ୟୁଟ୍ୟୁବ ଦେଖି ୫୦୦ରୁ ଅଧିକ କାର୍‌ ଚୋରି କରିଥିବା ଗ୍ୟାଙ୍ଗକୁ ଧରିଲା ପୁଲିସ୍‌

ସେମାନେ ପାଠ କମ ପଢ଼ିଥିଲେ। କିନ୍ତୁ ଚୋରି ବିଦ୍ୟା ଶିଖିବା ପାଇଁ ସେମାନେ ୟୁଟ୍ୟୁବର ସହାୟତା ନେଇଥିଲେ। ୟଟ୍ୟୁବ ଭିଡିଓ ଦେଖି ୪ ଧୂର୍ତ୍ତ ୫୦୦ରୁ ଅଧିକ କାର ଚୋରି କରିଥିଲେ।

Car

ଧରା ପଡ଼ିଥିବା କାର ଚୋର

Hemant Lenka
  • Published: Friday, 23 February 2024
  • Updated: 23 February 2024, 08:32 PM IST

Sports

Latest News

ମାତ୍ର ୫ ଶ୍ରେଣୀ ଯାଏ ପାଠପଢ଼ିଥିଲା। ନିଜର ଖର୍ଚ୍ଚ ବହନ କରିବାକୁ ଅଟୋ ଚଳାଉଥିଲା। କିନ୍ତୁ ୨୦୧୨ରେ ହଠାତ୍‌ ତା’ର ଦେଖା ରୌନକ ଓରଫ ବାବୁ ସହ ହୋଇଥିଲା।

ଦୁହେଁ ମିଶି ରାତାରାତି ବଡ଼ ଲୋକ ହେବାକୁ ସ୍ୱପ୍ନ ଦେଖିଥିଲେ। ଏଥିପାଇଁ ଉଭୟ କାର ଚୋରିକରିବାକୁ ଯୋଜନା କରିଥିଲେ। ଦୁହେଁ ମିଶି ନିଜ ଗ୍ୟାଙ୍ଗରେ ଆଉ କିଛି ଜଣଙ୍କୁ ମିଶାଇଥିଲେ।

ଶେଷରେ ସମସ୍ତେ ମିଶି ୫୦୦ରୁ ଅଧିକ କାର ଚୋରି କରିଛନ୍ତି। ଏଥିରେ ଦାମୀ ଗାଡ଼ି ସବୁ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେମାନେ ପାଠ କମ ପଢ଼ିଥିଲେ। କିନ୍ତୁ ଚୋରି ବିଦ୍ୟା ଶିଖିବା ପାଇଁ ସେମାନେ ୟୁଟ୍ୟୁବର ସହାୟତା ନେଇଥିଲେ। ୟଟ୍ୟୁବ ଭିଡିଓ ଦେଖି ୪ ଧୂର୍ତ୍ତ ୫୦୦ରୁ ଅଧିକ କାର ଚୋରି କରିଥିଲେ।

Also Read

ତାଜ ମହମ୍ମଦ ଓ ରୌନକ ଅଲୀ ପ୍ରଥମେ ରିଙ୍କୁ ଏବଂ ହାକିମଙ୍କୁ ଭେଟିଥିଲେ। ଏହାପରେ ସେମାନେ ମିଶି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରୁ କାର ଚୋରି କରିବା ଆରମ୍ଭ କରିଥିଲେ। ଚୋରି କରି ସେମାନେ ଧରା ପଡ଼ିବା ସହ ଅନେଥ ଥର ଜେଲ ମଧ୍ୟ ଯାଇଥିଲେ। ହେଲେ ଚୋରି କରିବା ଛାଡ଼ି ନଥିଲେ।

ଯେତେବେଳେ ତାଜର ସହଯୋଗୀମାନେ ଜେଲରେ ଥିଲେ ସେତେବେଳେ ସେ ଗୁଡୁ, କାଶିଫ ଓ ମାଟିନ ସହ ମିଶି ଗ୍ୟାଙ୍ଗ ତିଆରି କରିଥିଲା। ଶେଷରେ ଉତ୍ତର ପ୍ରଦେଶ ପୁଲିସ୍‌ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗାଜିଆବାଦରୁ ଧରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଦୁବାଇ ସହ ଏମାନଙ୍କର ଥିବା ଲିଙ୍କର ପର୍ଦ୍ଦାଫାସ ହୋଇଛି।

