ସୁବିଧାବାଦୀ ନୀତୀଶ, କେବେ BJP ତ କେବେ RJD

ଗତ ୯ ବର୍ଷରେ ନୀତୀଶ ୪ ଥର ଦଳବଦଳ କରି ସାରିଛନ୍ତି।

Nitish Kumar

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

Madhupriya Mistry
  • Published: Sunday, 28 January 2024
  • Updated: 28 January 2024, 03:34 PM IST

Sports

Latest News

ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର। ତାଙ୍କୁ କେହି କେହି ପଲଟୁରାମ ତ ଆଉ କିଏ ବହୁରୂପି ଏଣ୍ଡୁଅ ବୋଲି କୁହନ୍ତି। ଆଉ କେହି ତାଙ୍କୁ କୁହନ୍ତି ସୁବିଧାବାଦୀ। କାରଣ ସେ କେବେ ବିଜେପି ଆଡକୁ ଢ଼ଳୁଛନ୍ତି ତ ଆଉ କେବେ ଆର୍‌ଜେଡି ଆଡକୁ। ଯେଉଁଠି ତାଙ୍କର ଫାଇଦା ସେ ସେହି ଆଡକୁ ୟୁ-ଟର୍ଣ୍ଣ ମାରୁଛନ୍ତି। ଏବେ ପୁଣିଥରେ ବିହାର ମହାମେଣ୍ଟକୁ ସେ ଦ୍ୱିତୀୟ ଥର ପାଇଁ ଅଧ ରାସ୍ତାରେ ଛାଡି ଚାଲିଯାଇଛନ୍ତି।

ନୀତୀଶ କୁମାର ଓ ତାଙ୍କ ଜେଡିୟୁ ପୁଣି ଥରେ ବିଜେପି ଆଡକୁ ଢ଼ଳିଛି। ରବିବାର ଜେଡିୟୁର ବିଧାୟକ ଦଳ ବୈଠକ ପରେ ସେ ମହାମେଣ୍ଟ ସରକାରଙ୍କୁ ଇସ୍ତଫା ଦେଇଛନ୍ତି। ଗତ ୯ ବର୍ଷରେ ନୀତୀଶ ୪ ଥର ଦଳବଦଳ କରିଛନ୍ତି। ଚଳିତ ଇସ୍ତଫାକୁ ମିଶାଇ ସେ ୮ ଥର ମୁଖ୍ୟମନ୍ତ୍ରୀ ପଦ ଛାଡିଛନ୍ତି। ଗତ ୨୮ ବର୍ଷ ମଧ୍ୟରେ ସେ ତୃତୀୟ ଥର ପାଇଁ ବିଜେପି ଶିବିର ମୁହାଁ ହୋଇଛନ୍ତି। ସେ ଅଗଷ୍ଟ ୨୦୨୨ ରେ ବିଜେପି ଛାଡିଥିଲେ। ଆଉ ଏବେ ଦୁଇ ବର୍ଷ ନ ପୂରୁଣୁ ସେ ପୁଣି ଏନଡିଏରେ ଯୋଗ ଦେଇଛନ୍ତି।

Also Read

- ୧୯୯୬ ରେ ନୀତୀଶ ପ୍ରଥମ ଥର ପାଇଁ ବିଜେପି ସହ ମେଣ୍ଟ କରିଥିଲେ। ୩ ମାର୍ଚ୍ଚ ୨୦୦୦ରେ ନୀତୀଶ କୁମାର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତଥାପି, ସଂଖ୍ୟା ଗରିଷ୍ଠତା ହାସଲ କରି ନ ଥିବାରୁ ତାଙ୍କୁ ୭ ଦିନ ମଧ୍ୟରେ ଏହି ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହି ପଦ ଛାଡି ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଥିଲେ।

- ନଭେମ୍ବର ୨୦୦୫ ରେ ବିହାରରେ ଅନୁଷ୍ଠିତ ନିର୍ବାଚନରେ ନୀତୀଶ ଦ୍ୱିତୀୟ ଥର ପାଇଁ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ବିଜେପି ଜେଡିୟୁ ମେଣ୍ଟ ପାଖରେ ସଂଖ୍ୟାଗରିଷ୍ଠତା ଥିଲା।

- ୨୦୧୦ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ନୀତୀଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଦଳର ପ୍ରଦର୍ଶନ ଭଲ ନ ଥିବାରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

- ୧୯୯୬ ରୁ ୨୦୧୩ ପର୍ଯ୍ୟନ୍ତ ନୀତୀଶ ବିଜେପି ସହିତ ଥିଲେ। ଯେତେବେଳେ ନରେନ୍ଦ୍ର ମୋଦିଙ୍କୁ ବିଜେପି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଗଲା, ସେତେବେଳେ ସେ ଏନଡିଏଠାରୁ ଅଲଗା ହୋଇଥିଲେ। ସେ ଆର୍‌ଜେଡି ସହ ମିଶି ସରକାର ଗଠନ କରିଥିଲେ। ୨୦୧୪ରେ ଲୋକସଭା ନିର୍ବାଚନରେ ଜେଡିୟୁର ପରାଜୟ ପରେ ନୀତୀଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥଇଲେ।

- ୨୦୧୪ରୁ ୨୦୧୫ ମଧ୍ୟରେ ଜୀତନ ରାମ ମାଞ୍ଝିଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ତେବେ ୨୦୧୫ ରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଥିଲା, ନୀତୀଶ ମାଞ୍ଝିଙ୍କୁ ହଟାଇ ପୁଣି ଥରେ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ।

- ୨୦୧୫ ବିଧାନସଭା ନିର୍ବାଚନରେ ଏନଡିଏ ବିରୋଧରେ ମହାମେଣ୍ଟ (ଜେଡିୟୁ, ଆରଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳ) ର ବିଜୟ ପରେ ନୀତୀଶ କୁମାର ପୁଣି ଥରେ ବିହାରର ଶାସନ ଭାର ନିଜ ହାତକୁ ନେଇଥିଲେ। ଏହାକୁ ମିଶାଇ ନୀତୀଶ ପଞ୍ଚମ ଥର ପାଇଁ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

- ନୀତୀଣଙ୍କ ମହାମେଣ୍ଟ ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଥିବା ତେଜସ୍ୱୀ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ନୀତୀଶ କୁମାର ମେଣ୍ଟରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ସେ ୨୬ ଜୁଲାଇ ୨୦୧୭ ରେ ଏହି ପଦରୁ ଇସ୍ତଫା ଦେଇଥିଲେ। ପୁଣି ଥରେ ଏନଡିଏରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିଥିଲେ।

- ୨୦୧୯ ଲୋକସଭା ନିର୍ବାଚନ ଓ ୨୦୨୦ ବିହାର ନିର୍ବାଚନ ଜେଡିୟୁ ବିଜେପି ସହ ମିଶି ଲଢ଼ିଥିଲା। ନିର୍ବାଚନରେ ଜେଡିୟୁ ମାତ୍ର ୧୬ଟି ଆସନରେ ଜିତିଥିଲା। କିନ୍ତୁ ବିଧାନସଭା ନିର୍ବାଚନରେ ଦଳ ମାତ୍ର ୪୩ଟି ଆସନରେ ବିଜୟ ହାସଲ କରି ସୀମିତ ରହିଥିଲା। ଏହା ସତ୍ତ୍ୱେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

- ୨୦୨୨ରେ ନୀତୀଶ କୁମାରଙ୍କ ବିଜେପି ସହ ପୁଣି ଆରମ୍ଭ ହୋଇଯାଇଥିଲା ତୁ ତୁ ମେଁ ମେଁ। କନ୍ଦଳ ବଢ଼ିବା ପରେ ୯ ଅଗଷ୍ଟ ୨୦୨ରେ ବିଜେପି ଠାରୁ ଅଲଗା ହୋଇଥିଲେ ନୀତୀଶ। ନୀତୀଶ କୁମାର ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ(ଆର୍‌ଜେଡି ଓ କଂଗ୍ରେସ)ରେ ଯୋଗଦେବାକୁ ଘୋଷଣା କରିଥିଲେ। ଏହା ସହ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ନୀତୀଶ କୁମାର।

- ଏବେ ୨୮ ଜାନୁଆରୀ ୨୦୨୪ ରେ, ସେ ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସେ ଭାଜପା ସହାୟତାରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story