ପ୍ରଭାକରନଙ୍କ ପତ୍ନୀଙ୍କ ଜମି କିଣା ସଉକ: ସେନା ଓ ମନ୍ଦିର ଜମିକୁ ବି ଛାଡ଼ିନାହାନ୍ତି, ଭୁବନେଶ୍ୱରରେ ୩୮ଟି ପ୍ଲଟ୍‌, ଅପରାଜିତା ଉଠାଇଲେ ପ୍ରଶ୍ନ

ସୁନାବେଡ଼ାସ୍ଥିତ ହାଲ୍ କର୍ମଚାରୀଙ୍କ ପାଇଁ ହାଲ୍ ହାଉସିଂ କମିଟି ଦ୍ୱାରା କିଣାଯାଇଥିବା ୪୮ଏକର ଜମିରେ ବେଆଇନ ଭାବେ ଚଂଚକତା କରି ପ୍ରଭାକରନଙ୍କ ପତ୍ନୀ ଜମି କିଣିଥିବାର ଅଭିଯୋଗ ଖୋଦ୍ ହାଲ୍ ହାଉସିଂ କମିଟି ଅଧ୍ୟକ୍ଷ କାଲେଶ୍ୱର ପ୍ରସାଦ ହୋତା ଗତବର୍ଷ ଚନ୍ଦକା ଥାନାରେ କରିଥିଲେ ।

Bhubaneswar PhotoTwitter

ଭୁବନେଶ୍ୱର ସହର

Ordigital Desk
  • Published: Friday, 28 July 2023
  • Updated: 29 July 2023, 08:36 AM IST

ପ୍ରଭାବଶାଳୀ ଖଣି ବ୍ୟବସାୟୀ ପି ପ୍ରଭାକରନଙ୍କ ପତ୍ନୀ କିରୁଥାକି ପ୍ରଭାକରନଙ୍କ ଜମି କିଣା ନିଶା ଏବେ ରାଜଧାନୀ ଭୁବନେଶ୍ୱରବାସୀଙ୍କୁ ଅତିଷ୍ଠ କରିଛି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ପ୍ରଭାକରନଙ୍କ ପତ୍ନୀଙ୍କ ନାଁରେ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ ଥିବା ମୋଟ ୧୭.୭୪୬ଏକର ବିଶିଷ୍ଟ ଛୋଟ ଛୋଟ ସାଇଜର ୩୮ଟି ପ୍ଲଟ୍ ଓ ପ୍ରଭାକରନଙ୍କ ନାଁରେ ଗୋଟିଏ ପ୍ଲଟକୁ ମିଶାଇ ମୋଟ ୩୯ଟି ପ୍ଲଟ ସମ୍ପର୍କରେ ତଥ୍ୟ ଦେବା ସହ ସରକାରୀ ପ୍ରୋତ୍ସାହନରେ ଏସବୁ ଜମି କିଣାଯାଇଥିବା ଅଭିଯୋଗ କରିଛନ୍ତି । ଏପଟେ ପ୍ରଭାକରନଙ୍କ ପତ୍ନୀଙ୍କ ନାଁରେ ଭାରତୀୟ ସେନାର ପିଏସୟୁ -ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ(ହାଲ)ର ହାଉସିଂ କମିଟି ମୁଖ୍ୟ କାଲେଶ୍ୱର ପ୍ରସାଦ ହୋତା କରିଥିବା ହାଲ୍ ଜମି ହଡ଼ପର ମାମଲା ଗତବର୍ଷଠୁ ଚନ୍ଦକା ଥାନାରେ ଜାରି ରହିଥିବାବେଳେ ଚଂଚକତା କରି ସେ କିଣିଥିବା ଏୟାରପୋର୍ଟ ନିକଟସ୍ଥ ଭୀମପୁର ମୌଜାରେ ଲିଙ୍ଗରାଜ ମହାପ୍ରଭୁଙ୍କ ୨୨୮ ଡେସିମିଲ୍ ଜମିର  କିଣାବିକା ରଦ୍ଦ ହେବା ପରେ ବି ଏହି ଜମି ତାଙ୍କ କବଜାରେ ରହିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ନିଜ ଟ୍ୱିଟ୍ ମାଧ୍ୟମରେ ଖଣି ବ୍ୟବସାୟୀ ପ୍ରଭାକରନ ଓ ତାଙ୍କ ପତ୍ନୀଙ୍କ ନାଁରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଂଚଳରେ କିଣାଯାଇଥିବା ଜମିର ବିବରଣୀ ଦେଇଛନ୍ତି । ପ୍ରାୟ ୧୭.୭୪୬ଏକର ବିଶିଷ୍ଟ ମୋଟ ୩୯ଟି ପ୍ଲଟର ହିସାବ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଦେବା ସହ ଏବେବି ଅଧିକ ପରିମାଣର ଜମି କିଣିବା ପାଇଁ ପ୍ରଭାକରନ ପ୍ରୟାସ କରୁଛନ୍ତି ବୋଲି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଲୋକେ ତାଙ୍କୁ ଜଣାଇଛନ୍ତି । ଯଦି ଏଭଳି ଛୋଟ ଛୋଟ ଜମି ଉଚ୍ଚସ୍ତରର ପ୍ରଭାବଶାଳୀଙ୍କ ସହାୟତାରେ କିଣାଯିବ ତା’ହେଲେ ଓଡ଼ିଶାର ଚାଷୀମାନେ କ’ଣ ଛତିଶଗଡ଼ ଓ ଝାଡ଼ଖଣ୍ଡ ଯିବେ କି ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶାର ଖଣିରୁ ଅର୍ଥ ଉପାର୍ଜନ କରି ସରକାରୀ ପ୍ରୋତ୍ସାହନରେ ରାଜଧାନୀ ଭୁବନେଶ୍ୱରରେ ଏଭଳି ଜମି କ୍ରୟ କରୁଥିବା ଅଣଓଡ଼ିଆଙ୍କୁ ଆମେ ପ୍ରତିରୋଧ କରିବାର ସମୟ ଆସିଯାଇଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି । ସେ ଦେଇଥିବା ତଥ୍ୟ ଅନୁସାରେ ପ୍ରଭାକରନଙ୍କ ନାଁରେ ଘାଟିକିଆରେ ୭୯ଡିସିମିଲ୍ ଜମି ଥିବାବେଳେ ତାଙ୍କ ପତ୍ନୀ କିରୁଥାକିଙ୍କ ନାଁରେ ବାପୁଜୀ ନଗର, ଚନ୍ଦ୍ରଶେଖରପୁର, ସୁନ୍ଦରପୁର, ପଦାସାହି, ଜୁଝାଗଡ଼, ପଥରଗାଡ଼ିଆ, ଦାରୁଠେଙ୍ଗ, ଭାଗବତୀପୁର ଓ ଗିରିଙ୍ଗପୁଟ ମୌଜାରେ ଏହି ସବୁ ଜମି କ୍ରୟ ହୋଇଛି । ଏସବୁ ମଧ୍ୟରେ ଭଗବତୀପୁରଠାରେ ସର୍ବାଧିକ ୬ଟି ସ୍ଥାନରେ ମୋଟ ପ୍ରାୟ ୧୨ ଏକରରୁ ଅଧିକ ଜମି କ୍ରୟ ହୋଇଛି ବୋଲି ଜଣାପଡ଼ିଛି ।

ଅନ୍ୟପକ୍ଷରେ ସରକାରୀ ଉଦ୍ୟୋଗ ସୁନାବେଡ଼ାସ୍ଥିତ ହାଲ୍ କର୍ମଚାରୀଙ୍କ ପାଇଁ ହାଲ୍ ହାଉସିଂ କମିଟି ଦ୍ୱାରା କିଣାଯାଇଥିବା ୪୮ଏକର ଜମିରେ ବେଆଇନ ଭାବେ ଚଂଚକତା କରି ପ୍ରଭାକରନଙ୍କ ପତ୍ନୀ ଜମି କିଣିଥିବାର ଅଭିଯୋଗ ଖୋଦ୍ ହାଲ୍ ହାଉସିଂ କମିଟି ଅଧ୍ୟକ୍ଷ କାଲେଶ୍ୱର ପ୍ରସାଦ ହୋତା ଗତବର୍ଷ ଚନ୍ଦକା ଥାନାରେ କରିଥିଲେ । ଏନେଇ ଏକ ମାମଲା ଆଇପିସିର ଧାରା ୪୪୭,୪୨୬,୪୨୭, ୩୭୯, ୪୦୩, ୪୨୪, ୫୦୬,୪୨୧,୨୯୪,୪୬୭ ଓ ୪୬୮ରେ ଦାଖଲ ହୋଇଥିଲା। ଚନ୍ଦକା ଥାନା ୩ଥର ଏହି ମାମଲା ରୁଜୁ କରିବାକୁ ମନା କରିବା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ୧୨ମେ’ ୨୦୨୨ରେ ପୁଲିସ ମାମଲା ରୁଜୁ କରିଥିଲା। କେବଳ ପ୍ରଭାକରନଙ୍କ ପତ୍ନୀ ନୁହଁନ୍ତି ଏହି ଜମି ଜାଲିଆତି ଘଟଣାରେ ହାଲ୍ ହାଉସିଂ କମିଟି ଅଧ୍ୟକ୍ଷଙ୍କ ଦ୍ୱାରା ବମିଖାଲର ଗୟାଧର ଜେନା ଓ ଖୋର୍ଦ୍ଧା ଜରାସିଙ୍ଗର ପ୍ରବୋଧ କୁମାର ମିଶ୍ରଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଥାନାରେ ଏହି ମାମଲା ରୁଜୁ କରି ପୁଲିସ ବିଶେଷ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଚୁପଚାପ ବସିଥିବା ଜଣାପଡ଼ିଛି ।

Also Read

ସେହିପରି ଏୟାରପୋର୍ଟ ନିକଟରେ ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ୨୨୮ ଡେସିମିଲ୍ ଜମିକୁ ହୃଷିକେଶ ଦାସ ନାମକ ଜଣେ ବ୍ୟକ୍ତିଙ୍କଠୁ ୬.୪୫କୋଟି ଟଙ୍କାରେ କିରୁଥାକି ପ୍ରଭାକରନ କ୍ରୟ କରି ସେଠାରେ ଏକ ହୋଟେଲ ନିର୍ମାଣ କରୁଥିଲେ । କିନ୍ତୁ ଏହାକୁ ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହି ଜମି କିଣାବିକାକୁ ବୋର୍ଡ ଅଫ ରେଭନ୍ୟୁ ରଦ୍ଦ କରି ପୁରୁଣା ଖାତାକୁ ଫେରାଇ ନେଇଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମହାପ୍ରଭୁ ଲିଙ୍ଗରାଜଙ୍କ ରେକର୍ଡକୁ ଫେରିନଥିବା ଜଣାପଡ଼ିଛି । ମହାପ୍ରଭୁଙ୍କ ଏହି ମୂଲ୍ୟବାନ ଜମି କିଣାବିକା ପାଇଁ ଚଂଚକତା ହୋଇଥିବା ସତ୍ତ୍ୱେ ଭୁବନେଶ୍ୱର ତହସିଲଦାର କିମ୍ବା ସବରେଜିଷ୍ଟ୍ରାର କେହି ବି ପ୍ରଭାକରନଙ୍କ ପତ୍ନୀ କିମ୍ବା ବିକ୍ରେତା ହୃଷିକେଶ ଦାସଙ୍କ ନାଁରେ ମାମଲାଟିଏ ରୁଜୁ କରିନଥିଲେ । ଯଦିଓ କିଣାବିକା ସମୟରେ ଏହି ଜମି ଲିଙ୍ଗରାଜ ମହାପ୍ରଭୁ କିମ୍ବା ଦୋବୋତ୍ତର ସମ୍ପତ୍ତି ନୁହେଁ ବୋଲି ପ୍ରଭାକରନଙ୍କ ପତ୍ନୀ ଏକ ସତ୍ୟପାଠ ଦାଖଲ କରିଥିଲେ । ମିଥ୍ୟା ସତ୍ୟପାଠ ଦାଖଲ ପାଇଁ ତାଙ୍କ ବିରୁଦ୍ଧରେ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ଏବେ ପୁଣିଥରେ ଏହି ଜମିରେ ପୂର୍ବଭଳି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ପ୍ରଭାକରନ ହେଉଛନ୍ତି ଖଣି ବ୍ୟବସାୟୀ ତଥା ତ୍ରିବେଣୀ ଆର୍ଥ ମୁଭର୍ସର ମାଲିକ । ଶ୍ରୀ ପ୍ରଭାକରନଙ୍କର ରାଜ୍ୟ ପ୍ରଶାସନ ଉପରେ ଅଖଣ୍ଡ ପ୍ରଭାବ ରହିଥିବା ତଥା ସେ ତୃତୀୟ ମହଲାର ଖାସ୍ ବୋଲି ଚର୍ଚ୍ଚା ହୁଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story