ପୁଲିସ୍‌ର କହିବା କଥା ଯେ ଏହି ଗ୍ୟାଙ୍ଗର ସଦସ୍ୟମାନେ ହାଇଟେକ ସଫ୍ଟୱେୟାର ବ୍ୟବହାର କରି କାର୍‌ଗୁଡ଼ିକର ଲକ ଖୋଲୁଥିଲେ। ଚୋରି କରୁଥିବା କାରକୁ ତୁରନ୍ତ ସମ୍ଭଲରେ ରହୁଥିବା ଆମୀର ପାଖକୁ ପଠାଉଥିଲେ। ଆମୀରକୁ ଗ୍ୟାଙ୍ଗ ପକ୍ଷରୁ ୨୦୦ରୁ ଅଧିକ କାର ସପ୍ଲାଏ କରାଯାଇଛି। ଗୁଜରାଟର ଭଦୋଦରାରେ ରହୁଥିବା ଆଉ ଜଣେ ବ୍ୟକ୍ତି ମଧ୍ୟ କିଛି ଚୋରି କାର ନେଇଛନ୍ତି। ଦାମୀ କାରକୁ ଅନଲକ କରିବା ପାଇଁ ସେମାନେ ସ୍ୱତନ୍ତ୍ର ସଫ୍ଟୱେୟାର ଡାଉନଲୋଡ କରି ନିଜ ଟ୍ୟାବରେ ରଖିଥିଲେ।

ଆମୀର ଓ ତା’ ପତ୍ନୀ ପୂରା ଚୋରି ଘଟଣାରେ ସାମିଲ ଥିଲେ। ଏହି ଦମ୍ପତି ଗ୍ୟାଙ୍ଗର ସଦସ୍ୟମାନଙ୍କୁ କାର ଚୋରି ପାଇଁ ବିଭିନ୍ନ ଜିନିଷ ଦେଉଥିଲେ। ଏପରି କି ରିମୋଟ କଣ୍ଟ୍ରୋଲ କାର ଚାବି ମଧ୍ୟ ଚୋର ମାନଙ୍କ ପାଖରେ ଆମୀର ଦମ୍ପତି ପହଞ୍ଚାଉଥିଲ।

ଅଭିଯୁକ୍ତମାନେ ପୁଲିସ୍‌କୁ କହିଛନ୍ତି ଯେ କାର୍‌ର ଚାହିଦା ବଢ଼ିବା ମାତ୍ରେ ସେମାନେ ଚୋରି କରୁଥିଲେ। ଗୁଡୁ, ମାଟିନ ଓ କାଶିଫ ପ୍ରଥମେ ଯେକୌଣସି ସ୍ଥାନକୁ ଯାଇ ସେଠାରେ ଥିବା କାର ସମ୍ପର୍କରେ ତଥ୍ୟ ଯୋଗାଡ଼ କରୁଥିଲେ। ଏହାପରେ ଗ୍ୟାଙ୍ଗର ସଦସ୍ୟମାନେ କାର କାଚ ଭାଙ୍ଗି ତା’ ଭିତରକୁ ଯାଉଥିଲେ ଓ ସଫ୍ଟେୱେୟାର ଦ୍ୱାରା ନକଲି ଚାବି ତିଆରି କରି କାର ଧରି ଛୁ ମାରୁଥିଲେ।

ସେମାନେ ଷ୍ଟେରିଙ୍ଗ ଲକ ଭାଙ୍ଗିବା ପାଇଁ ଚୁମ୍ବକର ବ୍ୟବହାର କରୁଥିଲେ। ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ ବଦଳାଉଥିଲେ ଓ ଜିପିଏସ୍‌ ଟ୍ରାକର୍ସକୁ ମଧ୍ୟ କାଢ଼ି ଫିଙ୍ଗି ଦେଉଥିଲେ। କାରର ଟେକ୍ନୋଲୋଜି ବଦଳୁ ଥିବା ବେଳେ ସେମାନେ ମଧ୍ୟ ସେହି ଅନୁସାରେ ସବୁ କିଛି ବଦଳାଉ ଥିଲେ। ଚୋରି ବେଳେ ସେମାନେ ନିଜର ଫୋନକୁ ଫ୍ଲାଇଟ ମୋଡରେ ରଖୁଥିଲେ ଓ ଲୋକେସନ ସୁବିଧାକୁ ମଧ୍ୟ ଅଚଳ କରି ଦେଉଥିଲେ।

ଅପରାଧ ଘଟାଇବା ବେଳେ ସେମାନେ କେବଳ ପରସ୍ପର ସହ ହ୍ୱାଟସଆପ୍‌ରେ କଥା ହେଉଥିଲେ। ଚୋରିରୁ ମିଳୁଥିବା ଲାଭକୁ ଗ୍ୟାଙ୍ଗର ସଦସ୍ୟମାନେ ପରସ୍ପର ମଧ୍ୟରେ ସମାନ ଭାବରେ ବାଣ୍ଟି ନେଉଥିଲେ। ବଳି ଯାଉଥିବା ଅର୍ଥରେ ସେମାନେ ନିଜ ଇଚ୍ଛା ଅନୁସାରେ ଜୀବନ କାଟୁ ଥିଲା। ଖାସ ଏହି କାରଣ ପାଇଁ ଜଣେ ଅଭିଯୁକ୍ତ କାର ଚୋରି କରୁଥିବା ପୁଲିସ୍‌କୁ କହିଛି।

ଧରା ପଡ଼ିଥିବା ୪ ଜଣଙ୍କ ମଧ୍ୟରେ ଗୁଡୁ ନାମକ ଜଣେ ଯୁବକ ରହିଛି। ସେ କେବେ ହେଲେ ସ୍କୁଲ ଯାଇ ନାହିଁ। ସେ ଅଟୋ ଚଳାଇ ଥାଏ। କେବଳ ଅଧିକ ଟଙ୍କା ଓ ଜୀବନକୁ ଉପଭୋଗ କରିବା ପାଇଁ ସେ କାର ଚୋରି ଆରମ୍ଭ କରିଥିବା ପୁଲିସ୍‌କୁ କହିଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ଦାମୀ କାରକୁ ହିଁ ଟାର୍ଗେଟ କରୁଥିଲେ।

ଏହି ଅନ୍ତଃରାଜ୍ୟ କାର୍‌ ଗ୍ୟାଙ୍ଗର ଲିଙ୍କ ଦୁବାଇ ଯାଏ ଲମ୍ବିଛି। ଆମୀର ଦୁବାଇରେ ରହି ତା’ ନେଟୱର୍କ ଚଳାଉଥିଲା। ଏମାନେ ମଧ୍ୟ ଅନେକ ଥର ଦୁବାଇ ଯାଇ ଦାମୀ କାରର ଚାବି ସବୁ ଆଣିଥିଲେ।

ପୁଲିସ୍‌ ଏମାନଙ୍କ ଠାରୁ ୨ଟି ମାରୁତି ଭିଟାରା ବ୍ରିଜ, ଗୋଟିଏ ବୋଲେନୋ, ହୁଣ୍ଡା ଜାଜ ଓ ହୁଣ୍ଡାଇ ସାଣ୍ଟ୍ରୋ ଜବତ କରିଛି। ସ୍କ୍ରୁ ଡ୍ରାଇଭର, ହାମର, ଟ୍ୟାବ ଭଳି ଜିନିଷ ମଧ୍ୟ ସେମାନଙ୍କ ଠାରୁ ମିଳିଛି।

ଅଭିଯୁକ୍ତମାନେ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଗୋଟିଏ ଏଟିଏମରୁ ମଧ୍ୟ ଚୋରି କରିଥିଲେ। ତାଜ, ତା’ ପତ୍ନୀ, କାଶିଫ ଓ ଗୁଡୁ ଏଟିଏମ ମେସିନ ଭାଙ୍ଗି ୧୯.୯ ଲକ୍ଷ ଟଙ୍କା ଚୋରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story