ଭୁବନେଶ୍ୱର: ରାଜ୍ୟର ନବନିଯୁକ୍ତ ଦୁଇ ସୂଚନା କମିଶନର ଆଜି ଶପଥ ଗ୍ରହଣ କରିଛନ୍ତି। ଶଶିପ୍ରଭା ବିନ୍ଧାଣୀ ଓ ଏଲ ଏନ୍ ପଟ୍ଟନାୟକଙ୍କୁ ରାଜ୍ୟପାଳ ଏସ୍. ସି. ଜମିର ଶପଥପାଠ କରାଇଥିଲେ। ଏ ନେଇ ରାଜଭବନରେ ଏକ ବିଶେଷ ସମାରୋହର ଆୟୋଜନ କରାଯାଇଥିଲା। ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ପୂର୍ବତନ ସୂଚନା କମିଶନର ଜଗଦାନନ୍ଦଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରେ ଗତ କିଛି ଦିନ ଧରି ରାଜ୍ୟ ସୂଚନା କମିଶନର ପଦବୀ ଖାଲି ପଡିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।