୮ ଜଣଙ୍କ ଦେହରେ ବଞ୍ଚି ରହିବେ ୮ ବର୍ଷର ଶୁଭୋଜିତ!

ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ୍ ସାହୁଙ୍କ ପୁଅ ହେଉଛନ୍ତି ଶୁଭୋଜିତ। ବୟସ ୮ ବର୍ଷ ହେବ। ବିଜେବି ଇଲିଂଶ ମିଡ଼ିୟମ୍‌ ସ୍କୁଲରେ ପାଠ ପଢ଼ୁଥିଲେ। ଗତ ବୁଧବାର ଦିନ ପରୀକ୍ଷା ଥିବାରୁ ବାପା ଓ ମାଆଙ୍କ ଭୂମିଷ୍ଟ ପ୍ରଣାମ କରି ଘରୁ ବାହାରିଥିଲେ।

Subhajit PhotoOR

ଅଙ୍ଗଦାନ କରିଥିବା ବାଳକ

Manoranjan Sial
  • Published: Sunday, 03 March 2024
  • Updated: 03 March 2024, 05:31 PM IST

ପରୀକ୍ଷା ଥିବାରୁ ବାପା, ମାଆ, ଜେଜେଙ୍କୁ ପ୍ରଣାମ କରି ଘରୁ ବାହାରିଥିଲେ କୁଳନନ୍ଦନ ଶୁଭୋଜିତ। କିନ୍ତୁ ସେ ଜାଣିନଥିଲେ ସେହି ପ୍ରଣାମ ଥିଲା ତାଙ୍କ ପାଇଁ ଶେଷ ପ୍ରଣାମ। ଆଉ ସେହି ପରୀକ୍ଷା ଥିଲା ଜୀବନର ଶେଷ ପରୀକ୍ଷା ବୋଲି। ଜୀବନର ଶେଷ ପରୀକ୍ଷା ଖାତାରେ ଲେଖିବା ପୂର୍ବରୁ ନିଷ୍ଠୁର ହେଲା ଦଇବ! ସ୍କୁଲର ଶ୍ରେଣୀ ଗୃହରେ ପଡ଼ିଗଲେ। ଆଉ ମେଡ଼ିକାଲ୍‌ରେ ଚିକିତ୍ସା ହେଉ ହେଉ ବ୍ରେନ୍‌ ଡେଡ୍‌ ହୋଇଗଲା। ପୁଅ ଆଉ କୋଳକୁ ଫେରିବନି ଭାବି ଛାତିକୁ କଠୋର କରି ନେଲେ ବଡ଼ ନିଷ୍ପତ୍ତି। ଶୁଭୋଜିତର ଅଙ୍ଗଦାନ କରିଦେ। ଏବେ ୮ ଜଣଙ୍କ ଦେହରେ ୮ ବର୍ଷର ଶୁଭୋଜିତ ସାହୁ ରହିବ।

ଭୁବନେଶ୍ଵର କଳ୍ପନା ଅଞ୍ଚଳର ବିଶ୍ୱଜିତ୍ ସାହୁଙ୍କ ପୁଅ ହେଉଛନ୍ତି ଶୁଭୋଜିତ। ବୟସ ୮ ବର୍ଷ ହେବ। ବିଜେବି ଇଲିଂଶ ମିଡ଼ିୟମ୍‌ ସ୍କୁଲରେ ପାଠ ପଢ଼ୁଥିଲେ। ଗତ ବୁଧବାର ଦିନ ପରୀକ୍ଷା ଥିବାରୁ ବାପା ଓ ମାଆଙ୍କ ଭୂମିଷ୍ଟ ପ୍ରଣାମ କରି ଘରୁ ବାହାରିଥିଲେ। ସେତେବେଳେ ବେଶ୍‌ ଉତ୍ସାହିତ ଥିଲେ। ଖୁସି ମନରେ ପରୀକ୍ଷା ଦେବା ପାଇଁ ସ୍କୁଲ୍‌ ଯାଇଥିଲେ। ସ୍କୁଲରେ ପ୍ରାର୍ଥନା ସରିବା ପରେ ପରୀକ୍ଷା ହଲ୍‌ରେ ବସିଥିଲେ ଶୁଭୋଜିତ।

Also Read

ପରୀକ୍ଷା ଆରମ୍ଭ ହୋଇଥିଲା। ପାଖ ସିଟ୍‌ରେ ବସିଥିବା ବନ୍ଧୁଙ୍କ ସହିତ କଥା ହେଉଥିବା ବେଳେ ହଠାତ୍‌ ଚେତା ହରାଇ ତଳେ ପଡ଼ିଗଲେ ଶୁଭୋଜିତ। ପରୀକ୍ଷା ହଲ୍‌ରେ ଥିବା ମାଡ଼ାମ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ଶିଶୁ ଭବନରେ ଭର୍ତ୍ତି କରିଥିଲେ। ଏଥିସହ ପରିବାରକୁ ଖବର ଦେଇଥିଲେ ସ୍କୁଲ୍‌ କର୍ତ୍ତୃପକ୍ଷ। ଘରେ ବିଶ୍ୱଜିତ ନଥିବାରୁ ଶ୍ୱଶୁରଙ୍କୁ ସାଥୀରେ ଧରି ମେଡ଼ିକାଲ୍‌ ଯାଇଥିଲେ ଶୁଭୋଜିତଙ୍କ ମାଆ।

ସେପଟେ ଶିଶୁ ଭବନରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଶୁଭୋଜିତଙ୍କ ଚିକିତ୍ସା ଆରମ୍ଭ କରାଯାଇଥିଲା। ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିବାରୁ ଆଇସିୟୁ ଦରକାର ପଡ଼ିଥିଲା। ସେତେବେଳେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆଇସିୟୁ ଖାଲି ନଥିଲା। ତେଣୁ ପରିବାର ଲୋକେ ଛୁଆକୁ ଧରି ଏକ ପ୍ରାଇଭେଟ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସ୍ୱାସ୍ଥ୍ୟ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଥିଲା। ଚିକିତ୍ସା କରୁଥିବା ଡାକ୍ତର ଓ ପରିବାର ଭାବିଥିଲେ ସବୁକିଛି ଠିକ୍‌ ହୋଇଯିବ।

BBSRପୁଅ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ

ଚିକିତ୍ସା ପରେ ଶୁଭୋଜିତଙ୍କ ହାର୍ଟ, ଲଗ୍ସ ପ୍ରମୁଖ ଆକ୍ଟିଭ୍‌ ହେଲା। କିନ୍ତୁ ବ୍ରେନ୍‌ ରେସ୍‌ପଣ୍ଡ କଲାନାହିଁ। ଶେଷରେ ଗୁରୁବାର ଦିନ ଡାକ୍ତର ବ୍ରେନ୍‌ ଡେଡ୍‌ ବୋଲି ଘୋଷଣା କଲେ। ଡାକ୍ତରଙ୍କଠାରୁ ନିରାଶାର ବାଣୀ ଶୁଣିବା ପରେ ପରିବାର ଲୋକ ନେଲେ ବଡ଼ ନିଷ୍ପତ୍ତି। ପୁଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ମେଡ଼ିକାଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାର ପ୍ରୋଟୋକଲ୍‌ ଅନୁସାରେ କରାଯାଇଥିଲା ଶୁଭୋଜିତଙ୍କ ଅପରେଶନ୍‌। ତାଙ୍କ ଶରୀରରୁ କିଡନୀ, ଆଖି, ପାନକ୍ରିୟସ୍‌, ଲିଭର ପ୍ରମୁଖ ପୃଥକ୍‌ କରାଯାଇଥିଲା। ପରେ ଶୁଭୋଜିତଙ୍କ ସବୁ ଅଙ୍ଗକୁ ଗ୍ରୀନ୍‌ କରିଡରରେ ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଅନ୍ୟ ରାଜ୍ୟକୁ ନିଆଯାଇଥିବା ଜଣାପଡ଼ିଛି।

ରେଇ ସିଣ୍ଡ୍ରୋମ ରୋଗ କଣ?

ତେବେ ଏଠି ପ୍ରଶ୍ନ ଉଠୁଛି କ’ଣ ହୋଇଥିଲା ୮ ବର୍ଷର ପୁଅ ଶୁଭୋଜିତଙ୍କର? ଡକ୍ଟରଙ୍କ କହିବା ଅନୁସାରେ ଏହା ହେଉଛି ରେଇ ସିଣ୍ଡ୍ରୋମ ରୋଗ। ସାଧାରଣତଃ ଏହା ଏକ ଭୂତାଣୁ ଜନିତ ଇନଫେକ୍‌ସନ। ଏହି ରୋଗ ହେଲେ ମସ୍ତିଷ୍କ ଫୁଲି ଯାଏ ଓ ଲିଭର ନଷ୍ଟ ହୋଇଯାଏ। ଆସ୍‌ପ୍ରିନ୍‌ ଭଳି ସାଧାରଣ ଔଷଧରେ ଏହାର ଚିକିତ୍ସା ହୋଇଥାଏ। ଏହି ରୋଗ ୫ରୁ ୧୫ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ବିଶେଷ ଭାବରେ ଦେଖାଦିଏ। ଯେଉଁମାନେ ଭଇରାଲ୍‌ କିମ୍ବା ହାଡ଼ଫୁଟିରୁ ଭଲ ହୋଇଥାନ୍ତି, ସେହି କ୍ଷେତ୍ରରେ ପିଲାମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି। ଯଦି ଭାଇରାଲରୁ ଭଲ ହେବା ପରେ ପିଲାମାନେ ବାଉଳି ହେଲେ, ଝଡ଼ ପରିସ୍ରା ଆପେ ଆପେ ହେଲେ, ବାତ ମାରଲେ, ସେମାନଙ୍କୁ ଏହି ରୋଗ ହୋଇଥିବା ସନ୍ଦେହ କରାଯାଇଥାଏ। ପ୍ରଥମ କିଛି ଦିନ ରୋଗୀ ଗୁରୁତର ହେବାର ଆଶଙ୍କା ରହିଥାଏ। ଠିକ୍ ସମୟରେ ଚିକିତ୍ସା ହେଲେ ପିଲାମାନେ ଭଲ ହୋଇ ଯାହାନ୍ତି ବୋଲି ଡାକ୍ତର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story