧୦ ହାଜର ଟଙ୍କା ଲାଞ୍ଚ ନେଉଥିଲେ। ତେବେ ସମୟରେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବୁଧବାର ସନ୍ଧ୍ୟାରେ ତାଙ୍କୁ ରାୟଗଡ଼ା କାର୍ଯ୍ୟାଳୟରେ ଅଟକ ରଖିଛି ଭିଜିଲାନ୍ସ।
ସେ ୬ ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କ ପେନସନ ପ୍ରକ୍ରିୟା ଆରମ୍ଭ କରିବା ନିମନ୍ତେ ୩୦୦ ଟଙ୍କା ଓ ୨୯ ଜନ ଶିକ୍ଷକଙ୍କ ଏରିଅର କରିବା ନିମନ୍ତେ ୨୫୦ ଟଙ୍କା ଲେଖାଏ ସହ ମୋଟ ୧୦ ହାଜର ଟଙ୍କା ଲାଞ୍ଚ ମାଗିଥିଲେ।
ତେବେ ଏନେଇ ଅବସର ପ୍ରାପ୍ତ ଶିକ୍ଷକ ପ୍ରଭାକର ମିଶ୍ର ରାୟଗଡ଼ା ଭିଜିଲାନ୍ସ ମିକଟରେ ଏତଲା ଦେଇଥିଲେ। ଯାହା ପରେ ରାୟଗଡ଼ା ଡିଏସପି ଆରଡି ନାୟକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ବିଇଓଙ୍କ ବାସଗୃହରେ ପହଞ୍ଚି ତାଙ୍କୁ ଲାଞ୍ଚ ନେବା ବେଳେ ଧରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ସ୍କୁଲ ଛାତରୁ ପଡ଼ି ଛାତ୍ରୀ ଗୁରୁତର, ଏହି ଦୃଶ୍ୟ ଦେଖି ଅଚେତ ହୋଇଗଲେ ୧୧ ଛାତ୍ରଛାତ୍ରୀ
ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଗୁରୁତର ଛାତ୍ରୀ ଜଣଙ୍କୁ ବିଶାଖାପାଟଣା ନିଆଯାଇଛି।
Politics
ସରପଞ୍ଚ ଚାହିଁ ଜଳକା, ସରିଗଲା ୫୦ ଲକ୍ଷ ଖର୍ଚ୍ଚ ତାଲିକା
ରାୟଗଡ଼ା ଜିଲ୍ଲା ବିଷମକଟକରେ 'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନା କାର୍ଯ୍ୟକାରୀ କରିବା ନେଇ ବିବାଦ ।
Miscellaneous
କୁଆଡ଼େ ଗଲେ ପ୍ରଫୁଲ୍ଲ ସାମନ୍ତରା ? ତାଙ୍କୁ ହୋଟେଲରୁ ଉଠାଇ ନେଇଥିବା ବ୍ୟକ୍ତିମାନେ କିଏ?
ରାୟଗଡ଼ାର ଏକ ହୋଟେଲରେ ରହୁଥିଲେ ପ୍ରଫୁଲ୍ଲା ସାମନ୍ତରା। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ସେ ରହୁଥିବା ହୋଟେଲରୁ ୩/୪ ଜଣ ଲୋକ ଆସିଥିଲେ। ସେମାନେ ପ୍ରଫୁଲ୍ଲା ସାମନ୍ତରାଙ୍କୁ ହୋଟେଲରୁ ନେଇ ଯାଇଥିଲେ।
Accident
ନଦୀରୁ ବାଲି ଉଠାଉଥିବା ବେଳେ ମାଡ଼ି ଆସିଲା ପାଣି, ଭାସିଗଲେ ୨ ଶ୍ରମିକ
କୁଡ଼ିଙ୍ଗଗୁଡ଼ା ଗାଁ ନିକଟସ୍ଥ ନଦୀରୁ ୪ ଜଣ ମହିଳା ବାଲି ଉଠାଉଥିବା ବେଳେ ପ୍ରବଳ ବର୍ଷା ହୋଇଥିଲା। ଆଉ ପାହାଡ଼ି ନଦୀରେ ହଠାତ୍ ଅଧିକ ପାଣି ମାଡ଼ି ଆସିଥିଲା।