'ଓଡ଼ିଶାରେ ଜଣେ ଯୁବ, ସୁସ୍ଥ ଏବଂ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ଦରକାର'

'ରାଜ୍ୟରେ ବିଜେପି ସରକାର କରିବ । ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଓ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଛନ୍ତି'

Manoj Swain
  • Published: Friday, 26 April 2024
  • Updated: 26 April 2024, 12:45 PM IST

କେନ୍ଦ୍ରରେ ମୋଦି ସରକାର, ଓଡ଼ିଶାରେ ବିଜେପି ସରକାର। ଏଭଳି ସ୍ଲୋଗାନ ଦେବାକୁ ଦଳୀୟ ପ୍ରାର୍ଥୀ ଓ କର୍ମକର୍ତ୍ତାଙ୍କୁ ଆହ୍ୱାନ କରିଛନ୍ତି ବିଜେପିର ଚାଣକ୍ୟ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ । ଗତକାଲି ଓଡ଼ିଶାରେ ନିର୍ବାଚନୀ ବିଗୁଲ ଫୁଙ୍କିଥିବା ଶ୍ରୀ ଶାହ ସୋନପୁରରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ଭୁବନେଶ୍ୱରରେ ଦଳୀୟ ପ୍ରଭାରୀ, ସଂଯୋଜକ, ପ୍ରାର୍ଥୀ ଓ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇ ଦିଲ୍ଲୀ ଫେରି ଯାଇଥିବା ଜଣାପଡ଼ିଛି। ତେବେ ବିଜେପି କର୍ମକର୍ତ୍ତାଙ୍କୁ ଅମିତ୍ ଶାହଙ୍କ ଗୁରୁମନ୍ତ୍ର ସମ୍ପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ରାଜ୍ୟରେ ବିଜେପି ସରକାର କରିବ । ଓଡ଼ିଶାରେ ଜଣେ ଯୁବକ, ସୁସ୍ଥ ଓ ସ୍ପଷ୍ଟ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର ବୋଲି ଶାହ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos