ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍

ଏହି ଚାର୍ଜସିଟ୍‌ରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ବି ଠିକ୍‌ ଭାବେ ହୋଇନଥିବା ଅଭିଯୋଗ ଆସିଛି। ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି। 

Manoj Swain
  • Published: Wednesday, 24 April 2024
  • Updated: 24 April 2024, 04:38 PM IST

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍। ରାଜ୍ୟ କାର୍ଯ୍ୟାଳୟରେ ଏହା ଲୋକାର୍ପିତ ହୋଇଛି। ‘୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା’ ନାଁରେ ଚାର୍ଜସିଟର ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଏହି ଚାର୍ଜସିଟ୍‌ରେ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ବ୍ୟବସ୍ଥା ବି ଠିକ୍‌ ଭାବେ ହୋଇନଥିବା ଅଭିଯୋଗ ଆସିଛି। ଚିଟଫଣ୍ଡ ଦୁର୍ନୀତି, ମହିଳା ବିରୋଧୀ ହିଂସା ସଂପର୍କରେ ମଧ୍ୟ ଚାର୍ଜସିଟରେ ଉଲ୍ଲେଖ ରହିଛି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି, ଓଡ଼ିଶାବାସୀଙ୍କଠାରୁ ତାମିଲନାଡୁକୁ କାହିଁକି ଶସ୍ତା ବିଜୁଳି ଦିଆଯାଉଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos