୩ରେ ରାୟଗଡ଼ା ଆସିବେ ରାହୁଲ, ୯ରେ ନବରଙ୍ଗପୁର ପ୍ରିୟଙ୍କାଙ୍କ ସଭା

ରାହୁଲ ଗାନ୍ଧି ଆସନ୍ତା ମେ’ ୩ତାରିଖରେ ରାୟଗଡ଼ାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Rahul Gandhi and Priyanka Gandhi

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି (ଫାଇଲ ଫଟୋ)

Ordigital Desk
  • Published: Monday, 29 April 2024
  • Updated: 29 April 2024, 10:39 PM IST

ରାଜ୍ୟରେ ନିର୍ବାଚନୀ ପ୍ରଚାର ସରଗରମ ହୋଇଛି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ସପ୍ତାହକ ବ୍ୟବଧାନରେ ଦ୍ୱିତୀୟ ଥର ପାଇଁ ପୁଣି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧି ୩ତାରିଖରେ ରାୟଗଡ଼ା ଓ ପ୍ରିୟଙ୍କା ଗାନ୍ଧି ୯ତାରିଖରେ ନବରଙ୍ଗପୁର ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ପିସିସି ସୂତ୍ରରୁ ଜଣାପଡ଼ିଛି ।

ଆଜି ଗଣମାଧ୍ୟମକୁ ସୂଚନା ଦେଇ କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ଓ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ କହିଛନ୍ତି ଯେ, ରାହୁଲ ଗାନ୍ଧି ଆସନ୍ତା ମେ’ ୩ତାରିଖରେ ରାୟଗଡ଼ାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ରାହୁଲଙ୍କ ସହ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେଭନ୍ଥ ରେଡ୍ଡୀ ମଧ୍ୟ ଏହି ସଭାରେ ଯୋଗ ଦେବେ । ରାହୁଲଙ୍କ କାର୍ଯ୍ୟକ୍ରମରେ ପ୍ରାୟ ଏକ ଲକ୍ଷ କଂଗ୍ରେସ କର୍ମୀ ଓ ସମର୍ଥକ ସାମିଲ ହେବେ । କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା ଓ ଦଳର ଅନ୍ୟ ବିଧାୟକ ପ୍ରାର୍ଥୀଙ୍କ ସପକ୍ଷରେ ରାୟଗଡ଼ାଠାରେ ରାହୁଲ ପ୍ରଚାର କରିବେ । ପ୍ରଚାର ବ୍ୟତୀତ ସ୍ଥାନୀୟ ଦଳୀୟ କର୍ମକର୍ତ୍ତା ଓ ବରିଷ୍ଠ କର୍ମୀମାନଙ୍କ ସହ ମଧ୍ୟ ରାହୁଲ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ।

Also Read

ସେହିପରି ପ୍ରିୟଙ୍କା ଗାନ୍ଧି ଆସନ୍ତା ମେ’ ୫ କିମ୍ବା ୯ତାରିଖରେ ନବରଙ୍ଗପୁର ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

ପିସିସି ସୂତ୍ର ଅନୁସାରେ, ପ୍ରିୟଙ୍କା ଗାନ୍ଧିଙ୍କ ନବରଙ୍ଗପୁର କାର୍ଯ୍ୟକ୍ରମ ପାଇଁ  ପ୍ରସ୍ତୁତ ରହିବାକୁ ନବରଙ୍ଗପୁରର ଦଳୀୟ ନେତାମାନଙ୍କୁ କୁହାଯାଇଛି । ପ୍ରିୟଙ୍କା ମେ’ ୯ତାରିଖରେ ଆସିବେ । ନବରଙ୍ଗପୁର ଆସନରେ ମେ’ ୧୩ତାରିଖରେ ଭୋଟଗ୍ରହଣ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story