ନବୀନ ସରକାରକୁ ଉପାଡ଼ି ଫିଙ୍ଗ; ଅମିତ୍ ଶାହ

ଶ୍ରୀ ଶାହା ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ୨୫ବର୍ଷ ଶାସନ କରିବାର ସୁଯୋଗ ଦେଇଛନ୍ତି । ବିଜେପିକୁ ମାତ୍ର ୫ବର୍ଷ ସୁଯୋଗ ଦେଲେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ।

Manoj Swain
  • Published: Friday, 26 April 2024
  • Updated: 26 April 2024, 11:39 AM IST

Sports

Latest News

ରାଜ୍ୟରେ ନିର୍ବାଚନୀ ପ୍ରଚାରର ବିଗୁଲ୍ ଫୁଙ୍କିଛନ୍ତି ବିଜେପି ଚାଣକ୍ୟ ତଥା କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ । ଆଉ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ଏ ସରକାର ଅଫିସରମାନଙ୍କ ମାଧ୍ୟମରେ ଭୟଙ୍କର ଦୁର୍ନୀତିରେ ଲିପ୍ତ ବୋଲି କହିଛନ୍ତି । ଖୋଲାଖୋଲି ଖଣି ଲୁଟ୍ ଚାଲିଛି । ଦେଶର ସବୁଠୁ ଅଧିକ ଖଣିଜ ସମ୍ପଦ ଓଡ଼ିଶାରେ, ମାତ୍ର ସବୁଠୁ ବେଶୀ ଦାରିଦ୍ର‌୍ୟ ବି ଓଡ଼ିଶାରେ । ୨୦ବର୍ଷ ତଳେ ଓଡ଼ିଶାର ବିକାଶ ଯାହା ଥିଲା,ଏବେବି ସେୟା ରହିଛି । ଶ୍ରୀ ଶାହା ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ୨୫ବର୍ଷ ଶାସନ କରିବାର ସୁଯୋଗ ଦେଇଛନ୍ତି । ବିଜେପିକୁ ମାତ୍ର ୫ବର୍ଷ ସୁଯୋଗ ଦେଲେ ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos