ଭବାନୀପାଟଣା-ରାୟଗଡ଼ା ରାସ୍ତାର ଫୁରଲିଝରଣ ନିକଟରେ ଥିବା ବ୍ରିଜ୍ରୁ ତଳକୁ ଖସି ପଡ଼ିଲା ଟ୍ରକ୍। ଫଳରେ ଉଭୟ ଡ୍ରାଇଭର ଓ ହେଲ୍ପର ଆହତ ହୋଇଛନ୍ତି। ହେଲ୍ପରଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଜଣାପଡ଼ିଛି।

୧୬ଟି ଚକା ବିଶିଷ୍ଟ ଏହି ଟ୍ରକ୍ରେ କୋଇଲା ବୋଝେଇ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଟ୍ରକ୍ଟି ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ଏହା ତଳକୁ ଖସି ପଡ଼ିଥିଲା।

ଟ୍ରକ୍ଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ ହେଲ୍ପରଙ୍କୁ ଉଦ୍ଧାର କରିଥିଲେ। ତେବେ ଚକା ଉପରକୁ ଥାଇ ବ୍ରିଜ୍ ତଳେ ପଡ଼ିଥିବା ଟ୍ରକ୍ଟିରେ ଡ୍ରାଇଭର ଫସି ରହିଥିଲେ। ତାଙ୍କୁ ଲୋକେ ବାହାର କରିପାରି ନଥିଲେ।
ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଡ୍ରାଇଭରଙ୍କୁ ଟ୍ରକ୍ ଭିତରୁ ବାହାର କରାଯାଇ ଭବାନୀପାଟଣା ସ୍ଥିତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Accident
ସ୍କୁଲ ଭ୍ୟାନକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ: ୨ ଶିକ୍ଷାର୍ଥୀ ମୃତ, ଏକାଧିକ ଆହତ
ଡ୍ରାଇଭର ଜଣଙ୍କ ଗାଡ଼ିକୁ ରେଳ ଧାରଣା ପାର କରାଉଥିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତଗାମୀ ଟ୍ରେନ ସ୍କୁଲ ଭ୍ୟାନକୁ ଧକ୍କା ଦେଇ ୫୦ ମିଟର ଯାଏ ଘୋଷାଡି ନେଇ ଯାଇଥିଲା।

Accident
ନିର୍ମାଣାଧୀନ କୁକୁଡ଼ା ଫାର୍ମର କାନ୍ଥ ଭୁଶୁଡ଼ି ୨ ମହିଳା ମୃତ
ରୂପେ ଓ ବଳମତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ନୂଆପଡ଼ା ଡାକ୍ତରଖାନାକୁ ପଠାଇଛି।

Accident
ଅଧା ରହିଗଲା ବାହାଘର, ରାସ୍ତାରେ ଚାଲିଗଲା ବର ସମେତ ପରିବାରର ୮ ଜଣଙ୍କ ଜୀବନ
ବାହାଘର ପାଇଁ ବରକୁ ନେଇ ଯାଉଥିବା ଗୋଟିଏ ବୋଲେର ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଗାଡ଼ିଟି ଗୋଟିଏ କଲେଜ କାନ୍ଥରେ ପିଟି ହୋଇଯିବାରୁ ବର ସମେତ ପରିବାରର ୮ ଜଣଙ୍କ ଜୀବନ ଚାଲି ଯାଇଛି।

Accident
ଓମନି-ହାଇୱା ମୁହାଁମୁହିଁ ଧକ୍କା: ୨ ମୃତ, ୪ ଗୁରୁତର
କମ୍ପାନୀକୁ କାମ କରିବାକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା।