ଚର୍ଚ୍ଚାରେ ସୋନପୁର ବିଧାନସଭା ପ୍ରାର୍ଥୀ; ଭିକ୍ଷା ମାଗି ପ୍ରଚାର କରୁଛନ୍ତି

ପ୍ରଚାର ବେଳେ ଭୋଟରଙ୍କୁ ଆର୍ଥିକ ସହାୟତା ମାଗୁଥିବା ମହିଳା ଜଣଙ୍କ ହେଲେ ସୋନପୁର ନିର୍ବାଚନ ମଣ୍ଡଳୀର ନବ ନିର୍ମାଣ କୃଷକ ସଂଗଠନର ବିଧାନସଭା ପ୍ରାର୍ଥୀ ସୋନାଲି ବିଶି।

Manoj Swain
  • Published: Wednesday, 24 April 2024
  • Updated: 24 April 2024, 05:33 PM IST

Sports

Latest News

ଭୋଟ ଆସିଲେ ସାଧାରଣତଃ ନେତାମାନେ ଭୋଟରଙ୍କୁ ଟଙ୍କା ଦିଅନ୍ତୁ। ବଡ଼ ବଡ଼ ପ୍ରତିଶ୍ରୁତି ଦେଇ ନିର୍ବାଚନ ବେଳେ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରନ୍ତି। ହେଲେ ସବୁର୍ଣ୍ଣପୁରରେ କିଛି ଓଲଟା ଘଟଣା ଦେଖିବାକୁ ମିଳିଛି। ଏଠାରେ ପ୍ରାର୍ଥୀ ହୋଇଥିବା ଜଣେ ମହିଳା ରାଜନେତାଙ୍କ ଭଳି ଗାଁ ଗାଁ ବୁଲି ନିଜ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଏଥିସହ ସେ ଲୋକଙ୍କୁ ଭୋଟ ସହ ଆର୍ଥିକ ସହାୟତା ମଧ୍ୟ ମାଗୁଛନ୍ତି। ଭୋଟରମାନେ ମଧ୍ୟ ନିଜ ସମ୍ବଳ ଅନୁସାରେ ତାଙ୍କୁ ଆର୍ଥିକ ସହାୟତା ସହ ଚାଉଳ ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଦେଉଛନ୍ତି। ଏହି ମହିଳା ଜଣଙ୍କ ହେଲେ ସୋନପୁର ନିର୍ବାଚନ ମଣ୍ଡଳୀର ନବ ନିର୍ମାଣ କୃଷକ ସଂଗଠନର ବିଧାନସଭା ପ୍ରାର୍ଥୀ ସୋନାଲି ବିଶି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos