ବ୍ଲାକରୋଜ୍ ଜାହାଜ ବୁଡ଼ି: ବିନା ତଦନ୍ତରେ କେସ୍ ବନ୍ଦ କଲା ସିବିଆଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦର ନିକଟରେ ସମୁଦ୍ର ଭିତରେ ବହୁଚର୍ଚ୍ଚିତ ଏମଭି ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲାକୁ ସିବିଆଇ ବିନା ତଦନ୍ତରେ ବନ୍ଦ କରିଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ନମିଳିବା ତଥା ଏ ସଂକ୍ରାନ୍ତ ଦସ୍ତାବିଜ ଅଭାବରୁ ସିବିଆଇ ଏହି ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲାର ତଦନ୍ତ ନକରି ଏହାକୁ ବନ୍ଦ କରିଦେଇଥିବା ସୂଚନା ମିଳିଛି । ସୂଚନା ଅଧିକାର ଆଇନ ବଳରେ ସିବିଆଇ ଦେଇଥିବା ତଥ୍ୟ ସମ୍ପର୍କରେ ଆଜି ଏକ ସାମ୍ବାଦିକ […]

Congress

Congress

Ordigital Desk
  • Published: Tuesday, 06 December 2022
  • Updated: 06 December 2022, 09:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାରାଦୀପ ବନ୍ଦର ନିକଟରେ ସମୁଦ୍ର ଭିତରେ ବହୁଚର୍ଚ୍ଚିତ ଏମଭି ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲାକୁ ସିବିଆଇ ବିନା ତଦନ୍ତରେ ବନ୍ଦ କରିଦେଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗ ନମିଳିବା ତଥା ଏ ସଂକ୍ରାନ୍ତ ଦସ୍ତାବିଜ ଅଭାବରୁ ସିବିଆଇ ଏହି ବ୍ଲାକରୋଜ୍ ଜାହାଜ ବୁଡ଼ି ମାମଲାର ତଦନ୍ତ ନକରି ଏହାକୁ ବନ୍ଦ କରିଦେଇଥିବା ସୂଚନା ମିଳିଛି ।

ସୂଚନା ଅଧିକାର ଆଇନ ବଳରେ ସିବିଆଇ ଦେଇଥିବା ତଥ୍ୟ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା କର୍ମୀ ପ୍ରଦୀପ ପ୍ରଧାନ କହିଛନ୍ତି ଯେ, ୨୦୦୯ ମସିହାରେ ୨୩୮୪୭ ମେଟ୍ରିକ ଟନ୍ ଲୁହାପଥର ଓ ୯୨୦ ମେଟ୍ରିକ ଟନ୍ ଫରନେସ ତେଲ ନେଇ ଚୀନ ଅଭିମୁଖେ ଯାଉଥିବା ଏମଭି ବ୍ଲାକରୋଜ୍ ନାମକ ଜାହାଜ ପାରାଦୀପ ବନ୍ଦରଠାରୁ ୫ କିମି ଦୂରରେ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲା । ନକଲି କାଗଜପତ୍ର ପ୍ରସ୍ତୁତ କରି ବେଆଇନ ଭାବେ ଏହି ଲୁହାପଥର ଚୋରାଚାଲାଣ କରାଯାଉଥିଲା ବୋଲି ବିରୋଧୀ ଦଳ ଅଭିଯୋଗ କରିବା ସହ ସିବିଆଇ ତଦନ୍ତ ଦାବି କରିଥିଲେ । ତେବେ ଏହି ଜାହାଜ ବୁଡ଼ି ଘଟଣାର ତଦନ୍ତର ଅଗ୍ରଗତି ସମ୍ପର୍କରେ ୨୦୨୨ ମେ’ ୧୧ତାରିଖରେ ସୂଚନାକର୍ମୀ ଶ୍ରୀ ପ୍ରଧାନ ସିବିଆଇକୁ ଏ ସଂକ୍ରାନ୍ତ ତଥ୍ୟ ମାଗିଥିଲେ ଓ ଯାହାର ଉତ୍ତର ତାଙ୍କୁ ୨୦୨୨ ନଭେମ୍ବର ୭ତାରିଖରେ ମିଳିଥିଲା ।

ସେ କହିଛନ୍ତି ଯେ, ଏହି ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା କରାଇବା ନିମନ୍ତେ ଗୁରୁପ୍ରସାଦ ମହାନ୍ତି ଏବଂ ସିବିଆଇ ତଦନ୍ତ ଦାବିରେ ଶଙ୍ଖନାଦ ବେହେରା ନାମକ ଦୁଇଜଣ ବ୍ୟକ୍ତି ଦୁଇଟି କେସ୍ ହାଇକୋର୍ଟରେ ଦାଏର କରିଥିଲେ । ସିବିଆଇ ମଧ୍ୟ ୨୦୦୯ ମସିହାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କୋର୍ଟ ନିର୍ଦ୍ଦେଶ ଦେଲେ ଜାହାଜ ବୁଡ଼ି ମାମଲାର ତଦନ୍ତ କରିବାକୁ ପ୍ରସ୍ତୁତ ଥିବା କହିଥିଲା । ତେବେ ଆବେଦନକାରୀ ଶଙ୍ଖନାଦ ବେହେରାଙ୍କ ମୃତ୍ୟୁ ଯୋଗୁ ହାଇକୋର୍ଟ ଉକ୍ତ ମାମଲାକୁ ଖାରଜ କରିଦେଇଥିଲେ । କିନ୍ତୁ ସେହି ସମୟରେ କେନ୍ଦ୍ର ଜାହାଜ ମନ୍ତ୍ରଣାଳୟକୁ ଚିଠି ଲେଖି ତତକାଳୀନ ସିବିଆଇ ନିର୍ଦ୍ଦେଶକ ବ୍ଲାକରୋଜ୍ ବୁଡ଼ି ଘଟଣାରେ ଓଡ଼ିଶା ହାଇକୋର୍ଟରେ ମାମଲା ରୁଜୁ ପାଇଁ ଅନୁରୋଧ କରିଥିଲେ । କିନ୍ତୁ ମନ୍ତ୍ରଣାଳୟ ନିରବ ରହିଥିଲା ।

ଏହାପରେ ପାରାଦୀପ ପୋର୍ଟର ଦୁଇଜଣ ଟ୍ରଷ୍ଟି ଭୁବନମୋହନ ଜେନା(୨୦୧୬ ଜୁଲାଇ ୨୯ ଓ ସେପ୍ଟେମ୍ବର ୯) ଓ ପ୍ରତାପ କୁମାର ମିଶ୍ର ( ୨୦୧୬ ଜୁଲାଇ ୨୯ ଓ ୨୦୧୮ ଜାନୁୟାରୀ ୩୧)ଙ୍କ ଲିଖିତ ଅଭିଯୋଗକୁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟର ତତକାଳୀନ ଅନୁସଚିବ ଶଙ୍କର ଚୌଧୁରୀ ୨୦୧୮ ଜୁନ୍ ୨୦ତାରିଖରେ ସିବିଆଇ ନିର୍ଦ୍ଦେଶକଙ୍କ ନିକଟକୁ ପଠାଇ ତଦନ୍ତ ପାଇଁ ଅନୁରୋଧ କରିଥିଲେ ।

ସିବିଆଇ ଏହି ଜାହାଜ ବୁଡ଼ି ଘଟଣାର ଅନୁଧ୍ୟାନ କରି ଜାଣିବାକୁ ପାଇଥିଲା ଯେ, ପାରାଦୀପ ମେରାଇନ ପୁଲିସ ଥାନାରେ ବ୍ଲାକରୋଜ୍ ବୁଡ଼ିକୁ ନେଇ ୨୦୦୯ ଅକ୍ଟୋବର ୯ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଛି । ଓଡ଼ିଶା କ୍ରାଇମବ୍ରାଂଚ ମଧ୍ୟ ଏହି ମାମଲାରେ ପିଏସିଏମଏଆର ସିପିଂ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ କୋକ୍ ସିଟକିଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି ।

ସିବିଆଇ ଏହି ସବୁ ତଥ୍ୟ ଜାଣିବା ପାଇଁ ଏ ସଂକ୍ରାନ୍ତ ମାମଲାର ସମସ୍ତ ଦସ୍ତାବିଜ ଦେବାକୁ ଓଡ଼ିଶାର ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ରାଜ୍ୟ ସରକାର କିନ୍ତୁ ଏହି ତଦନ୍ତକୁ ଚାପି ରଖିବା ନିମନ୍ତେ କୌଣସି ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରିନଥିଲେ । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅସହଯୋଗ ଯୋଗୁ ସିବିଆଇ ବ୍ଲାକରୋଜ୍ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିପାରିନଥିଲା ଓ ଏହି ମାମଲାକୁ ବନ୍ଦ କରିବା ନିମନ୍ତେ ବାଧ୍ୟ ହୋଇଥିଲା । ଆଉ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି ଏହି ବ୍ଲାକରୋଜ୍ ବୁଡ଼ି ମାମଲାକୁ ରଫାଦଫା କରିଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ସେହିପରି ସୂଚନା କର୍ମୀ ଶ୍ରୀକାନ୍ତ ପକାଳ କହିଛନ୍ତି ଯେ, ଆସନ୍ତା ଜାନୁୟାରୀ ମାସରେ ଏହି ବ୍ଲାକରୋଜ୍ ବୁଡ଼ି ଘଟଣାରେ ରାଜନୀତିକ ଦିଗକୁ ଉନ୍ମୋଚନ କରାଯିବ । ଏହି ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଆମେ ଏବେ ଆର୍ଥିକ ସକ୍ଷମ ନାହୁଁ । କିନ୍ତୁ ସିବିଆଇ ତଦନ୍ତ ପୁଣିଥରେ ଆରମ୍ଭ ପାଇଁ ଆମେ ପ୍ରୟାସ କରିବୁ । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story