ମଇଦାନରେ କେତେ ସଫଳ ହେବେ ଧରାକୋଟ ରାଜନନ୍ଦିନୀ ସୁଲକ୍ଷଣା ଗୀତାଞ୍ଜଳୀ?

ସାନଖେମୁଣ୍ଡି ବିଜେଡି ପ୍ରାର୍ଥୀ ହୋଇଛନ୍ତି ସୁଲକ୍ଷଣା ଗୀତାଞ୍ଜଳୀ। ସେ ହେଉଛନ୍ତି ଧରାକୋଟ ମହାରାଜା ଅନନ୍ତ ନାରାୟଣ ସିଂହଦେଓଙ୍କ ନାତୁଣୀ। ଦେଶ ସ୍ୱାଧୀନ ହେବା ପରେ ପ୍ରଥମ କରି ରାଜ ପରିବାରରୁ ଅନନ୍ତ ନାରାୟଣ ସିଂହଦେଓ ରାଜନୀତିକୁ ଆସିଥିଲେ।

Rani PhotoOR

ସୁଲକ୍ଷଣା ଗୀତାଞ୍ଜଳୀ(ଫାଇଲ ଫଟୋ)

Manoranjan Sial
  • Published: Wednesday, 17 April 2024
  • Updated: 17 April 2024, 09:03 PM IST

ରଣାଙ୍ଗନାକୁ ଆସିଲେ ଧରାକୋଟ ରାଜନନ୍ଦିନୀ ସୁଲକ୍ଷଣା ଗୀତାଞ୍ଜଳୀ। ସେ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଏଥର ସାନଖେମୁଣ୍ଡିରେ ହେବ ଜୋରଦାର ଫାଇଟ୍‌। ସୁଲକ୍ଷଣା ଗୀତାଞ୍ଜଳୀଙ୍କୁ କଡ଼ା ଟକ୍କର ଦେବେ କଂଗ୍ରେସ ବିଧାୟକ ରମେଶ ଚନ୍ଦ୍ର ଜେନା। ସେପଟେ ଦେଖିବାକୁ ଗଲେ ରମେଶ ଜେନା କୌଣସି ଗୁଣରେ କମ୍‌ ନୁହଁନ୍ତି। ସେ ପୂର୍ବରୁ ଧରାକୋଟ ରାଜା କିଶୋର ଚନ୍ଦ୍ର ସିଂହଦେଓ ଓ ରାଣୀ ନନ୍ଦିନୀ ଦେବୀଙ୍କୁ କଡ଼ା ଟକ୍କର ଦେଇ ପରାସ୍ତ କରିସାରିଛନ୍ତି। ତେଣୁ ସେ ରାଜନନ୍ଦିନୀଙ୍କୁ ହାଲ୍‌କା ଭାବେ ନେଉନଥିବା ଚର୍ଚ୍ଚା ହେଉଛି।

ସାନଖେମୁଣ୍ଡି ବିଜେଡି ପ୍ରାର୍ଥୀ ହୋଇଛନ୍ତି ସୁଲକ୍ଷଣା ଗୀତାଞ୍ଜଳୀ। ସେ ହେଉଛନ୍ତି ଧରାକୋଟ ମହାରାଜା ଅନନ୍ତ ନାରାୟଣ ସିଂହଦେଓଙ୍କ ନାତୁଣୀ। ଦେଶ ସ୍ୱାଧୀନ ହେବା ପରେ ପ୍ରଥମ କରି ରାଜ ପରିବାରରୁ ଅନନ୍ତ ନାରାୟଣ ସିଂହଦେଓ ରାଜନୀତିକୁ ଆସିଥିଲେ। ୧୯୬୭ ମସିହାରେ ସେ ସ୍ଵତନ୍ତ୍ର ଦଳରୁ ପ୍ରାର୍ଥୀ ହୋଇ ସୋରଡା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ୧୯୭୧ରେ ପୁଣି ଥରେ ସ୍ୱତନ୍ତ୍ର ଦଳରୁ ସୋରଡା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

Also Read

୧୯୭୭ ମସିହାରେ ଦେଶରେ କଂଗ୍ରେସ ବିରୋଧୀ ହାୱା ବହୁଥିଲେ। ସେତିକି ବେଳେ ଅନନ୍ତ ନାରାୟଣ ସିଂହଦେଓ ଜନତା ପାର୍ଟିରେ ଯୋଗ ଦେଇଥିଲେ। ପରେ ସୋରଡା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ପରବର୍ତ୍ତୀ ସମୟରେ ସେ ୧୯୮୯ ମସିହାରେ ଆସିକା ସଂସଦୀୟ କ୍ଷେତ୍ରରୁ ସଂସଦକୁ ନିର୍ବାଚିତ ହୋଇଥିଲେ। ୧୯୯୦ ମସିହାରେ ଜନତା ଦଳ ଟିକଟରୁ ତାଙ୍କ ଧର୍ମପତ୍ନୀ ରାଣୀ ଶାନ୍ତିଦେବୀ ସୋରଡା ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ।

୧୯୯୫ ମସିହାରେ ବିଜେପି ଟିକଟରେ ଅନନ୍ତ ନାରାୟଣ ପୁଣି ଥରେ ସୋରଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜୟ ଲାଭ କରିଥିଲେ। ରାଜାଙ୍କ ନିଧନ ପରେ ପୁତ୍ର କିଶୋର ଚନ୍ଦ୍ର ସିଂହଦେଓ ମଇଦାନକୁ ଲମ୍ଫ ମାରିଥିଲେ। ବିଜେଡି ଓ ବିଜେପି ମେଣ୍ଟରେ ସମୟରେ ବିଜେପି ପ୍ରାର୍ଥୀ ହୋଇଥିଲେ। ଆଉ ସୋରଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇ ବିଧାନସଭାକୁ ଯାଇଥିଲେ।

୨୦୧୧ ମସିହାରେ କିଶୋର ଚନ୍ଦ୍ର ସିଂହଦେଓଙ୍କ ମୃତ୍ୟୁ ଘଟିଥିଲା। ବାପାଙ୍କ ମୃତ୍ୟୁ ଖବର ପାଇ ମାମୁ ଘର ରାୟପୁରରେ ପଢ଼ୁଥିବା ଝିଅ ସୁଲକ୍ଷଣା ଗୀତାଞ୍ଜଳୀ ଧରାକୋଟ ଫେରି ଆସିଥିଲେ। ରାଜା କିଶୋର ଚନ୍ଦ୍ର ସିଂହଦେଓଙ୍କର ପୁଅ ନଥିବାରୁ ସୁଲକ୍ଷଣା ଗୀତାଞ୍ଜଳିଙ୍କୁ ରାଜା ଭାବେ ଅଭିଷେକ କରାଯାଇଥିଲା। ତା’ପରେ ଗୀତାଞ୍ଜଳି ରାଜ କାର୍ଯ୍ୟ ସମ୍ପାଦନ କରିଥିଲେ। ପାଠ ପଢ଼ିବା ସହିତ ସମସ୍ତ ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇଥିଲେ।

ଝିଅ ରାଜକାର୍ଯ୍ୟ ବୁଝିବା ପରେ ମାଆ ତଥା କିଶୋର ଚନ୍ଦ୍ର ସିଂହଦେଓଙ୍କ ପତ୍ନୀ ନନ୍ଦିନୀ ଦେବୀ ରାଜନୀତିକୁ ଏଣ୍ଟ୍ରି ମାରିଥିଲେ। ସେ ୨୦୧୪ ମସିହାରେ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ଦଳ ତାଙ୍କୁ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ଆଉ ସେହି ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ହେଲେ ୨୦୧୯ ସାଧାରଣ ନିର୍ବାଚନରେ ସେ ପରାଜୟ ବରଣ କରିଥିଲେ। କଂଗ୍ରେସର ରମେଶ ଜେନାଙ୍କଠାରୁ ପରାସ୍ତ ହୋଇଥିଲେ। ରାଣୀ ନନ୍ଦିନୀ ଦେବୀଙ୍କ ପରାସ୍ତ ପରେ ଧରାକୋଟ ରାଜନୀତି ଶେଷ ହୋଇଗଲା ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏହି ଚର୍ଚ୍ଚା ଆଲୋଚନାର ପୂର୍ଣ୍ଣଚ୍ଛେଦ ପକାଇଥିଲେ ରାଜକୁମାରୀ ସୁଲକ୍ଷଣା ଗୀତାଞ୍ଜଳୀ।

ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସୁଲକ୍ଷଣା ଗୀତାଞ୍ଜଳୀ ମଇଦାନକୁ ଓହ୍ଲାଇଥିଲେ। ଲୋକଙ୍କ ପାଖକୁ ଯାଇଥିଲେ। ଲୋକଙ୍କ ସମସ୍ୟା ବୁଝିଥିଲେ। ଆଉ ନିର୍ବାଚନରେ ଅଂଶଗ୍ରହଣ କରିଥିଲେ। ସମିତି ସଭ୍ୟା ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଆଉ ରାଜକୁମାରୀଙ୍କ ମୁଣ୍ଡରେ ଆଶୀର୍ବାଦ ଢ଼ାଳି ଦେଇଥିଲେ ଜନତା। କଂଗ୍ରେସ ଗଡ଼ରେ ବିଜେଡିର ବାନା ଉଡ଼ାଇଥିଲେ ଗୀତାଞ୍ଜଳି। ଆଉ ବନି ଯାଇଥିଲେ ଧରାକୋଟ୍‌ ବ୍ଳକ ଅଧ୍ୟକ୍ଷା। ଲୋକଙ୍କ ପାଖେ ପାଖେ ରହୁଥିଲେ। ଏବେ ସେ ଲୋକଙ୍କ କଥା ବୁଝିବା ସହିତ ଭୁବନେଶ୍ୱରରେ ଆଇନ୍‌ ପାଠ ପଢ଼ୁଛନ୍ତି।

ଚଳିତ ସାଧାରଣ ନିର୍ବାଚନରେ ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରୁ କିଏ ହେବେ ବିଜେଡି ପ୍ରାର୍ଥୀ? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା। ରାଜ ପରିବାରରୁ କାହାରିକୁ ଟିକଟ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ସମସ୍ତଙ୍କୁ ଚକିତ କରି ମୁଖ୍ୟମନ୍ତ୍ରୀ ଆଜି ସୁଲକ୍ଷଣା ଗୀତାଞ୍ଜଳୀଙ୍କ ନାଁ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ସାନଖେମୁଣ୍ଡିରେ ଉତ୍ସବର ମାହୋଲ୍‌ ସୃଷ୍ଟି ହୋଇଛି। ବିଜେଡି କର୍ମୀ ଓ ରାଜ ପରିବାର ସହିତ ଯୋଡ଼ି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଖୁସି ଖେଳି ଯାଇଛି। ସେପଟେ ପ୍ରାର୍ଥୀ ଘୋଷଣା ପରେ ଖୁସି ବ୍ୟକ୍ତି କରିଛନ୍ତି ସୁଲକ୍ଷଣା ଗୀତାଞ୍ଜଳୀ। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ, 5-T ଅଧ୍ୟକ୍ଷ ଓ ସଙ୍ଗଠନ ସମ୍ପାଦକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେପଟେ ଦେଖିବାକୁ ଗଲେ ରାଜକୁମାରୀଙ୍କ ପାଇଁ ଜିତିବା ଏତେ ସହଜ ହେବନାହିଁ। କାରଣ ଚଳିତ ନିର୍ବାଚନରେ ମଇଦାନ୍‌ରେ କଂଗ୍ରେସରୁ ବିଧାୟକ ରମେଶ ଚନ୍ଦ୍ର ଜେନା ଓ ବିଜେପିରୁ ଉତ୍ତମ ପାଣିଗ୍ରାହୀ ଅଛନ୍ତି। ୨୦୦୯ରୁ ଆଜି ପର୍ଯ୍ୟନ୍ତ ଏଠାରୁ ରମେଶ ଜେନା ଦୁଇ ଥର ବିଧାୟକ ହୋଇଛନ୍ତି। ତାଙ୍କର ତୃଣମୂଳ ସ୍ତରରେ ଗୋଟିଏ ବଡ଼ ସଙ୍ଗଠନ ରହିଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ବିଳମ୍ୱରେ ଟିକଟ ଘୋଷଣା ଯୋଗୁ ସୁଲକ୍ଷଣା ଗୀତାଞ୍ଜଳୀ ତୃଣମୂଳ ସ୍ତରରେ ପହଞ୍ଚିବା କଷ୍ଟକର ହେବ। ତଥାପି ଜୋରଦାର ଫାଇଟ୍‌ ହେବ ବୋଲି ଆଶା କରିଛନ୍ତି ବୁଦ୍ଧିଜୀବୀ।

୨୦୦୯ ମସିହାରେ ପୁନର୍ଗଠନ ହୋଇଥିବା ସାନଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ସୁଲକ୍ଷଣା ଗୀତାଞ୍ଜଳୀଙ୍କ ବାପା କିଶୋର ଚନ୍ଦ୍ର ସିଂହଦେଓଙ୍କୁ ପରାସ୍ତ କରିଥିଲେ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନା। ସେ ୨୫ ହଜାରରୁ ଅଧିକ ଭୋଟ୍‌ରେ ଜିତିଥିଲେ। କିନ୍ତୁ ୨୦୧୪ ମସିହାରେ ହୋଇଥିବା ସାଧାରଣ ନିର୍ବାଚନରେ ବାଜି ଓଲଟିଥିଲା। କଂଗ୍ରେସ ପ୍ରାର୍ଥୀ ରଞ୍ଜନ ଜେନାଙ୍କୁ ପରାସ୍ତ କରିଥିଲେ ସୁଲକ୍ଷଣା ଗୀତାଞ୍ଜଳୀଙ୍କ ମାଆ ନନ୍ଦିନୀ ଦେବୀ। ହେଲେ ୨୦୧୯ ନିର୍ବାଚନରେ ନନ୍ଦିନୀ ଦେବୀ ପରାସ୍ତ ହୋଇଥିଲେ। ସେ ରମେଶ ଜେନାଙ୍କଠାରୁ ପରାସ୍ତ ହୋଇଥିଲେ।

ରିପୋର୍ଟ- ଦିଗପହଣ୍ଡିରୁ ସତ୍ୟ ନାରୟଣ ପାଢ଼ୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story