ବାପାଙ୍କ ଜମିରେ ଠିଆ ହୋଇଛି ସ୍କୁଲ; ରହିବା ପାଇଁ ବାର ଦୁଆର ହେଉଛନ୍ତି ପୁଅ

ବାପାଙ୍କ ମୃତ୍ୟୁ ପରେ ପୁଅ ରବୀନ୍ଦ୍ର ଗାଁକୁ ଫେରିଥିଲେ। ସେତେବେଳକୁ ନିଜର ଜନ୍ମସ୍ଥାନରେ ଠିଆ ହୋଇଥିଲା ସରକାରୀ ସ୍କୁଲ। ନିଜ ଘର ବାଡ଼ିରେ ସ୍କୁଲ ନିର୍ମାଣ ହୋଇଥିବା ଦେଖି ରବୀନ୍ଦ୍ରଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା।

Baliguda PhotoOR

ଅସହାୟ ଅବସ୍ଥାରେ ଭଙ୍ଗା କୁଡ଼ିଆରେ ରହୁଛନ୍ତି ବୃଦ୍ଧ ଦମ୍ପତି

Manoranjan Sial
  • Published: Saturday, 30 September 2023
  • Updated: 30 September 2023, 05:22 PM IST

Sports

Latest News

ବାପାଙ୍କ ଜମିରେ ଠିଆ ହୋଇଛି ସରକାରୀ ସ୍କୁଲ। ମୁଣ୍ଡ ଗୁଞ୍ଜିବା ପାଇଁ ବାର ଦୁଆର ହେଉଛନ୍ତି ପୁଅ। ଏପରି ବିଚିତ୍ର ଚିତ୍ର ଆସିଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରୁ। ବହୁ ସଂଘର୍ଷ ପରେ ନ୍ୟାୟ ମିଳିଲା। ହେଲେ ଆଜି ପର୍ଯ୍ୟନ୍ତ ବ୍ଲକ୍‌ ଶିକ୍ଷା ଅଧିକାରୀ ଜମି ହସ୍ତାନ୍ତର କରୁନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ସ୍କୁଲ ନିର୍ମାଣ କରିବା ପୂର୍ବରୁ ପ୍ରଶାସନ କ’ଣ ଜମି ମାଲିକାନା ଯାଞ୍ଚ କରିନଥିଲା କି?

ପୂରା ଘଟଣା ଏମିତି। ମଣ୍ଡାକିଆ ଗାଁର ଜୟଦେବ ନାୟକ। କାମ ଅନ୍ୱେଣରେ ସେ ରାଇକିଆ ଚାଲି ଯାଇଥିଲେ। ସେଠାରେ କାମଦାମ କରି ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ଜୟଦେବଙ୍କ ପରିବାର କହିଲେ ସ୍ତ୍ରୀ ଓ ପୁଅ ରବୀନ୍ଦ୍ର। ମଝିରେ ମଝିରେ ଜୟଦେବ ଓ ରବୀନ୍ଦ୍ର ନିଜ ଗାଁକୁ ଆସୁଥିଲେ। ଆଉ ନିଜ ପୈତୃକ ଜମିକୁ ଦେଖି ଯାଉଥିଲେ। ଏହାରି ଭିତରେ ବତିଗଲା ଅନେକ ବର୍ଷ। ସମୟ ଚକରେ ବଦଳିଲା ପରିସ୍ଥିତି। ବିବାହ କଲେ ରବୀନ୍ଦ୍ର। ଆଉ ବାର୍ଦ୍ଧକ୍ୟରେ ପଦାର୍ପଣ କରି ପ୍ରାଣ ହରାଇଲେ ବାପା ଜୟଦେବ।

Also Read

ବାପାଙ୍କ ମୃତ୍ୟୁ ପରେ ପୁଅ ରବୀନ୍ଦ୍ର ଗାଁକୁ ଫେରିଥିଲେ। ସେତେବେଳକୁ ନିଜର ଜନ୍ମସ୍ଥାନରେ ଠିଆ ହୋଇଥିଲା ସରକାରୀ ସ୍କୁଲ। ନିଜ ଘର ବାଡ଼ିରେ ସ୍କୁଲ ନିର୍ମାଣ ହୋଇଥିବା ଦେଖି ରବୀନ୍ଦ୍ରଙ୍କ ଅକଲ ଗୁଡ଼ୁମ୍‌ ହୋଇଯାଇଥିଲା। କ’ଣ କରିବେ? କେମିତି ବାପା ଜେଜ ଅମଳର ଜମିକୁ ଫେରି ପାଇବେ? ରହିବେ କେଉଁଠି? ସେହି ଚିନ୍ତା ତାଙ୍କୁ ଘାରିଥିଲା। ନୂଆ ଠିକଣା ଖୋଜିବାରେ ଲାଗିଲେ। ବାର ଦୁଆର ବୁଲିବା ପରେ ଜଣକ ବାଡ଼ିରେ କୁଡ଼ିଆଟିଏ କରି ଆଶ୍ରୟ ନେଇଛନ୍ତି ରବୀନ୍ଦ୍ର।

ମୂଲ ମଜୁରୀ ଲାଗି ବହୁ ଦୁଃଖ କଷ୍ଟରେ ଚଳୁଥିବା ରବୀନ୍ଦ୍ରଙ୍କ ପାଇଁ ନିଜ ଜମି ମୁକୁଳାଇ କଷ୍ଟକର ହୋଇଥିଲା। ତଥାପି ସେ ହାର ମାନିନଥିଲେ। ସଂଘର୍ଷ କରିଥିଲେ। ପ୍ରଶାସନ ପାଖରେ କେତେ ଗୁହାରୀ ଓ ନେହୁରା ହୋଇଥିଲେ। ବର୍ତ୍ତମାନ ରବୀନ୍ଦ୍ରଙ୍କୁ ୬୨ ବର୍ଷ ହେଲାଣି। ଦୀର୍ଘ ୪୦ ବର୍ଷର ଲଢ଼େଇ ପରେ ରବୀନ୍ଦ୍ରଙ୍କୁ ନ୍ୟାୟ ମିଳିଥିଲା। ସ୍କୁଲ ନିର୍ମାଣ ହୋଇଥିବା ନିଜ ଦୁଇ ଏକରରୁ ଅଧିକ ଜମିକୁ ରବୀନ୍ଦ୍ରଙ୍କୁ ହସ୍ତାନ୍ତର କରିବା ପାଇଁ ରାଇକିଆ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ରାଇକିଆ ବ୍ଲକ୍‌ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା କହିଛନ୍ତି, ଅନ୍ୟ ଏକ ଜାଗାରେ ସ୍କୁଲ ପିଲାଙ୍କୁ ଥଇଥାନ କରାଯିବା ପରେ ତାଙ୍କୁ ଜମି ହସ୍ତାନ୍ତର କରାଯିବ।

ରିପୋର୍ଟ-ବାଲିଗୁଡ଼ାରୁ ଅଜିତ ନାୟକ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story