ଅଣ୍ଡର ୧୯ ବିଶ୍ୱକପ : ୯ମ ଥର ପାଇଁ ଫାଇନାଲରେ ଭାରତ

ଦ୍ୱିତୀୟ ସେମି ଫାଇନାଲରେ ଅଷ୍ଟ୍ରେଲିଆର ମୁକାବିଲା ପାକିସ୍ତାନ ସହ ହେବ। ତେଣୁ ରବିବାର ଭାରତ ଓ ପାକିସ୍ତାନ ଫାଇନାଲ ମୁକାବିଲା ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Sachin

ଅର୍ଦ୍ଧଶତକ ପରେ ଉଦୟ ଓ ସଚିନ ଧାସ

Hemant Lenka
  • Published: Tuesday, 06 February 2024
  • Updated: 07 February 2024, 06:18 PM IST

ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ଭାରତ। ଆଜି ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ମାତ ଦେଇ ଭାରତ ୯ମ ଥର ପାଇଁ ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି।

ସେମି ଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ୨ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ହରାଇ ୨୪୪ ରନ କରିଥିଲା। ୨୪୫ ରନର ଟାର୍ଗେଟ ପାଇଥିବା ଭାରତ ୭ ବଲ ପୂର୍ବରୁ ବିଜୟ ହାସଲ କରିଛି।

Also Read

ଦଳକୁ ୮ ବଲରେ ୧ ରନ ଦରକାର ଥିବା ବେଳେ ରାଜ ଲିମ୍ବାନୀ ଚୌକା ମାରି ଭାରତକୁ ବିଜୟ ଭେଟି ଦେଇଛନ୍ତି। ଅଧିନାୟକ ଉଦୟ ସାହାରନ ୮୧ ରନର ଇନିଂସ ଖେଳିଥିବା ବେଳେ ସଚିନ ଧାସ ୯୫ ବଲରେ ୯୬ ରନର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜବରଦସ୍ତ ଇନିଂସ ପାଇଁ ଉଦୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

୨୦୨୨ ଅଣ୍ଡର ୧୯ ବିଶ୍ୱକପ ଫାଇନାଲରେ ଭାରତ ୪ ୱିକେଟରେ ଇଂଲଣ୍ଡକୁ ହରାଇ ଚାମ୍ପିୟନ ହୋଇଥିଲା। ଭାରତ ଏହାକୁ ମିଶାଇ ୯ମ ଥର ଫାଇନାଲରେ ପ୍ରବେଶ କରିଥିବା ବେଳେ ୫ଥର ଚାମ୍ପିୟନ ହୋଇଛି। ସେହିପରି ଦଳକୁ ୩ଥର ରନର୍ସ ଅପରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଥିର ଦଳ ୬ଷ୍ଠ ଥର ପାଇଁ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି।

ଆଜିର ମ୍ୟାଚ୍‌କୁ ବିଚାରକୁ ନେଲ ଦକ୍ଷିଣ ଆଫ୍ରିକା ଲୁହାନ ଡ୍ରେ ପ୍ରିଟୋରିୟସଙ୍କ ୭୬, ରିଚାର୍ଡଙ୍କ ୬୪ ଓ ଅଧିନାୟକ ଜୁଆନ ଜେମ୍ସଙ୍କ ୨୪ ରନ ବଳରେ ୫୦ ଓଭରରେ ୭ ୱିକେଟ ହରାଇ ୨୪୪ ରନ କରିଥିଲା। ଭାରତ ପକ୍ଷରୁ ରାଜ ଲିମ୍ବାନୀ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମୁଶୀର ଖାନ ୨ଟି, ନମନ ତିୱାରୀ ଓ ସୌମ୍ୟ ପାଣ୍ଡ ଗୋଟିଏ ଲେଖାଏ ସଫଳତା ପାଇଥିଲେ। 

୨୪୫ ରନର ଟାର୍ଗେଟ ପାଇଥିବା ଭାରତ ପ୍ରଥମ ବଲରେ ଆଦର୍ଶ ସିଂହଙ୍କୁ ହରାଇଥିଲା। ଅର୍ଶିନ କୁଲକର୍ଣ୍ଣୀ କେବଳ ୧୨ ରନ କରିବାକୁ ସକ୍ଷମ ହୋଇଥିଲେ। ଇନଫର୍ମ ମୁଶୀର ଖାନ ସେମି ଫାଇନାଲରେ ସମସ୍ତଙ୍କୁ ନିରାଶ କରି ୪ ରନରେ ପ୍ୟାଭିଲିୟନ ଫେରିଥିଲେ। ପ୍ରିୟାଂଶୁ ମୋଲିୟା ୫ ରନ କରି ଆଉଟ ହେବାରୁ ଭାରତର ସମସ୍ୟା ବଢ଼ିଥିଲା। ୩୨ ରନରେ ଦଳ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। 

ଏତିକି ବେଳେ ଅଧିନାୟକ ଉଦୟ ଓ ସଚିନ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ଦକ୍ଷିଣ ଆଫ୍ରିକା ହାତକୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ଏଥିସହ ଉଭୟ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।

ସଚିନ ସେଟ ହେବା ପରେ ବଡ଼ବଡ଼ ଶଟ ମଧ୍ୟ ଖେଳିବା ଆରମ୍ଭ କରିଥିଲେ। ସେ ଶତକ ଆଡ଼କୁ ଯାଉଥିବା ବେଳେ ୯୫ ବଲରେ ୯୬ କରି ଆଉଟ ହୋଇ ଯାଇଥିଲେ। ଆଉଟ ହେବା ପୂର୍ବରୁ ସେ ଉଦୟଙ୍କ ସହ ମିଶି ଦଳୀୟ ସ୍କୋରକୁ ୩୨ରୁ ନେଇ ୨୦୩ରେ ପହଞ୍ଚାଇ ଦେଇଥିଲେ। ୯୬ ରନର ଇନିଂସ ଖେଳିଥିବା ସଚିନ ୧୧ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ଦୁହେଁ ୫ମ ୱିକେଟ ପାଇଁ ୧୭୧ ରନ ଯୋଡ଼ି ଭାରତର ବିଜୟକୁ ଏକ ପ୍ରକାରର ନିଶ୍ଚିତ କରିଥିଲେ। 

ସଚିନ ଆଉଟ ହୋଇଥିଲେ ମଧ୍ୟ ଉଦୟ ହାର ମାନି ନଥିଲେ। ସେ ଗୋଟିଏ ପଟେ ଛିଡ଼ା ହୋଇଥିଲେ ହେଁ ଆରାଭେଲୀ ଅବନିଶ ୧୦ ଓ ମୁରଗାନ ଅଭିଷେକ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ। ତେବେ ରାଜ ଲମ୍ବାନୀ ଶେଷ ଭାଗରେ ଗୋଟିଏ ଛକା ମାରି ଉଦୟଙ୍କ ଉପରୁ ଚାପ ହଟାଇଥିଲେ। ଉଦୟ ମଧ୍ୟ ଚୌକା ମାରି ଭାରତକୁ ବିଜୟର ନିକଟତର କରିଥିଲେ। 

୯ ବଲରେ ୧ ରନ ଦରକାର ଥିବା ବେଳେ ଉଦୟ ରନ ଆଉଟ ହୋଇଯାଇଥିଲେ। କିନ୍ତୁ ଲମ୍ବାନୀ ଚୌକା ମାରି ଭାରତକୁ ୯ମ ଥର ପାଇଁ ଫାଇନାଲ ଟିକେଟ ଦେଇଥିଲେ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story