ମଣିପୁର ଝଡ଼; ଆଜି ସଂସଦରେ ଆସିପାରେ ଅବିଶ୍ୱାସ ପ୍ରସ୍ତାବ, ହ୍ୱିପ ଜାରି କଲା କଂଗ୍ରେସ

କଂଗ୍ରେସ ନିଜ ସାଂସଦମାନଙ୍କୁ ହ୍ୱିପ ଜାରି କରି ବୁଧବାର ପୂର୍ବାହ୍ନ ସାଢେ ୧୦ଟା ବେଳେ ସଂସଦ ଭବନସ୍ଥିତ ସିପିପି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କହିଛି।

Parliament

ପାର୍ଲାମେଣ୍ଟ ।

Niharika Rout
  • Published: Wednesday, 26 July 2023
  • Updated: 26 July 2023, 09:02 AM IST

ସଂସଦରେ ଥମୁନି ମଣିପୁର ଝଡ଼। ମଣିପୁର ହିଂସାକୁ ନେଇ ଚାରି ଦିନ ହେଲାଣି ଅଚଳ ପାର୍ଲିଆମେଣ୍ଟ। ଲଗାତାର ୪ ଦିନ ହେଲାଣି ହୋହାଲ୍ଲା ପରେ ଆଜି ସରକାରଙ୍କ ବିପକ୍ଷରେ ଆଜି ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀ। ଏ ନେଇ ବିରୋଧୀ ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଯୋଜନା। ଏଥିସହ ଆଜି ସଂସଦ ଭବନରେ ଉପସ୍ଥିତ ରହିବାକୁ କଂଗ୍ରେସ ନିଜ ସାଂସଦମାନଙ୍କୁ ହ୍ୱିପ ଜାରି କରିଛି।

କଂଗ୍ରେସ ନିଜ ସାଂସଦମାନଙ୍କୁ ହ୍ୱିପ ଜାରି କରି ବୁଧବାର ପୂର୍ବାହ୍ନ ସାଢେ ୧୦ଟା ବେଳେ ସଂସଦ ଭବନସ୍ଥିତ ସିପିପି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ କହିଛି। ଏଥିନିମନ୍ତେ ୫୦ ସାଂସଦଙ୍କ ଦସ୍ତଖତ ସଂଗ୍ରହ କରାଯାଇଥିବା ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ।

ମଣିପୁର ପ୍ରସଙ୍ଗରେ ଗତ କିଛି ଦିନ ହେବ ଉତ୍ତେଜନା ଜାରି ରହିଛି। ଏହାକୁ ନେଇ ଗତକାଲି ମଧ୍ୟ ସଂସଦରେ ହଙ୍ଗାମା ହୋଇଥିଲା। ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ଦାବି କରି ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ହୋହଲ୍ଲା କରିଥିଲେ ବିରୋଧୀ। ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଉଭୟ ଗୃହକୁ ଏକାଧିକବାର ବାର ମୁଲତବୀ କରାଯାଇଥିଲା।

Also Read

ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ବୟାନ ଦାବି କରୁଛନ୍ତି। ସେପଟେ ସୋମବାର କେନ୍ଦ୍ର ଗୃହ ମନ୍ତ୍ରୀ କହିଥିଲେ ଯେ, ସରକାର ଆଲୋଚନା ପାଇଁ ରାଜି ଅଛନ୍ତି, କିନ୍ତୁ ବିରୋଧୀ ଗୃହକୁ ଅଚଳ କରି ରଖିଛନ୍ତି।

ବିପକ୍ଷ ନେତାଙ୍କ କହିବାନୁଯାୟୀ, ଗୃହରେ ଅବିଶ୍ୱାସ ପ୍ରସ୍ତାବ ଆସିବା ଦ୍ୱାରା ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା କରିବାକୁ ବାଧ୍ୟ ହେବେ ଓ ଏଥିପାଇଁ ପ୍ରଧାନମନ୍ତ୍ରୀ ଉତ୍ତରଦାୟୀ ରହିବେ।

କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ କହିବାନୁଯାୟୀ, ସରକାରଙ୍କ ଉପରୁ ଲୋକଙ୍କ ଭରସା ଉଠି ଗଲାଣି। ତେଣୁ ଆମେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ସ୍ଥିର କରିଛୁ। ପ୍ରଧାନମନ୍ତ୍ରୀ ମଣିପୁର ପ୍ରସଙ୍ଗରେ ଆଲୋଚନାରୁ ସବୁବେଳେ ଦୂରେଇ ରହୁଛନ୍ତି। ସଂସଦ ବାହାରେ ଯାହା କହୁଛନ୍ତି, ସଂସଦ ଭିତରେ ତାହାକୁ ଅସ୍ୱୀକାର କରୁଛନ୍ତି। ମଣିପୁର ପ୍ରସଙ୍ଗ ନେଇ ଆମେ ବାରମ୍ବାର ତାଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରି ବିଫଳ ହେଲୁ। ଫଳରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ନିଷ୍ପତ୍ତି ନେଇଛୁ।

ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ଚାହୁଁଥିବା ବିପକ୍ଷ ଦଳ ପ୍ରଥମେ ଏଥିନିମନ୍ତେ ସଂସଦର ଅନୁମତି ମାଗିବେ। ଏଥିନିମନ୍ତେ ଲୋକସଭା ବାଚସ୍ପତିଙ୍କ ଅନୁମତି ମଗାଯିବ । କାରଣ ବାଚସ୍ପତି ହିଁ ପ୍ରସ୍ତାବ ଆଲୋଚନା ନିମନ୍ତେ ଅନୁମତି ଦେବେ। ଲୋକସଭାରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିବାକୁ ୫୦ ବିରୋଧୀ ସାଂସଦଙ୍କ ସମର୍ଥନ ହେବା ଆବଶ୍ୟକ । ବାଚସ୍ପତିଙ୍କ ଅନୁମତି ମିଳିବାର ୧୦ ଦିନ ମଧ୍ୟରେ ହେବ ଆଲୋଚନା । ଏକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ତର୍କବିତର୍କ ପରେ ହେବ ଭୋଟିଂ।  

ଯଦି ସଂସଦରେ ୫୧% ସାଂସଦ ଅବିଶ୍ୱାସ ପ୍ରସ୍ତାବ ପକ୍ଷରେ ମତଦାନ କରନ୍ତି, ତେବେ ଏହା ସ୍ପଷ୍ଟ ହୁଏ ଯେ କ୍ଷମତାସୀନ ସରକାର ବହୁମତ ହରାଇ ସାରିଛି। ଏହାପରେ ସରକାର ନିଜ ବହୁମତ ସାବ୍ୟସ୍ତ କରିବେ, ନଚେତ ଇସ୍ତଫା ଦେବେ।

ବିପକ୍ଷ ଦଳ ସବୁବେଳେ ସରକାର ଭାଙ୍ଗିବାକୁ ଅବିଶ୍ୱାସ ପ୍ରସ୍ତାବ ଅଣି ନ ଥାନ୍ତି। ବହୁ ସମୟରେ ରାଷ୍ଟ୍ରୀୟ ହିତ ନିମନ୍ତେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥାଏ।

ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ସଂସଦରେ ୨୭ ଥର ଅବିଶ୍ୱାସ ପ୍ରସ୍ତାବ ଆସି ସାରିଛି। ଏଥିଯୋଗୁ ୧୯୭୮ ମସିହାରେ ପ୍ରଥମ ଥର ସରକାର ଭାଙ୍ଗିଥିବା ବେଳେ ୧୯୭୮ ମସିହାର ମୋରାରଜି ଦେଶାଇ ପ୍ରଧାନମନ୍ତ୍ରୀ କୁର୍ସି ହରାଇଥିଲେ। ଅବିଶ୍ୱାସ ପ୍ରସ୍ତାବରେ ହାରିବା ଯୋଗୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ା, ଇନ୍ଦ୍ରକୁମାର ଗୁଜରାଲ, ଅଟଳ ବିହାରୀ ବାଜପେୟୀ ଓ ଚୌଧୁରୀ ଚରଣ ସିଂ ନିଜ ପଦ ହରାଇ ସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story