କାହିଁକି ବଢ଼ୁଛି ସଡ଼କ ଦୁର୍ଘଟଣା:  ଜିଲ୍ଲାପାଳମାନଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ କିଛି ମାସ ଧରି ସଡ଼କ ଦୁର୍ଘଟଣା ହାର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେବଳ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୨୭.୫ ପ୍ରତିଶତ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଇଛି। ଯାହାକୁ ନେଇ ରାଜ୍ୟ ସରକାର ଉଦବେଗ ବ୍ୟକ୍ତ କରିବା ସହ ଆଜି ଜିଲ୍ଲାପାଳମାନଙ୍କୁ ରିପୋର୍ଟ ତଲବ କରିଛନ୍ତି। କେଉଁ କାରଣ ଯୋଗୁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ବଢ଼ୁଛି ଓ ଏହା ହ୍ରାସ ପାଇଁ କ’ଣ ସହାୟତା ଆବଶ୍ୟକ […]

accident-bbsr-555

accident-bbsr-555

Tapas Behera
  • Published: Thursday, 24 December 2020
  • Updated: 15 February 2021, 04:45 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ କିଛି ମାସ ଧରି ସଡ଼କ ଦୁର୍ଘଟଣା ହାର ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେବଳ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ୨୭.୫ ପ୍ରତିଶତ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଇଛି। ଯାହାକୁ ନେଇ ରାଜ୍ୟ ସରକାର ଉଦବେଗ ବ୍ୟକ୍ତ କରିବା ସହ ଆଜି ଜିଲ୍ଲାପାଳମାନଙ୍କୁ ରିପୋର୍ଟ ତଲବ କରିଛନ୍ତି। କେଉଁ କାରଣ ଯୋଗୁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ବଢ଼ୁଛି ଓ ଏହା ହ୍ରାସ ପାଇଁ କ’ଣ ସହାୟତା ଆବଶ୍ୟକ ସେ ସମ୍ପର୍କରେ ୧୫ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟ ସଡ଼କ ଓ ପରିବହନ ସଚିବ ମଧୁସୂଦନ ପାଢ଼ୀ ସମସ୍ତ ଜିଲ୍ଲାପାଳ, ପୁଲିସ ଏସପି, ଟ୍ରାଫିକ ପୁଲିସ, ଆରଟିଓ ଅଧିକାରୀମାନଙ୍କୁ ଆଜି ଚିଠି ଲେଖି ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ବୃଦ୍ଧି ପାଉଥିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ମୃତ୍ୟୁ ହାର ୫୦ ପ୍ରତିଶତ ହ୍ରାସ ପାଇଁ ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ରାଜ୍ୟରେ ମୃତ୍ୟୁ ହାର ବଢ଼ିଚାଲିଛି  ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ୨୦୧୪ ମସିହାରେ ୩୯୩୧ ଥିବାବେଳେ ୨୦୧୯ରେ ଏହା ୫୩୩୩କୁ ବୃଦ୍ଧି ପାଇଛି। ୨୦୧୪ ମସିହା ତୁଳନାରେ ୨୦୨୦ ମସିହା ସୁଦ୍ଧା ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର  ୫୦ ପ୍ରତିଶତ ହ୍ରାସ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ରାଜ୍ୟରେ ଏହି ହାର ୨୦୧୯ରେ ୩୬ ପ୍ରତିଶତ ବୃଦ୍ଧି ପାଇଛି। ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାରରେ ଓଡ଼ିଶା ୨୦୧୪ ମସିହାରେ ଦେଶରେ ୧୬ତମ ସ୍ଥାନରେ ଥିବାବେଳେ ୨୦୧୯ରେ ୧୬ତମ ସ୍ଥାନରେ ରହିଛି।
କ୍ରାଇମବ୍ରାଂଚର ତଥ୍ୟ ଅନୁସାରେ ରାଜ୍ୟରେ ୨୦୨୦ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ରାସ୍ତା ଦୁର୍ଘଟଣାଜନିତ ମୃତ୍ୟୁହାର ଗତବର୍ଷ ଏହି ଅବଧି ତୁଳନାରେ ୨୭.୫ ପ୍ରତିଶତ ବୃଦ୍ଧି ପାଇଛି।
କେବଳ ୯ଟି ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଜିଲ୍ଲାରେ ମୃତ୍ୟୁହାର ବୃଦ୍ଧି ପାଇଛି। ବୌଦ୍ଧ, ମାଲକାନଗିରି, କୋରାପୁଟ, କନ୍ଧମାଳ ଜିଲ୍ଲାରେ ୧୦୦ ପ୍ରତିଶତ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ବୃଦ୍ଧି ପାଇଥିବାବେଳେ କଟକ, ଖୋର୍ଦ୍ଧା, ଗଞ୍ଜାମ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ମୃତ୍ୟୁହାର ୫୦ ପ୍ରତିଶତ ଅଧିକ ହୋଇଛି। ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ହ୍ରାସ ଦିଗରେ ଏନଫୋର୍ସମେଣ୍ଟ ୱିଙ୍ଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ଅଧିକାଂଶ ଜିଲ୍ଲାରେ ଏନଫୋର୍ସମେଣ୍ଟ କଡ଼ାକଡ଼ି ହେଉନଥିବା ଜଣାପଡ଼ିଛି। ଏନଫୋର୍ସମେଣ୍ଟକୁ କଡ଼ାକଡ଼ି ଓ ତ୍ୱରାନ୍ୱିତ କରି ଲୋକଙ୍କ ଜୀବନ ବଂଚାଇବା ନିମନ୍ତେ ଇଣ୍ଟରସେପ୍ଟର ଗାଡ଼ି, ବ୍ରେଥ ଆନାଲାଇଜର, ବାରିକେଡ୍ ଓ ଅନ୍ୟାନ୍ୟ ଉପକରଣ କ୍ରୟରେ ରାଜ୍ୟ ସରକାର ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିଛନ୍ତି। ଠିକା କର୍ମଚାରୀ ମଧ୍ୟ ନିଯୁକ୍ତି ଦେଇଛନ୍ତି। ତେଣୁ ଯାହା ଜଣାପଡ଼ୁଛି ଏହି ଉପକରଣଗୁଡ଼ିକ ଠିକ ଭାବେ ଉପଯୋଗ ହେଉନି ବୋଲି ଶ୍ରୀ ପାଢ଼ୀ କହିଛନ୍ତି।
ସୁପ୍ରିମକୋର୍ଟ କମିଟି ଗତ କିଛି ଦିନ ତଳେ ମୁଖ୍ୟ ସଚିବଙ୍କ ଉପସ୍ଥିତିରେ କରିଥିବା ସମୀକ୍ଷା ବୈଠକରେ ମୃତ୍ୟୁହାର ବୃଦ୍ଧିକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ସଡ଼କ ଦୁର୍ଘଟଣା ଉଲ୍ଲେଖନୀୟ ହ୍ରାସ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ତେଣୁ ଓଭର ସ୍ପ୍ରିଡ୍ , ମଦପିଇ ଗାଡ଼ି ଚଳାଇବା, ହେଲମେଟ୍ ଆଇନ ଓ ଗାଡ଼ି ଚଳାଇବାବେଳେ ମୋବାଇଲ ଫୋନ ଉପଯୋଗ କରି ନିୟମ ଭାଙ୍ଗୁଥିବା ବ୍ୟକ୍ତିମାନଙ୍କ  ବିରୁଦ୍ଧରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଶୀତ ଋତୁରେ ରାସ୍ତା କଡ଼ରେ ଗାଡ଼ି ଛିଡ଼ା ହେବାଯୋଗୁ ମଧ୍ୟ ଦୁର୍ଘଟଣା ବଢ଼ୁଛି। ତେଣୁ ହେଲମେଟ୍ ଆଇନ ଉଲ୍ଲଘଂନକାରୀଙ୍କ ଡିଏଲକୁ ନିରସ୍ତ୍ର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଣିକି ଜିଲ୍ଲାସ୍ତରରେ ଏନଫୋସମେଣ୍ଟର ପ୍ରଦର୍ଶନକୁ ଦୈନିକ ଭିତ୍ତିରେ କରାଯିବ ବୋଲି ଶ୍ରୀ ପାଢ଼ୀ ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ମୋଟ ୬୮୪ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବାବେଳେ ୨୦୨୦ ଏହି ଅବଧିରେ ତାହା  ବୃଦ୍ଧି ପାଇ ୮୭୨ରେ ପହଂଚିଛି। ଗତ ଦୁଇମାସରେ ସର୍ବାଧିକ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ୧୬୬ ଓ ୧୬୪ ପ୍ରତିଶତ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବୃଦ୍ଧି ପାଇଥିବାବେଳେ କନ୍ଧମାଳରେ ୧୪୨.୮୬ ପ୍ରତିଶତ, ନୂଆପଡ଼ାରେ ୧୦୦ ପ୍ରତିଶତ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏହି ଅବଧି ମଧ୍ୟରେ ସବୁଠୁ କମ୍ ଦୁର୍ଘଟଣାଜନିତ ମୃତ୍ୟୁ ପୁରୀ ଜିଲ୍ଲାରେ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story